ଲାକ୍ଟୋଜ୍‌ ଅସହିଷ୍ଣୁତାର ଲକ୍ଷଣ

ଲାକ୍ଟୋଜ୍ ଅସହିଷ୍ଣୁତା ଏକ ସାଧାରଣ ପାଚନ ଅବସ୍ଥା ଯହିଁରେ ଶରୀର କ୍ଷୀରରେ ଥିବା ପ୍ରାକୃତିକ ଶର୍କରାକୁ ସମ୍ପୂର୍ଣ୍ଣ ହଜମ କରିପାରେ ନାହିଁ। ଯଦି ଆପଣଙ୍କର ଲାକ୍ଟୋଜ୍ ଅସହିଷ୍ଣୁତା ଅଛି କି ନାହିଁ ନିଶ୍ଚିତ ନୁହନ୍ତି....

FSHSFSHFXB

ଲାକ୍ଟୋଜ୍ ଅସହିଷ୍ଣୁତା ଏକ ସାଧାରଣ ପାଚନ ଅବସ୍ଥା ଯହିଁରେ ଶରୀର କ୍ଷୀରରେ ଥିବା ପ୍ରାକୃତିକ ଶର୍କରାକୁ ସମ୍ପୂର୍ଣ୍ଣ ହଜମ କରିପାରେ ନାହିଁ। ଯଦି ଆପଣଙ୍କର ଲାକ୍ଟୋଜ୍ ଅସହିଷ୍ଣୁତା ଅଛି କି ନାହିଁ ନିଶ୍ଚିତ ନୁହନ୍ତି, ତେବେ କ୍ଷୀର ପିଇବା ପରେ କେତେକ ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ। 

ଲାକ୍ଟୋଜ୍ ଅସହିଷ୍ଣୁତାର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ପେଟ ଫୁଲିବା। କ୍ଷୀର ପିଇବା ପରେ, ପେଟ ପୂର୍ଣ୍ଣ, ଟାଣ କିମ୍ବା ଫୁଲା ଅନୁଭବ ହୋଇଥାଏ। ସେହିପରି ଦୁଗ୍ଧଜାତ ଦ୍ରବ୍ୟ ଖାଇବାର କିଛି ସମୟ ପରେ ବାରମ୍ବାର ଝାଡ଼ା ହେବା ମଧ୍ୟ ଲାକ୍ଟୋଜ୍ ଅସହିଷ୍ଣୁତାକୁ ସୂଚାଇପାରେ। ଲାକ୍ଟୋଜ ଅସହିଷ୍ଣୁତା ଥିବା ବ୍ୟକ୍ତି କ୍ଷୀର ପିଇବା ପରେ ପ୍ରାୟତଃ ପେଟରେ ଯନ୍ତ୍ରଣା ହୁଏ। ସେହିପରି ଅଧିକ ଅଧୋବାୟୁ ହେବା ଏହାର ଏକ ଲକ୍ଷଣ।

କ୍ଷୀର ପିଇବା ପରେ ବାନ୍ତିଆ ଲାଗିବା ଲାକ୍ଟୋଜ ଅସହିଷ୍ଣୁତାକୁ ସୂଚାଇପାରେ। କିଛି ଲୋକ କ୍ଷୀର ପିଇବା ପରେ ଅସାଧାରଣ ଭାବରେ କ୍ଳାନ୍ତ ରହିଥା’ନ୍ତି। କେତେକଙ୍କ ଠାରେ ବ୍ରଣ, ଚର୍ମ ଫଳିଯିବା କିମ୍ବା ଏକଜିମା ପରି ଚର୍ମ ସମସ୍ୟା ଦେଖାଦେଇଥାଏ। ଯଦି କ୍ଷୀର ପିଇବା ପରେ ଏଭଳି ଏକାଧିକ ଲକ୍ଷଣ ଲକ୍ଷ୍ୟ କରନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe