୧୧୦୦ ବର୍ଷ ପୂର୍ବେ ଏହି ମନ୍ଦିରରେ ଲେଖାଯାଇଥିଲା ନିର୍ବାଚନ ନିୟମାବଳୀ

Advertisment
୧୧୦୦ ବର୍ଷ ପୂର୍ବେ ଏହି ମନ୍ଦିରରେ ଲେଖାଯାଇଥିଲା ନିର୍ବାଚନ ନିୟମାବଳୀ

ନୂଆଦିଲ୍ଲୀ: ତାମିଲନାଡୁର ରାଜଧାନୀ ଚେନ୍ନାଇଠାରୁ ପ୍ରାୟ ୯୦କିଲୋମିଟର ଦୂରରେ ଥିବା ଉଥିରାମେରୁରକୁ ଗଣତନ୍ତ୍ରର ଜନ୍ମସ୍ଥାନ ଭାବରେ କୁହାଯାଏ। ଯଦିଓ ଅନେକ ଲୋକ ଏହି ପରମ୍ପରା ବିଷୟରେ ଅବଗତ ନୁହଁନ୍ତି । ଉଥିରାମେରୁର ମନ୍ଦିର ସହର ମଦୁରନ୍ତକମରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ। ଏଠାରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ତିନି ଦଶନ୍ଧି ପୂର୍ବରୁ ତାଙ୍କର ପ୍ରଥମ ନିର୍ବାଚନ ଅଭିଯାନ ଆରମ୍ଭ କରିଥିଲେ।

ଚେନ୍ନାଇଠାରୁ ୯୦ କିଲୋମିଟର ଦୂରରେ ଥିବା କାଞ୍ଚିପୁରମ ଜିଲ୍ଲାରେ ଉଥିରାମେରୁର ଅବସ୍ଥିତ । ପଲ୍ଲବ ରାଜା ନନ୍ଦୀବର୍ମାନ ଦ୍ୱିତୀୟ ପ୍ରାୟ ୭୫୦ ଖ୍ରୀଷ୍ଟାବ୍ଦରେ ଏହାକୁ ପ୍ରତିଷ୍ଠା କରିଥିଲେ, ଏହା ପୂର୍ବରୁ ଏହା ବ୍ରାହ୍ମଣ ବସ୍ତି ଭାବରେ ବିଦ୍ୟମାନ ଥିଲା ।

ମନ୍ଦିର ଶିଳା ଲେଖା ଅନୁଯାୟୀ, ଏକ ବିଶାଳ ମାଟି ପାତ୍ର ଯାହା ମତପେଟି ଭାବରେ କାମ କରୁଥିଲା। ତାହାକୁ ସହର କିମ୍ବା ଗାଁର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖାଯାଇଥାଏ। ଭୋଟରଙ୍କୁ ଏକ ଖଜୁରୀ ପତ୍ରରେ ନିଜ ଇଚ୍ଛା ଅନୁସାରେ ପ୍ରାର୍ଥୀଙ୍କ ନାମ ଲେଖି ଉକ୍ତ ପାତ୍ରରେ ପକାଇବାର ଥିଲା।

ପ୍ରକ୍ରିୟା ଶେଷରେ ପତ୍ରଗୁଡ଼ିକୁ ମତପେଟିରୁ ବାହାର କରି ଗଣନା କରାଯାଇଥାଏ। ଯିଏ ସର୍ବାଧିକ ଭୋଟ୍ ପାଇଥାଆନ୍ତି, ସେ ଗ୍ରାମ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥାଆନ୍ତି। କେବଳ ଏତିକି ନୁହେଁ, ପରିବାର ବ୍ୟଭିଚାର କିମ୍ବା ଦୁଷ୍କର୍ମ କରିଥିବା ବ୍ୟକ୍ତି ୭ପିଢ଼ି ପର୍ଯ୍ୟନ୍ତ ନିର୍ବାଚନରେ ଭାଗ ନେବାକୁ ଅଯୋଗ୍ୟ ହୋଇଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe