ଏହି କାରଣରୁ ହାତରେ ଆଙ୍କିଲେ ବାରକୋଡର ଟାଟୁ

Advertisment
ଏହି କାରଣରୁ ହାତରେ ଆଙ୍କିଲେ ବାରକୋଡର ଟାଟୁ

ନୂଆଦିଲ୍ଲୀ: ଅନେକ ଲୋକ ଟାଟୁ କରିବା ପାଇଁ ପସନ୍ଦ କରି ଥାଆନ୍ତି। କିଏ ଫୁଲର ଟାଟୁ ଆଙ୍କିଥାଏ ତ କିଏ ଭଗବାନଙ୍କର ବିଭିନ୍ନ ପ୍ରତିଛବିର ତ ଆଉ କିଏ ନିଜର ବାପା-ମା’ଙ୍କ ଦସ୍ତଖତର। ନିକଟରେ ଜଣେ ବ୍ୟକ୍ତି ବାରକୋଡର ଟାଟୁ ଆଙ୍କିଥିବା ଦେଖିବାକୁ ମିଳୁଛି। ତେବେ ଫଟୋ ଦେଖି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କି ଏମିତି ଟାଟୁ ବ୍ୟକ୍ତି ଜଣକ କାହିଁକି କରାଇଛନ୍ତି। କାରଣ ବାରକୋଡ ପ୍ରଡକ୍ଟ କିମ୍ବା ଟଙ୍କା ସ୍କାନ କରିବା ପାଇଁ ହୋଇଥାଏ। ଏଭଳି କ୍ଷେତ୍ରରେ କୌଣସି ବ୍ୟକ୍ତି ତାଙ୍କ ଶରୀରରେ ବାରକୋଡ ଟାଟୁ କରିବା ଘଟଣା ଆଶ୍ଚର୍ଯ୍ୟ କରି ଦେଉଛି। ଦେଖିବାକୁ ଗଲେ ଲୋକେ ଟଙ୍କା ବଦଳରେ ଅନଲାଇନ ପେମେଣ୍ଟ କରିବାକୁ ପସନ୍ଦ କରିଥାଆନ୍ତି।

ଅଧିକାଂଶ ଲୋକ କାର୍ଡ କିମ୍ବା ଟ୍ରାନଜାକସନ ଆପ ମାଧ୍ୟମରେ ପେମେଣ୍ଟ କରିଥାଆନ୍ତି। ଯାହାକୁ ଭାରତରେ ବିଶେଷ ଭାବେ ୟୁପିଆଇ ପେମେଣ୍ଟ କୁହାଯାଇଥାଏ। ଆପଣ ଆପଣଙ୍କ ଫୋନରେ ଏକ କୋଡ ସ୍କାନ କରିଥାଆନ୍ତି, ଆଉ ଆପ ମାଧ୍ୟମରେ ପେମେଣ୍ଟ କରିଥାଆନ୍ତି। କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ତାଇବାନର ଜଣେ ବ୍ୟକ୍ତି ଏମିତି ଏକ ଆଶ୍ଚର୍ଯ୍ୟଜନକ କାମ କରିଛନ୍ତି। ସେ ଅନଲାନ ପେମେଣ୍ଟ କରିବା ପାଇଁ ହାତରେ ଏକ ବାରକୋଡ ଟାଟୁ ଆଙ୍କିଛନ୍ତି। କାରଣ ପ୍ରତିଥର ସେ ଫୋନ ବାହାର କରିବାକୁ ଆଳସ୍ୟ କରିଥାଆନ୍ତି। ବାରମ୍ବାର ଫୋନ ବାହାର କରି ପେମେଣ୍ଟ  କରିବା ତାଙ୍କୁ ପସନ୍ଦ ନଥିବାରୁ ସେ ଏପରି ହାତରେ ବାରକୋଡର ଟାଟୁ ଆଙ୍କିଛନ୍ତି। ଏବେ ଯେତେବେଳେ ତାଙ୍କୁ କୌଣସି ବ୍ୟକ୍ତି ପେମେଣ୍ଟ କରିବାକୁ ଚାହାନ୍ତି, ସେ ତାଙ୍କ ହାତକୁ ଦେଖାଇ ଦିଅନ୍ତି। ଆଉ ଲୋକେ ତାଙ୍କୁ ଯେତିକି ଟଙ୍କା ଦେବା କଥା ସେତିକି ଦେଇ ପେମେଣ୍ଟ କରି ଦେଇଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe