ଟ୍ରକ୍‌ ଚଲାଉଥିବା ମହିଳାଙ୍କ ଭିଡିଓ ସେୟାର କରି ଏପରି ଲେଖିଲେ ଆଇଏଏସ୍‌ ଅଶ୍ବିନୀ ସରଣ

ଟ୍ରକ୍‌ ଚଲାଉଥିବା ମହିଳାଙ୍କ ଭିଡିଓ ସେୟାର କରି ଏପରି ଲେଖିଲେ ଆଇଏଏସ୍‌ ଅଶ୍ବିନୀ ସରଣ

www.indiatoday.in

ଚେନ୍ନାଇ: ଏପରି କିଛି ନାହିଁ ଯାହା ମହିଳା କରିପାରିବେନି। ପୂର୍ବରୁ ବି ଏସବୁ କଥା ବାରମ୍ବାର ପ୍ରମାଣିତ ହୋଇସାରିଛି। ଅନେକ ସାହସୀ ମହିଳା ପୁରୁଷଙ୍କ ସହ ଟକ୍କର ଦେଇ ଏହା ପ୍ରମାଣ କରିସାରିଛନ୍ତି ଯେ ଯାହା ପୁରୁଷ କରିପାରିବେ ସେ ସମସ୍ତ କାର୍ଯ୍ୟ ମହିଳା ବି କରିପାରିବେ।

ନିକଟରେ ତାମିଲ୍‌ନାଡୁର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଜଣେ ମହିଳା ଡ୍ରାଇଭର୍‌ ରାଜପଥରେ ଟ୍ରକ୍‌ ଚଲାଉଥିବାର ଦେଖିବାକୁ ମିଳିଛନ୍ତି। ଏହି ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି ଆଇଏଏସ୍‌ ଅଧିକାରୀ ଅଶ୍ବିନୀ ସରନ। ଭିଡିଓରେ ତାମିଲନାଡୁର ନମ୍ବର ପ୍ଲେଟ୍‌ ଲାଗିଥିବା ଏକ ଟ୍ରକ୍‌ ଚାଲୁଥିବାର ଦୃଶ୍ୟମାନ ହୋଇଛି। ଆପିଏସ୍‌ ଅଧିକାରୀ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍‌ରେ ଭିଡିଓଟିକୁ ସେୟାର୍‌ କରି ଲେଖିଛନ୍ତି, ‘ପୁରୁଷ ଚଲାଉ କିମ୍ବା ମହିଳା ଟ୍ରକ୍‌କୁ ଏଥିରେ କ’ଣ ଫରକ ପଡୁଛି’।

ଭିଡିଓରେ ଟ୍ରକ୍‌ଟି ପାଖକୁ ପାଖକୁ ଆସିବା ପରେ ସେଥିରେ ଜଣେ ମହିଳା ହସି ହସି ଗାଡ଼ି ଚଲାଉଥିବାର ଦେଖିବାକୁ ମିଳିଛନ୍ତି। ଏହି ଭିଡିଓଟିକୁ ଏବେ ସୁଦ୍ଧା ୨ ଲକ୍ଷ ୨୪ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଅନେକ ଜଣକ ଏଥିରେ ବହୁତ ଭଲ ଭଲ କମେଣ୍ଟ୍‌ ବି ଦେଇଛନ୍ତି। କେହି କେହି କମେଣ୍ଟ୍‌ ଦେଇଛନ୍ତି ଯେ ସେ ହେଉଛନ୍ତି ମହିଳା ସଶକ୍ତିକରଣର ଜ୍ବଳନ୍ତ ଉଦାହରଣ।

ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଖୁବ୍‌ କଠିନ କାମ। ଜଣେ ମହିଳାଙ୍କୁ ଟ୍ରକ୍‌ ଚଲାଉଥିବାର ଦେଖି ଗର୍ବ ଓ ସମ୍ମାନରେ ମୁଣ୍ଡ ତଳକୁ ହୋଇଯାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe