ପୂର୍ବତନ ଛାତ୍ରମାନେ ସ୍କୁଲରେ ପହଞ୍ଚି ଶିକ୍ଷୟିତ୍ରୀଙ୍କୁ କଲେ ଏଭଳି ଦାବି

ପୂର୍ବତନ ଛାତ୍ରମାନେ ସ୍କୁଲରେ ପହଞ୍ଚି ଶିକ୍ଷୟିତ୍ରୀଙ୍କୁ କଲେ ଏଭଳି ଦାବି

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନରେ କେତେବେଳେ ଯଦି ପୁରୁଣା ଦିନର ଫଟୋ କିମ୍ବା ଭିଡିଓ ଆଖି ସାମ୍ନାରେ ପଡ଼ିଯାଏ ବହୁତ ଖୁସି ଲାଗିଥାଏ। କିଛିସମୟ ପାଇଁ ଅତିତକୁ ଫେରି ଯିବାକୁ ଇଚ୍ଛା ହୋଇଥାଏ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ସ୍କୁଲଜୀବନ କଥା ମନେ ପଡ଼ିଯାଉଛି।

ଭାଇରାଲ ଭିଡିଓରେ ଏକ ସ୍କୁଲରେ ପୂର୍ବତନ ଛାତ୍ରମାନେ ପହଞ୍ଚି ଶିକ୍ଷୟିତ୍ରୀଙ୍କୁ କିଛି ଦାବି କରୁଥିବା ଦେଖିବାକୁ ମିଳୁଛି। ଆଉ ଏଥିରେ ପୂର୍ବତନ ଛାତ୍ର ଓ ଶିକ୍ଷୟିତ୍ରୀଙ୍କ ମୁଖରେ ହସ ଭରି ଯାଇଥିବା ବି ନଜରକୁ ଆସୁଛି।

ଏହି ଭିଡିଓକୁ ଅୱନିଶ ଶରଣଙ୍କ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଭିଡିଓରେ କିଛି ପୂର୍ବତନ ଛାତ୍ର ଯାଇ ସେମାନେ ପଢ଼ୁଥିବା ସ୍କୁଲରେ ପହଞ୍ଚିଯାଇଥିଲେ। ସେମାନେ ଯେଉଁ  ଶିକ୍ଷୟିତ୍ରୀଙ୍କ ଠାରୁ ପାଠପଢ଼ିଥି‌ଲେ, ସେ ବୃଦ୍ଧା ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଉକ୍ତ ବୃଦ୍ଧା ଶିକ୍ଷୟିତ୍ରୀଙ୍କ ଠାରୁ ସେମାନେ ମାଡ଼ ଖାଇବାକୁ ଦାବି କରିଥିଲେ। ଯେମିତି କି ପିଲାଦିନେ ସ୍କୁଲରେ ପଢ଼ୁଥିବା ସମୟରେ ଦୁଷ୍ଟାମୀ କରୁଥିବା ବେଳେ ମାଡ ଖାଉଥିଲେ।

ପୂର୍ବତନ ଛାତ୍ରଙ୍କ ଏଭଳି କଥା ଶୁଣି ଶିକ୍ଷୟିତ୍ରୀ ଖୁସି ହୋଇଯାଇଥିଲେ। ମାଡ଼ ମାରିବାକୁ ମନା କରୁଥିବା ସତ୍ତ୍ବେ ଛାତ୍ରଙ୍କ ଅନେକ ଅନୁରୋଧ କ୍ରମେ ସେ ଏକ ବାଡିରେ ସମସ୍ତଙ୍କ ହାତକୁ ମାଡ଼ ମାରିଥିଲେ। ପୂର୍ବତନ ଛାତ୍ର ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ହୋଇଥିଲା। ଏହାପରେ ଛାତ୍ରମାନେ ସ୍କୁଲରୁ ଚାଲି ଆସିଥିଲେ। ଏହି ଦୃଶ୍ୟକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବେଶ ପସନ୍ଦ ବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe