ଟ୍ୟାକ୍ସି ଡ଼ର୍ମିଷ୍ଟ୍‍ ହେବାକୁ ଚାହାଁନ୍ତି କି!

Advertisment
ଟ୍ୟାକ୍ସି ଡ଼ର୍ମିଷ୍ଟ୍‍ ହେବାକୁ ଚାହାଁନ୍ତି କି!

James Naber stands in his taxidermy studio showroom on 76th St. S.W. (Jon M. Brouwer | The Grand Rapids Press)

ପଶୁପକ୍ଷୀଙ୍କ ସଂରକ୍ଷଣ ,ଯତ୍ନ ଓ ଚିକିତ୍ସା ପାଇଁ କୋର୍ସ ଅଛି ଏବଂ ଏଥିରେ କ୍ୟାରିଅର୍‌ କରିହେବ,ଏକଥା ତ ସମସ୍ତଙ୍କୁ ଜଣା ଥିଲା।ହେଲେ ଆପଣ କ’ଣ ଜାଣିଛନ୍ତି ଯେ ମୃତ ପଶୁପକ୍ଷୀମାନଙ୍କ ସଂରକ୍ଷଣ ସଂପର୍କିତ ପାଠ୍ୟକ୍ରମ ବି ରହିଛି ଏବଂ ସେଥିରେ କ୍ୟାରିଅର୍‌ କରିପାରିବେ?

ହଁ ଏଭଳି କୋର୍ସ ମଧ୍ୟ ଏବେ ଭାରତରେ ଉପଲବ୍ଧ ହେଉଛି।ଯେଉଁମାନେ ଏଥିରେ କ୍ୟାରିଅର୍‌ କରନ୍ତି,ସେମାନଙ୍କୁ କୁହାଯାଏ ଟ୍ୟାକ୍ସି ଡ଼ର୍ମିଷ୍ଟ୍‍।ଏମାନେ ବିଭିନ୍ନ ରାସାୟନିକ ପଦାର୍ଥ ଏବଂ ମୃତ ଜୀବଙ୍କ ଚର୍ମ ଓ ହାଡ଼ ବ୍ୟବହାର କରି ପଶୁପକ୍ଷୀ,ସରୀସୃପ ଇତ୍ୟାଦିଙ୍କୁ ସଂରକ୍ଷଣ କରିଥା’ନ୍ତି।ଟ୍ୟାକ୍ସିଡ଼ର୍ମି ଏକ ଗ୍ରୀକ୍‌ ଶବ୍ଦ।ଟ୍ୟାକ୍ସି ଅର୍ଥ ବ୍ୟବସ୍ଥା ଓ ଡ଼ର୍ମିର୍ ଅର୍ଥ ଚର୍ମ।ଭାରତରେ କେବଳ ଶିକ୍ଷା ପାଇଁ ଏହା ବ୍ୟବହୃତ ହୋଇଥାଏ।କିନ୍ତୁ ଅନ୍ୟାନ୍ୟ ଦେଶରେ ପୋଷାଜୀବଙ୍କୁ ଆଜୀବନ ମନେରଖିବା ଲାଗି ଏହାର ଉପଯୋଗ ହୋଇଥାଏ।

ପାଠ୍ୟକ୍ରମ: ଟ୍ୟାକ୍ସି ଡ଼ର୍ମି ପାଠ୍ୟକ୍ରମର ପଶୁଡ଼ାକ୍ତର ,ପଶୁ ବିଜ୍ଞାନୀମାନେ ଆଡ଼ମିସନ୍‌ ନେଇପାରିବେ।ଗ୍ରାଜୁଏଟ୍‌ ଇନ୍‌ ଭେଟରନାରି ସାଇନ୍‌ସ କିମ୍ବା ମାଷ୍ଟର ଇନ୍‌ ଭେଟେରନାରୀ ସାଇନ୍‌ସ ପରେ ମଧ୍ୟ ଟ୍ୟାକ୍ସିଡ଼ର୍ମିରେ ସ୍ୱତନ୍ତ୍ର କୋର୍ସ କରିବାର ବ୍ୟବସ୍ଥା ରହିଛି।

ଶିକ୍ଷାନୁଷ୍ଠାନ: ନିମ୍ନଲିଖିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ‘ଟ୍ୟାକ୍ସିଡ଼ର୍ମି’ କୋର୍ସ ପ୍ରଚଳିତ।ସେଗୁଡ଼ିକ ହେଲା-(୧)ବମ୍ବେ ଭେଟେରିନାରୀ କଲେଜ୍‌,(୨)ନାଗପୁର୍‌ ଭେଟେନାରୀ କଲେଜ୍‌,(୩)ମହାରାଷ୍ଟ୍ର ଆନିମଲ୍‌ସ ଆଣ୍ଡ ଫିସରି ସାଇନ୍‌ସ ବିଶ୍ୱବିଦ୍ୟାଳୟ,ନାଗ୍‌ପୁର,(୪)ଆପୋଲୋ କଲେଜ୍‌ ଅଫ୍‌ ଭେଟେରନାରୀ ସାଇନ୍‌ସ,ରାଜସ୍ଥାନ,(୫)ରାଜୀବଗାନ୍ଧୀ କଲେଜ୍‌ ଅଫ୍‌ ଭେଟେରନାରୀ ଆଣ୍ଡ୍‌ ଆନିମଲ୍‌ ସାଇନ୍‌ସ,(୬)କଲେଜ୍‌ ଅଫ୍‌ ଭେଟେନାରୀ ଆଣ୍ଡ୍‌ ଆନିମଲ୍‌ ସାଇନ୍‌ସ ଉହଗିର୍‌।

ନିଯୁକ୍ତି: ଟ୍ୟାକ୍ସି ଡ଼ର୍ମି କୋର୍ସ କରିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ପଶୁପକ୍ଷୀ କେନ୍ଦ୍ର,ଚିଡ଼ିଆଖାନା,ସଂଗ୍ରହାଳୟ ଓ ପଶୁପକ୍ଷୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇପାରିବେ।ଏତତ୍‌ବ୍ୟତୀତ ଜଣେ ଚାହିଁଲେ ନିଜର ଟ୍ୟାକ୍ସିଡ଼ର୍ମି ନିର୍ମାଣ ସଂସ୍ଥା ଆରମ୍ଭ କରିପାରନ୍ତି।ଉଭୟରେ ମଧ୍ୟ ଭଲଅର୍ଥ ରୋଜଗାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe