ହେନ୍ତାଳ ପୁନରୁଦ୍ଧାରରେ ଉଦାହରଣ ସାଜିଲା ତାମିଲନାଡୁ

ତାମିଲନାଡୁର ବନବିଭାଗ ସେ ରାଜ୍ୟର ମୁଥୁପେଟ ଅଞ୍ଚଳରେ ଗତ ତିନି ବର୍ଷରେ ୨,୦୫୭ ହେକ୍ଟର ପରିମିତ ଇଲାକାରେ ହେନ୍ତାଳ ବଣର ପୁନରୁଦ୍ଧାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହେନ୍ତାଳ ବଣ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରି ଅଧିବାସୀଙ୍କୁ ବାତ୍ୟା....

gjgjdgjg

ତାମିଲନାଡୁର ବନବିଭାଗ ସେ ରାଜ୍ୟର ମୁଥୁପେଟ ଅଞ୍ଚଳରେ ଗତ ତିନି ବର୍ଷରେ ୨,୦୫୭ ହେକ୍ଟର ପରିମିତ ଇଲାକାରେ ହେନ୍ତାଳ ବଣର ପୁନରୁଦ୍ଧାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହେନ୍ତାଳ ବଣ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରି ଅଧିବାସୀଙ୍କୁ ବାତ୍ୟା, ସମୁଦ୍ର ପତ୍ତନ ବୃଦ୍ଧି, ମୃତ୍ତିକା କ୍ଷୟରୁ ସୁରକ୍ଷିତ ରଖିଥାଏ। ତେଣୁ ହେନ୍ତାଳ ବଣକୁ ଅକ୍ଷୁଣ୍ଣ ରଖିବା ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ତାମିଲନାଡୁର ତିରୁଭରୁର ଫରେଷ୍ଟ ଡିଭିଜନ୍‌ ଦ୍ବାରା ୨୦୨୨ରେ ମୁଥୁପେଟ ଆର୍ଦ୍ରଭୂମିରେ ହେନ୍ତାଳ ବୃକ୍ଷ ରୋପଣ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୧,୩୫୦ ହେକ୍ଟରରେ ହେନ୍ତାଳ ରୋପଣ କରାଯାଇଥିବା ବେଳେ ୭୦୭ ହେକ୍ଟରରେ ହେନ୍ତାଳ ପୁନରୁଦ୍ଧାର କରାଯାଇଛି।

ବନବିଭାଗ ୧୨ ଲକ୍ଷରୁ ଅଧିକ ହେନ୍ତାଳ ଚାରାରୋପଣ କରିଥିଲା, ଯାହାକୁ ୩୮୦ କିଲୋମିଟର ଦୀର୍ଘ କେନାଲ ପ୍ରଣାଳୀ ଦ୍ବାରା ଜଳସେଚନ ସୁବିଧା ମିଳୁଛି। ହେନ୍ତାଳ ବନ ପୁନରୁଦ୍ଧାରରେ ସ୍ଥାନୀୟ ଜନଗୋଷ୍ଠୀର ଅଂଶଗ୍ରହଣ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ୧୬ଟି ମତ୍ସ୍ୟଜୀବୀ ଗ୍ରାମର ୧୦,୦୦୦ ଲୋକଙ୍କୁ ନେଇ ହେନ୍ତାଳ ପରିଷଦ ଗଠନ କରାଯାଇଛି। ଏହି ପରିଷଦଗୁଡ଼ିକ କେନାଲର ରକ୍ଷଣାବେକ୍ଷଣ ସମେତ ମଞ୍ଜି ବୁଣିବା କାର୍ଯ୍ୟରେ ନିୟୋଜିତ। ଏହି କାର୍ଯ୍ୟରେ ୮୬,୦୦୦ ଘଣ୍ଟାର ଶ୍ରମ ନିୟୋଜନ କରାଯାଇଥିବା ପ୍ରକାଶ ପାଇଛି। ପାରମ୍ପରିକ ଜ୍ଞାନ ଓ ବୈଜ୍ଞାନିକ ପଦ୍ଧତିର ମିଶ୍ରିତ ପ୍ରୟୋଗ ଦ୍ବାରା କିଭଳି ହେନ୍ତାଳବଣର ପୁନରୁଦ୍ଧାର ହୋଇପାରିବ, ତାମିଲନାଡୁର ମୁଥୁପେଟ ଆର୍ଦ୍ରଭୂମି ତାହାର ଏକ ଉଜ୍ଜ୍ବଳ ଉଦାହରଣରେ ପରିଣତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe