ବାକ୍ସ ଭିତରେ ମୋ ପ୍ରିୟ ଛାତ୍ରକୁ ଦେଖିପାରିବ; ଶିକ୍ଷକଙ୍କ କଥା ମାନି ଆନନ୍ଦିତ ହେଲେ ଛାତ୍ରଛାତ୍ରୀ

ବାକ୍ସ ଭିତରେ ମୋ ପ୍ରିୟ ଛାତ୍ରକୁ ଦେଖିପାରିବ; ଶିକ୍ଷକଙ୍କ କଥା ମାନି ଆନନ୍ଦିତ ହେଲେ ଛାତ୍ରଛାତ୍ରୀ

www.indiatoday.in

ଭାଇରାଲ୍‌ ଭିଡିଓ: ଇଣ୍ଟର୍‌ନେଟ୍‌ରେ ବେଳେ ବେଳେ ଖୁବ୍ ପ୍ରେରଣାଦାୟକ ଭିଡିଓ ଦେଖିବାକୁ ମିଳିଥାଏ। ନିକଟରେ ଜଣେ ଶିକ୍ଷକଙ୍କ ତାଙ୍କ ଶିଷ୍ୟମାନଙ୍କ ମୁହଁରେ ହସ ଖେଳାଇବା ପାଇଁ ଯେଉଁ ଉପାୟ ଆପଣେଇଛନ୍ତି ତାହାର ଭିଡିଓ ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ ନିଶ୍ଚୟ। ଏହି ଭିଡିଓଟି ଟ୍ବିଟରରେ ପୋଷ୍ଟ୍‌ ହେବା ପରେ ଏହକୁ ବହୁତ ମାତ୍ର‌ାରେ ଗ୍ରହଣୀୟତା ମିଳିଛି।

ଭିଡିଓଟି ହେଉଛି ତୁର୍କୀର। ଶିକ୍ଷକ ଜଣକ ଶ୍ରେଣୀ କକ୍ଷରେ ଏକ କାଗଜର ବାକ୍ସ ରଖିଛନ୍ତି। ସେ ତାଙ୍କ ଛାତ୍ରମାନଙ୍କୁ କହୁଛନ୍ତି ଯଦି ତୁମେମାନେ ମୋର ପ୍ରିୟ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ଚାହଁ ତ ସେହି ବାକ୍ସ ଭିତରେ ଯାଇ ଦେଖି ଆସ।

ଶିକ୍ଷକଙ୍କ ମୁହଁରୁ ଏପରି ଶୁଣି ଜଣେ ପରେ ଜଣେ ପିଲା ସେହି ବାକ୍ସ ଆଡ଼େ ଗଲେ। ବାକ୍ସ ଭିତରକୁ ଦେଖି ସଭିଙ୍କ ମୁହଁରେ ଆନନ୍ଦ ଭରିଗଲା। କେହି ଖୁସିରେ ଲାଜେଇ ଗଲେ ତ କେହି ହସି ହସି ଫେରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

ଭିଡିଓ ଶେଷରେ ଯାଇ ଦେଖିବାକୁ ମିଳିଛି ଯେ ଶିକ୍ଷକ ଜଣକ ସେହି ବ‌ାକ୍ସ ଭିତରେ ଏକ ଆଇନା ରଖିଥିଲେ। ପିଲାମାନେ ଆଇନାରେ ନିଜ ମୁହଁ ଦେଖି ଖୁସି ହୋଇ ଯାଉଛନ୍ତି।

ଏହି ଭିଡିଓଟି ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବା ପରେ ଏହାର ଭିୟୁ ୧.୫ ମିଲିୟନ୍‌ ହୋଇ ସାରିଲାଣି। ଶିକ୍ଷକଙ୍କର ଏହି କାର୍ଯ୍ୟକୁ ବହୁ ମାତ୍ରାରେ ପ୍ରଶଂସା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe