ମିଶର: ଏକା ସ୍ଥାନରେ ଦେଖିବାକୁ ମିଳିବ ଦୁନିଆର ସବୁଠାରୁ ଲମ୍ବା ପୁରୁଷ ଏବଂ ଛୋଟ ମହିଳାଙ୍କୁ

Advertisment
ମିଶର: ଏକା ସ୍ଥାନରେ ଦେଖିବାକୁ ମିଳିବ ଦୁନିଆର ସବୁଠାରୁ ଲମ୍ବା ପୁରୁଷ ଏବଂ ଛୋଟ ମହିଳାଙ୍କୁ

ନୂଆଦିଲ୍ଲୀ: ସବୁ ଦେଶରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥାଏ। ସେହିପରି ମିଶର ବୁଲିବା ପାଇଁ ଯାଉଥିବା ପର୍ଯ୍ୟଟକମାନଙ୍କ ପାଇଁ ସେଠାରେ ଏବେ ରହିଛି ଏକ ଅଭୁତ ସରପ୍ରାଇଜ। ସେଠାକୁ ଯାଉଥିବା ପର୍ଯ୍ୟଟକଙ୍କୁ ଏବେ ଗୋଟିଏ ସ୍ଥାନରେ ଦେଖିବାକୁ ମିଳୁଛି ଦୁନିଆର ସବୁଠାରୁ ଲମ୍ବା ବ୍ୟକ୍ତି ତୁର୍କୀର ସୁଲତାନ କୋସିମ ଏବଂ ବିଶ୍ୱର ସବୁଠାରୁ ଛୋଟ ମହିଳା ଭାରତର ଜ୍ୟୋତି ଅମଗେଙ୍କୁ। ସୁଲତାନଙ୍କର ଉଚ୍ଚତା ୮ ଫୁଟ ୯ ଇଞ୍ଚ ରହିଥିବା ବେଳେ ଜ୍ୟୋତି ଅମେଗଙ୍କର ଉଚ୍ଚତା ରହିଛି ୨ ଫୁଟ ୬ ଇଞ୍ଚ ।

publive-image

୩୬ ବର୍ଷିୟ କୋସିମ୍‌ ଏବଂ ୨୫ ବର୍ଷିୟା ଅମଗେଙ୍କୁ ମିଶର ଦେଶକୁ ଏହାର ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ାଇବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଠାରେ ଦୁଇ ଜଣଙ୍କୁ ଏକା ସାଙ୍ଗରେ ଠିଆ କରାଯାଇ ଏକ ଫଟୋ ସୁଟ କରାଯାଇଥିଲା ଏବଂ ମିଶର ତରଫରୁ ତାକୁ ସୋସିଆଲ ମିଡ଼ିଆରେ ଛଡ଼ାଯାଇଥିଲା । ଏହି ଫଟୋକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ରିଟୁଇଟ କରିବା ସହ ଅନେକ ସେୟାର ମଧ୍ୟ କରିଛନ୍ତି । ଦୁଇ ଜଣଙ୍କୁ ଏକା ସାଙ୍ଗରେ ବସି କଥାବର୍ତ୍ତା ସହ ମଜା କରୁଥିବାର ଦେଖାଯାଇଛି।

କୋସିମ୍‌ ୨୦୦୯ ମସିହାରେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷଙ୍କ ମଧ୍ୟରେ ଥିଲେ । ସେହିପରି ଅମଗେଙ୍କ ଉଚ୍ଚତା ଦୁଇ ବର୍ଷର ଶିଶୁ ଭଳି ରହିଛି। ଅମଗେଙ୍କୁ ଆଗରୁ ବିଗବସ୍‌ ଏବଂ ଆମେରିକାନ ହରର ଷ୍ଟୋରୀ ଭଳି ଟିଭି ସୋ ରେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe