ପ୍ରଥମ ଥର ପାଇଁ ଋଣ କରିବାକୁ ଯାଇଥିବା ଚା’ ବିକାଳିଙ୍କୁ ବ୍ୟାଙ୍କ୍‌ କହିଲା ତୁମ ନାଁରେ ଗଡ଼ୁଛି ୫୦କୋଟିର ବକେୟା..

ପ୍ରଥମ ଥର ପାଇଁ ଋଣ କରିବାକୁ ଯାଇଥିବା ଚା’ ବିକାଳିଙ୍କୁ ବ୍ୟାଙ୍କ୍‌ କହିଲା ତୁମ ନାଁରେ ଗଡ଼ୁଛି ୫୦କୋଟିର ବକେୟା..

ନୂଆଦିଲ୍ଲୀ: ହରିୟାଣାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହରିୟାଣା କୁରୁକ୍ଷେତ୍ରସ୍ଥିତ ଜଣେ ଚା’ ବିକ୍ରେତାଙ୍କୁ ବ୍ୟାଙ୍କ ୫୦କୋଟି ଟଙ୍କାର ଡିଫଲ୍‌ଟର ଘୋଷଣା କରିବା ପରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳି ଯାଇଛି।

publive-image

ଏହି ଘଟଣାକୁ ନେଇ କୁରୁକ୍ଷେତ୍ରର ଚା’ ଦୋକାନୀ ରାଜକୁମାର କହିଛନ୍ତି ଯେ, ‘ଚା’ ବ୍ୟବସାୟ କରି ପ୍ରତିଦିନ ମୁଁ ମୋର ପରିବାରର ଗୁଜୁରାଣ ମେଣ୍ଟାଇ ଥାଏ। କରୋନା ମହାମାରୀ ସମୟରେ ରୋଜଗାର ଠପ୍‌ ହୋଇଯିବାରୁ ପରିବାର ଚଳାଇବାକୁ ବହୁତ ଅସୁବିଧା ହୋଇଥିଲା। ଏଥିପାଇଁ ବ୍ୟାଙ୍କକୁ ଯାଇ ଋଣର ଆବେଦନ କରିଥିଲି। ଏହି ଆବେଦନ ଟଙ୍କାରେ କିଛି ନୂଆ ବ୍ୟବସାୟ ଆରମ୍ଭ କରିବି ବୋଲି ସ୍ଥିର କରିଥିଲି। କିନ୍ତୁ ଋଣ ପାଇଁ ଆବେଦନ କରିବାକୁ ଯାଇଥିବା ସମୟରେ ବ୍ୟାଙ୍କ ଠାରୁ ମୋତ ଯେଉଁ ଉତ୍ତର ମିଳିଥିଲା ତାହା ଶୁଣି ମୁଁ ପୂରାପୂରି ସ୍ତବ୍ଧ ହୋଇଯାଇଥିଲି।

publive-image

ବ୍ୟାଙ୍କ ମୋର ଋଣ ଆବେଦନ କରିବା ପତ୍ରକୁ ଦେଖି ପୂର୍ବରୁ ମୋ ଉପରେ ୫୦କୋଟି ଟଙ୍କାର ଋଣ ଥିବା କହି ଆବେଦନକୁ ଗ୍ରହଣ କରିବାକୁ ମନା କରି ଦେଇଥିଲା। ଆଶ୍ଚର୍ଯ୍ୟ ଲାଗୁଛି କି ମୁଁ କେବେ କୌଣସି ଋଣ ବ୍ୟାଙ୍କରୁ ନେଇ ନଥିବା ବେଳେ କିପରି ବ୍ୟାଙ୍କ୍‌ ମୋତେ ୫୦କୋଟି ଟଙ୍କାର ଡିଫଲଟର ଘୋଷଣା କଲା। ମୁଁ ପ୍ରଥମଥର ଋଣ ପାଇଁ ଆବେଦନ କରିଥିଲି। ତେବେ ମୋ ନାମରେ ଏତେ ଗୁଡ଼ାଏ ଟଙ୍କାର ଋଣ କିଏ ଓ କିପରି ନେଇଛି ତାହାର ଯାଞ୍ଚ ହେବା ନିହାତି ଆବଶ୍ୟକ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe