ଫୁଲରୁ ସୁଗନ୍ଧ ପାଉନି ମହୁମାଛି

ଫୁଲରୁ ସୁଗନ୍ଧ ପାଉନି ମହୁମାଛି

ବାୟୁ ପ୍ରଦୂଷଣର କୁପ୍ରଭାବ ମହୁମାଛିମାନଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରଦୂଷିତ ବାୟୁର ଏକ ବିଷାକ୍ତ ଆବରଣ ଫୁଲକୁ ଢାଙ୍କି ରଖିବା ଦ୍ବାରା ମହୁମାଛିମାନେ ତାହାର ସୁଗନ୍ଧ ବାରିବାରେ ସକ୍ଷମ ହେଉନାହାନ୍ତି, ମଧୁ ସଂଗ୍ରହ କରିବାରେ ସମସ୍ୟା ଭୋଗୁଛନ୍ତି। ମହୁମାଛିଙ୍କର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ହେଲା, ବୃକ୍ଷର ବଂଶବୃଦ୍ଧି ପାଇଁ ଫୁଲ ପରାଗଣରେ ସହାୟକ ହେବା। ଫୁଲର ସୁଗନ୍ଧରେ ଆକର୍ଷିତ ହୋଇ ବିଭିନ୍ନ ଫୁଲ ଉପରେ ବସି ପରାଗରେଣୁ ସ୍ଥାନାନ୍ତର କରିଥାଏ ମହୁମାଛି। ଏହି ପ୍ରକ୍ରିୟା ହିଁ ଜୀବଜଗତ ପାଇଁ ଖାଦ୍ୟଉତ୍ସର ଭିତ୍ତି ପକାଇଥାଏ।
ସଂପ୍ରତି ବାୟୁ ପ୍ରଦୂଷଣ ଯୋଗୁଁ ମହୁମାଛିମାନେ ଫୁଲ ଠାବ କରିବା କଷ୍ଟକର ହୋଇପଡ଼ିଛି ବୋଲି ୟୁନାଇଟେଡ୍‌ କିଂଡମ୍‌ର ଦଳେ ଗବେଷକ ସ୍ପଷ୍ଟ କରିଛନ୍ତି। ୨୦୧୮ ଓ ୨୦୧୯ର ଗ୍ରୀଷ୍ମକାଳରେ ଏହି ଗବେଷକମାନେ ଏକ ସୋରିଷ କ୍ଷେତରେ ମହୁମାଛିମାନଙ୍କ ଗତିବିଧିକୁ ଅନୁଧ୍ୟାନ କରି ଏପରି ନିଷ୍କର୍ଷ ପାଇଛନ୍ତି। ଗୋଟିଏ ସୋରିଷ କ୍ଷେତ ଓଜୋନ୍‌ ଓ ନାଇଟ୍ରୋଜେନ୍‌ ପରି ବିଷାକ୍ତ ବାଷ୍ପ ବଳୟରେ ରହିଥିବା ବେଳେ ଅନ୍ୟ କ୍ଷେତକୁ ସଂପୂର୍ଣ୍ଣ ନିର୍ମଳ ବାୟୁ ସଂସ୍ପର୍ଶରେ ଅଣାଯାଇଥିଲା। ଉଭୟ କ୍ଷେତର ସୋରିଷ ଫୁଲ ଉପରେ ମହୁମାଛି ଓ ଅନ୍ୟ ପତଙ୍ଗମାନଙ୍କ ଆତଯାତ ଉପରେ ନିଘା ରଖାଯାଇଥିଲା। ତେବେ ନିର୍ମଳ ବାୟୁ ସଂସ୍ପର୍ଶରେ ଆସୁଥିବା କ୍ଷେତ ପ୍ରତି ଆକର୍ଷିତ ହେଉଥିବା ପତଙ୍ଗ ତୁଳନାରେ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ରହିଥିବା କ୍ଷେତକୁ ୭୦ ପ୍ରତିଶତ କମ୍‌ ପତଙ୍ଗ ଆସୁଥିବା ଦେଖାଯାଇଥିଲା।

ସୂଚନାଯୋଗ୍ୟ, ଏହି ପତଙ୍ଗମାନଙ୍କର ‘ଓଡୋନାଣ୍ଟ ରିସେପ୍ଟର୍‌’ ନାମକ ଶୁଣ୍ଢ ଗନ୍ଧ ବାରିପାରିଥାଏ। ଫୁଲରେଣୁର ସୁବାସ ତା’ ଦେହରେ ବାଜିଲେ ସେମାନେ ଫୁଲ ଠାବ କରି ତା’ ଉପରେ ବସି ମଧୁ ସଂଗ୍ରହ କରିଥା’ନ୍ତି ଏବଂ ପରାଗଣରେ ସହାୟକ ହୋଇଥା’ନ୍ତି। ମାତ୍ର ପ୍ରଦୂଷିତ ବାୟୁ ଯୋଗୁଁ ଫୁଲ ସୁଗନ୍ଧର ରାସାୟନିକ ପଦାର୍ଥ ସେମାନଙ୍କ ପାଖରେ ପହଞ୍ଚିବାରେ ପ୍ରତିବନ୍ଧକ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe