ବିଶ୍ବର ବୃହତ୍ତମ କାର୍ ! ହେଲିପ୍ୟାଡ୍ ସହ ଭିତରେ ରହିଛି ସୁଇମିଂ ପୁଲ୍

Advertisment
ବିଶ୍ବର ବୃହତ୍ତମ କାର୍ ! ହେଲିପ୍ୟାଡ୍ ସହ ଭିତରେ ରହିଛି ସୁଇମିଂ ପୁଲ୍

ନୂଆଦିଲ୍ଲୀ: ସାଧାରଣତଃ ୪-୫ ଜଣ ଲୋକ ଆରାମରେ ବସିବା ଭଳି କାର ଆପଣ ଦେଖିଥି‌ବେ। ଅତି ବେଶି ହେଲେ ୧୦ଜଣ ବସିପାରିବା ଭଳି ଗାଡ଼ି ଆପଣ ନିଜର ନିତିଦିନିଆ ଜୀବନରେ ଦେଖୁଥିବେ। କିନ୍ତୁ ଆପଣ କେବେ ସୁଇମିଂ ପୁଲ୍ ଏବଂ କାରର ଛାତ ଉପରେ ଏକ ହେଲିପ୍ୟାଡ୍ ଥିବା ଗାଡ଼ି ଦେଖିଛନ୍ତି କି? କେବଳ ଏତିକି ନୁହେଁ, ୭୫ଜଣ ଲୋକଙ୍କ ପାଇଁ ବସିବା ଭଳି କାର ବିଷୟରେ ଆପଣ କେବେ ଶୁଣିଛନ୍ତି କି? ଆପଣଙ୍କ ଉତ୍ତର ନିଣ୍ଚିତ ଭାବେ ନାଁ ହେବ। କାରଣ ସାଧାରଣତଃ ଏଭଳି କାର ସହଜରେ ଦେଖିବାକୁ ମିଳେ ନାହିଁ। ଆଜି ଆମେ ଆପଣଙ୍କୁ ବିଶ୍ବର ସବୁଠାରୁ ବଡ଼ କାର ବିଷୟରେ କହିବୁ, ଯେଉଁଥିରେ ସୁଇମିଂ ପୁଲ୍ ରହିଥିବା ସହ ହେଲିପ୍ୟାଡ୍ ରହିଛି।

ଆମେ ଏଠାରେ ଆମେରିକୀୟ ଡ୍ରିମ୍ କାର୍ ନାମକ ଏକ କାର ବିଷୟରେ କହୁଛୁ। ଏହି କାରଟି ଦୁନିଆର ସବୁଠାରୁ ବୃହତ୍ତମ କାର ତାଲିକାରେ ଅନ୍ତର୍ଭୁକ୍ତ। ଏହି କାରର ଲମ୍ବ ୧୦୦ଫୁଟ ହୋଇଥିବା ବେଳେ ଏଥିରେ ୨୬ଟି ଚକ ରହିଛି। ଏହା ସହ କାର ଭିତରେ ସୁଇମିଂ ପୁଲ୍ ଏବଂ ଉପରେ ହେଲିପ୍ୟାଡ୍ ମଧ୍ୟ ରହିଛି। ଆମେରିକୀୟ ଡ୍ରିମ୍ ନାମକ ଏହି କାରର ନାମ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ହୋଇସାରିଛି। କିନ୍ତୁ ବର୍ତ୍ତମାନ ଏହା ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଏବେ ଏହି କାରର ଲମ୍ବ ୬୦ଫୁଟରୁ ୧୦୦ ଫୁଟକୁ ବୃଦ୍ଧି କରାଯାଇଥିବା ବେଳେ ଚଉଡା ରହିଛି ୧.୫ ଇଞ୍ଚ।

publive-image aajtak

'ଡେଲି ଷ୍ଟାର'ର ରିପୋର୍ଟ ଅନୁଯାୟୀ, ଏହି କାର ୧୯୮୬ ମସିହାରେ ଆମେରିକାର କାଲିଫର୍ନିଆରେ ରହୁଥିବା କାର୍ କଷ୍ଟମାଇଜର୍ ଜୟ ଓହରବର୍ଗଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସେତେବେଳେ ଏହାର ଲମ୍ବ ୬୦ଫୁଟ ଥିଲା। ପରେ ସେ ଏହାକୁ ୧୦୦ ଫୁଟକୁ ବଢ଼ାଇ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ କାରକୁ ସାମିଲ କରିଥିଲେ। ଏହି କାର୍ ଅନେକ ହଲିଉଡ୍ ଚଳଚ୍ଚିତ୍ରରେ ମଧ୍ୟ ପ୍ରଦର୍ଶିତ ହୋଇଥିବା ଜଣାପଡ଼ିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe