ଶୌଚାଳୟକୁ ମୋବାଇଲ୍‌ ନେବା ଅସ୍ବାସ୍ଥ୍ୟକର

Advertisment

ବେଳେବେଳେ କୌଣସି ଜରୁରୀ କଥାବାର୍ତ୍ତା ପାଇଁ ଆମେ ମୋବାଇଲ୍‌ ଫୋନ୍‌ ସହ ପାଇଖାନା ଭିତରେ ପଶିଥାଉ। ଏପରିକି ଶୌଚାଳୟକୁ ଗଲାବେଳେ ସାଙ୍ଗରେ ‌ମୋବାଇଲ୍‌ ନେଇ ଯିବାଟା ଅନେକଙ୍କର ଅଭ୍ୟାସ ହୋଇପାରେ!

ବେଳେବେଳେ କୌଣସି ଜରୁରୀ କଥାବାର୍ତ୍ତା ପାଇଁ ଆମେ ମୋବାଇଲ୍‌ ଫୋନ୍‌ ସହ ପାଇଖାନା ଭିତରେ ପଶିଥାଉ। ଏପରିକି ଶୌଚାଳୟକୁ ଗଲାବେଳେ ସାଙ୍ଗରେ ‌ମୋବାଇଲ୍‌ ନେଇ ଯିବାଟା ଅନେକଙ୍କର ଅଭ୍ୟାସ ହୋଇପାରେ!

sfsffsc

ବେଳେବେଳେ କୌଣସି ଜରୁରୀ କଥାବାର୍ତ୍ତା ପାଇଁ ଆମେ ମୋବାଇଲ୍‌ ଫୋନ୍‌ ସହ ପାଇଖାନା ଭିତରେ ପଶିଥାଉ। ଏପରିକି ଶୌଚାଳୟକୁ ଗଲାବେଳେ ସାଙ୍ଗରେ ‌ମୋବାଇଲ୍‌ ନେଇ ଯିବାଟା ଅନେକଙ୍କର ଅଭ୍ୟାସ ହୋଇପାରେ! ଶୌଚାଳୟ ଭିତରେ ବସି ପତ୍ରିକା କି ଖବରକାଗଜ ପଢ଼ିବା କିଛି ଲୋକଙ୍କର ଜୀବନଶୈଳୀର ଅଂଶବିଶେଷ ପାଲଟିଥାଏ। ମାତ୍ର ତାହାଦ୍ବାରା ନିତମ୍ବର ମାଂସପେଶୀଗୁଡ଼ିକ ଦୁର୍ବଳ ହୋଇଯିବା ସହ ଅର୍ଶ ପରି ସାଂଘାତିକ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ ବୋଲି ଡାକ୍ତରମାନେ ସତର୍କ କରାଇ ଦେଇଛନ୍ତି। ଟେକ୍‌ସାସ୍‌ ବିଶ୍ବବିଦ୍ୟାଳୟର ସାଉଥ୍‌ୱେଷ୍ଟର୍ଣ୍ଣ ଭେଷଜ କେନ୍ଦ୍ରର କଲୋରେକ୍ଟାଲ୍‌ ବିଶେଷଜ୍ଞ ଡାକ୍ତର ଲାଇ ଜୁଇଙ୍କ କହିବାନୁଯାୟୀ, ୱେଷ୍ଟର୍ଣ୍ଣ ଷ୍ଟାଇଲ୍‌ ଟଏଲେଟ୍‌ରେ ୧୦ ମିନିଟ୍‌ରୁ ଅଧିକ ସମୟ ବସି ରହିଲେ ତାହା ଶରୀରର ନିମ୍ନଭାଗରେ ମାଧ୍ୟାକର୍ଷଣ ଜନିତ ଚାପକୁ ବଢ଼ାଇଥାଏ।

ଏହା ରକ୍ତ ସଂଚାଳନକୁ ପ୍ରଭାବିତ କରି ଗୁହ୍ୟଦ୍ବାର ସନ୍ନିକଟ ଶିରାକୁ ଫୁଲାଇ ଦେଇଥାଏ, ଯାହା ଅର୍ଶର ଆଶଙ୍କା ବଢ଼ାଇଥାଏ। ଅର୍ଥାତ୍‌ ସେହି ଅଞ୍ଚଳରେ ଶିରା ଫାଟି ରକ୍ତସ୍ରାବ ହୋଇଥାଏ। ଟଏଲେଟ୍‌ରେ ଅଧିକ ସମୟ ବସିବା ଦ୍ବାରା ନିତମ୍ବ ତଳର ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ଗୁହ୍ୟଦ୍ବାର (ରେକ୍ଟମ୍‌) ଦେଇ ମଳ ବାହାରିବା କଷ୍ଟକର ହୋଇଥାଏ। ଏପରିକି ବେଳେ ବେଳେ ସେଥିପାଇଁ ଅଧିକ କୁନ୍ଥାଇବା ଯୋଗୁଁ ରେକ୍ଟମ୍‌ଟି ପଦାକୁ ବାହାରି ଆସିଥାଏ ଯାହାକୁ ରେକ୍ଟାଲ୍‌ ପ୍ରୋଲାପ୍‌ସ କୁହାଯାଏ। ଏହି ସମସ୍ୟାକୁ ଦୂରେଇବା ପାଇଁ ଶୌଚାଳୟ ଭିତରକୁ ସ୍ମାର୍ଟଫୋନ୍‌ କି ପତ୍ରପତ୍ରିକା ନେବାରୁ ନିବୃତ୍ତ ରହିବା ଉଚିତ। ଏଥି ସହିତ ଟଏଲେଟ୍‌ରେ ଅଧିକ ସମୟ  ନରହିବା ପାଇଁ ମନକୁ ପ୍ରବର୍ତ୍ତାଇବାକୁ ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe