ବଜାରକୁ ଆସିବ ଟାଟାର କର୍ଭ ଇଭି

Advertisment
ବଜାରକୁ ଆସିବ ଟାଟାର କର୍ଭ ଇଭି

ଇଭି କାର୍‌ ସେଗ୍‌ମେଣ୍ଟରେ ବଜାରକୁ ଆସିବାକୁ ଯାଉଛି ଟାଟା ମୋଟର୍ସର ନୂଆ କର୍ଭ ଇଭି। ଏହି ଇଭି ଲଞ୍ଚ୍‌ ହେବାର କିଛି ଦିନ ଭିତରେ କମ୍ପାନି ଏହାର ଆଇସିଇ (ପେଟ୍ରୋଲ୍‌-ଡିଜେଲ୍‌) ଭର୍ସନ୍‌ ଉପଲବ୍ଧ କରିବ। ନିକଟରେ ଟାଟା ଏହି ଦୁଇ ଗାଡ଼ିର ଫଟୋ ୱେବ୍‌ସାଇଟ୍‌ରେ ଛାଡ଼ିଥିଲା। ଟାଟା ନେକ୍ସନ୍‌ ଓ ହାରିୟର୍‌ର ମଡେଲ୍‌ ସହିତ ଏହାର ସାମଞ୍ଜସ୍ୟ ରହିଛି। କର୍ଭ ଇଭିର ଦାମ୍‌ ପାଖାପାଖି ୧୮ଲକ୍ଷ ଟଙ୍କାରୁ ଆରମ୍ଭ ହେବ ବୋଲି ଆକଳନ କରାଯାଉଛି।

ଏଥିରେ ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ୍‌ ସିଟ୍‌, ୧୦.୨୫ ଇଞ୍ଚ ଡିଜିଟାଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ କ୍ଲଷ୍ଟର୍‌, ଓୟାର୍‌ଲେସ୍‌ ଫୋନ୍‌ ଚାର୍ଜର୍‌, ପାନାରୋମିକ୍‌ ସନ୍‌ରୁଫ୍‌, ମୁଡ୍‌ ଲାଇଟିଂ, ୬ଟି ଏୟାର୍‌ ବ୍ୟାଗ୍‌, ଫ୍ରଣ୍ଟ୍‌ ଓ ରିୟର୍‌ ପାର୍କିଂ ସେନ୍‌ସର୍‌, ୩୬୦ ଡିଗ୍ରି ସରାଉଣ୍ଡ୍‌ କ୍ୟାମେରା, ଅଟୋ-ହୋଲ୍‌ଡ ଫଙ୍କ୍‌ସନ୍‌ ସହିତ ଇଲେକ୍ଟ୍ରୋନିକ୍‌ ପାର୍କିଂ ବ୍ରେକ୍‌, ଆଣ୍ଡ୍ରଏଡ୍‌ ଅଟୋ ତଥା ଆପଲ୍‌ କାର୍‌-ପ୍ଲେ କନେକ୍ଟିଭିଟି, ଅତ୍ୟାଧୁନିକ ସ୍ପିକର୍‌, ୧୫ରୁ ଅଧିକ ଓଟିଟି ସପୋର୍ଟ ପରି ବୈଶିଷ୍ଟ୍ୟ ଉପଲବ୍ଧ ହେବ ବୋଲି କୁହାଯାଉଛି। ଏହା ବୃହତ୍‌ ବ୍ୟ‌ାଟେରି ପ୍ୟାକ୍‌ ସହ ଉପଲବ୍ଧ ହେବ ଏବଂ ଥରେ ଚାର୍ଜ କଲେ ୫୦୦ କି.ମି. ଯାଇପାରିବ ବୋଲି ଆକଳନ କରାଯାଉଛି। ଯଦିଓ ଟାଟା ମୋଟର୍ସ ପକ୍ଷରୁ କାର୍‌ ଉନ୍ମୋଚନ ତାରିଖ ଘୋଷଣା କରାଯାଇନାହିଁ ତଥାପି ଅଗଷ୍ଟ ମାସ ସୁଦ୍ଧା କର୍ଭ ଇଭି ବଜାରକୁ ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe