ତାମିଲ୍‌ନାଡୁକୁ ମିଳିଲା ପ୍ରଥମ ମହିଳା ଆମ୍ବୁଲାନ୍ସ ଚାଳକ, ନିଯୁକ୍ତି ପରେ କ’ଣ କହନ୍ତି ବୀରଲକ୍ଷ୍ମୀ?

Advertisment
ତାମିଲ୍‌ନାଡୁକୁ ମିଳିଲା ପ୍ରଥମ ମହିଳା ଆମ୍ବୁଲାନ୍ସ ଚାଳକ, ନିଯୁକ୍ତି ପରେ କ’ଣ କହନ୍ତି ବୀରଲକ୍ଷ୍ମୀ?

www.newindianexpress.com

ଚେନ୍ନାଇ: ତାମିଲ୍‌ନାଡୁରେ ପ୍ରଥମ ଥର ପାଇଁ ଏକ ଆମ୍ବୁଲାନ୍ସରେ ଜଣେ ମହିଳା ଡ୍ରାଇଭର୍‌ଙ୍କୁ ନିଯୁକ୍ତି ମିଳିଥିବା ଦେଖିବାକୁ ମିଳିଛି। ଉନ୍ନତ ଉପକରଣ ସହ ରାଜ୍ୟରେ ଲଞ୍ଚ୍‌ ହୋଇଥିବା ୯୦ଟି ଆମ୍ବୁଲାନ୍ସ ମଧ୍ୟରୁ ୧୦ଟି ସରକାରୀ ଡାକ୍ତରଖାନାର ବ୍ଲଡ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଏହାର ମୂଲ୍ୟ ୩.୯ କୋଟି ରହିଛି। ଏହା ବ୍ୟତୀତ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଦ୍ୱାରା ୧.୨୬ କୋଟି ମୂଲ୍ୟର ୧୮ ଟି ଜରୁରୀକାଳୀନ ଆମ୍ବୁଲାନ୍ସ ଦାନ କରାଯାଇଥିବା ଜାଣିବାକୁ ମିଳିଛି। ସମୁଦାୟ ୯୦ଟି ଆମ୍ବୁଲାନ୍ସର ମୂଲ୍ୟ ୨୦.୬୫ କୋଟି ଟଙ୍କା ବୋଲି ଜାଣିବାକୁ ମିଳିଛି।

ତେବେ, ରାଜ୍ୟର ପ୍ରଥମ ମହିଳା ଆମ୍ବୁଲାନ୍ସ ଚାଳକ ହେଉଛନ୍ତି ଏମ୍‌ ବୀରଲକ୍ଷ୍ମୀ। ସେ ଲୋକଙ୍କ ସେବା କରିବାକୁ ଚାହୁଁଥିବାରୁ ସେ ଏହି କ୍ଷେତ୍ରକୁ ବାଛିଥିବା କହିଛନ୍ତି। ସେ ଗଣମାଧ୍ୟମରେ ନିଜର ବୟାନ ଦେଇ କୁହନ୍ତି, ‘ଅନେକ ଚାକିରି ଅଛି ଯେଉଁଠାରେ ଆପଣ ଟଙ୍କା ରୋଜଗାର କରିପାରିବେ। କିନ୍ତୁ ମୁଁ ଭାବିଲି ମୋର କାମ ସେବା ଭିତ୍ତିକ ହେବା ଉଚିତ୍। ତେଣୁ ମୁଁ ଏହାକୁ ବାଛିଲି।’

publive-image www.newindianexpress.com

ଚେନ୍ନାଇରେ କାମ କରୁଥିବା ଭେରାଲକ୍ସମିଙ୍କର ଟ୍ୟାକ୍ସି ଡ୍ରାଇଭର ଭାବରେ ତିନି ବର୍ଷର ଅଭିଜ୍ଞତା ଅଛି। ସେ କହନ୍ତି  ଯେ ଯଦିଓ ତାଙ୍କ ସ୍ୱାମୀ ଆରମ୍ଭରୁ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି, ଏବେ ସେ ମହାମାରୀ ସମୟରେ ଟିକେ ଦ୍ୱିଧାବୋଧ କରୁଛନ୍ତି।

ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ ନିଜକୁ ଗର୍ବିତ ମନେ କରନ୍ତି ବୀରଲକ୍ଷ୍ମୀ। ଅଟୋମୋବାଇଲ ଟେକ୍ନୋଲୋଜିରେ ଡିପ୍ଲୋମା ସମାପ୍ତ କରିଥିବା ବିରଲକ୍ଷ୍ମୀ କୁହନ୍ତି, ‘ମୋ ମାଆ ସବୁବେଳେ ମୋତେ କହି ଆସୁଥିଲେ ଜୀବନରେ କିଛି ବି ଅସମ୍ଭବ ନୁହେଁ ଏବଂ ମୁଁ ତାହାକୁ ସଦା ମନେ ରଖିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe