୩୨ ବର୍ଷ ପରେ ମାଆବାପା ଛେଉଣ୍ଡ ୨ ଭଉଣୀଙ୍କ ଭେଟ! ସାନ ଭଉଣୀକୁ ଦେହଜୀବୀ ଭାବେ ଦେଖି ଝରିଗଲା ଅଶ୍ରୁ, ସାଥୀ ହୋଇ କାଟିବେ ବାକି ତକ ଜୀବନ

୩୨ ବର୍ଷ ପରେ ମାଆବାପା ଛେଉଣ୍ଡ ୨ ଭଉଣୀଙ୍କ ଭେଟ! ସାନ ଭଉଣୀକୁ ଦେହଜୀବୀ ଭାବେ ଦେଖି ଝରିଗଲା ଅଶ୍ରୁ, ସାଥୀ ହୋଇ କାଟିବେ ବାକି ତକ ଜୀବନ

BCCL/REPRESENTATIONAL IMAGE

ସ୍ୱିଡିସ୍‌: ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିଲେ ବି ଘଟଣାଟି ସଂପୂର୍ଣ୍ଣ ବାସ୍ତବ। ଦୀର୍ଘ ୩୨ ବର୍ଷ ପରେ ଦୁଇ ଭଉଣୀଙ୍କର ପୁନଶ୍ଚ ମିଳନ ଯେତିକି ଆନନ୍ଦଦାୟକ ସେତିକି ହୃଦୟ ବିଦାରକ! ଏହା ହେଉଛି ୧୯୮୬ ମସିହାର କଥା। ସେ ସମୟରେ ନେହା ହୋଲ୍‌ମଗ୍ରିନ୍‌(ଯିଏକି ଏବେ ଜଣେ ସ୍ୱିଡିସ୍‌ ନାଗରିକ) ନିଜ ସାନ ଭଉଣୀଠାରୁ ଅଲଗା ହୋଇ ଯାଇଥିଲେ।

ନେହାଙ୍କୁ ଯେତେବେଳେ ୧୪ ମାସ ହୋଇଥିଲା ସେତେବେଳେ ତାଙ୍କୁ ଏକ ସ୍ୱିଡିସ ପରିବାର ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ। ନେହାଙ୍କ ବାସ୍ତବ ଘର ମହାରାଷ୍ଟ୍ରର ପୁଣେଠାରେ। ଗତ ୧୦ ବର୍ଷ ତଳେ ନେହା ସ୍ୱିଡିସ୍‌ଠାରେ ଏକ ‘ଚାଇଲ୍ଡ ଆଡ୍‌ପସନ କନ୍‌ଫରେନ୍ସ’ରେ ଯୋଗ ଦେଇ ତାଙ୍କର ଭାରତୀୟ ବାୟୋଲଜିକାଲ ପରିବାର ସଂପର୍କରେ ସୂଚନା ପାଇଥିଲେ।

publive-image UNSPLASH/REPRESENTATIONAL

ନେହା ନିଜ ପରିବାର ବିଷୟରେ ଜାଣିବା ବେଳକୁ ତାଙ୍କ ବିବାହ ହୋଇ ସାରିଥାଏ। ସେ ନିଜ ପରିବାର ସଂପର୍କରେ ମିଳିଥିବା କିଛି ତଥ୍ୟକୁ ନେଇ ନିଜ ସ୍ୱାମୀଙ୍କ ସହ ଆଲୋଚନା କରିଥିଲେ। ଯାହାହେଉ ଶେଷରେ ନେହା ତାଙ୍କ ସ୍ୱାମୀଙ୍କ ସହାୟତାରେ ପୁଣେର ଏକ ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ ନିଜ ପରିବାର ସଂପର୍କରେ ଗୁଡ଼ାଏ ତଥ୍ୟ ହାସଲ କଲେ।

ପରିଶେଷରେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଜନ୍ମ କଲା ମାଆବାପା ଆଉ ଦୁନିଆରେ ନାହାନ୍ତି। ମାତ୍ର ତାଙ୍କର ଜଣେ ସାନ ଭଉଣୀ ଅଛି। ଏକଥା ଜାଣିବା ପରେ ନେହା ତାଙ୍କୁ ନିଜ ଭଉଣୀକୁ ଖୋଜିବାର ଚେଷ୍ଟା ଜାରି ରଖିଲେ। ଶେଷରେ ନେହା ନିଜ ଭଉଣୀକୁ ଖୋଜି ପାଇଲେ, ଜଣେ ଦେହଜୀବୀ ଭାବେ! ଦୁଃଖରେ ତାଙ୍କ ଆଖିରୁ ଧାର ଧାର ଅଶ୍ରୁ ଝରି ପଡୁଥାଏ। ପରସ୍ପରଙ୍କ ନିକଟତର ହେବା ପରେ ଦୁଇ ଭଉଣୀ ଯାକ ଭାବପ୍ରବଣ ହୋଇପଡ଼ିଲେ ଓ ପରବର୍ତ୍ତୀ ଜୀବନ ସାଥୀ ହୋଇ ବିତାଇବାର ନିଷ୍ପତ୍ତି ନେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe