Advertisment

ମାନବ ଶରୀରର ସଂରଚନା କିପରି ହୋଇଥାଏ ତାହା ସ୍ପଷ୍ଟ ଭାବେ ବୁଝାଇବାକୁ ଏଭଳି ପୋଷାକ ପନ୍ଧିଲେ ଶିକ୍ଷୟିତ୍ରୀ

Advertisment
ମାନବ ଶରୀରର ସଂରଚନା କିପରି ହୋଇଥାଏ ତାହା ସ୍ପଷ୍ଟ ଭାବେ ବୁଝାଇବାକୁ ଏଭଳି ପୋଷାକ ପନ୍ଧିଲେ ଶିକ୍ଷୟିତ୍ରୀ

ANI News

ନୂଆଦିଲ୍ଲୀ: ସ୍ପେନ୍‌ର ଜଣେ ସ୍କୁଲ ଶିକ୍ଷୟିତ୍ରୀ ମାନବ ଶରୀରର ସଂରଚନାକୁ ସ୍ପଷ୍ଟ ଭାବେ ବୁଝାଇବା ପାଇଁ ଏକ ନିଆର ଶୈଳୀ ଆପଣାଇଛନ୍ତି। ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷୟିତ୍ରୀଙ୍କ ଏଭଳି ଚିନ୍ତାଧାରାକୁ ଲୋକମାନେ ଖୁବ୍‌ ପ୍ରଶଂସା କରିବା ସହିତ ତାଙ୍କର ଏକ ଫଟୋକୁ ସେୟାର ବି କରିଛନ୍ତି। ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସ୍ପେନ୍‌ର ଜଣେ ୪୩ବର୍ଷର ସ୍କୁଲ ଶିକ୍ଷୟିତ୍ରୀ ଭେରୋନିକ୍‌ ଡିୟୁକ ପିଲାମାନଙ୍କୁ ସ୍କୁଲରେ ଗତ ୧୫ବର୍ଷ ହେବ ବିଜ୍ଞାନ, ଇଂରାଜୀ, କଳା, ଇତିହାସ ଓ ସ୍ପେନିସ ଭଳି ବିଭିନ୍ନ ବିଷୟ ପଢ଼ାଇ ଆସିଛନ୍ତି।

publive-image

Bored Panda

ଭେରୋନିକ୍‌ଙ୍କ କହିବାନୁସାରେ, ପିଲାଙ୍କୁ ଚିତ୍ର ଜରିଆରେ ଜୀବବିଜ୍ଞାନ ବିଷୟରେ ପଢ଼ାଇବା ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। କିଛି ପିଲା ବୁଝୁ ଥିବା ବେଳେ ଆଉ କିଛି ପିଲା ଏହାକୁ ସଠିକ୍‌ ଭାବେ ବୁଝି ପାରି ନ ଥାଆନ୍ତି। ତେଣୁ ମୁଁ ମାନବ ଶରୀର ସଂରଚନା ଦୃଷ୍ଟିଗୋଚର ହେଉଥିବା ଭଳି ଏକ ପୋଷାକ ବିଷୟରେ ଚିନ୍ତା କରିଥିଲି। ଏବେ ଭାବୁଛି ପିଲାମାନଙ୍କୁ ଏଭଳି ପୋଷାକ ପିନ୍ଧି ବୁଝାଇବା ଠାରୁ ସରଳ ଉପାୟ ଆଉ କିଛି ନାହିଁ।’

ଭେରୋନିକ୍‌ଙ୍କୁ ମାନବ ଶରୀରର ଭିତର ଅଂଶ ଅଙ୍କାଯାଇଥିବା ପୋଷାକ ପିନ୍ଧି ହଠାତ ଶ୍ରେଣୀଗୃହ ଭିତରେ ପ୍ରବେଶ କରିବା ଦେଖି ପ୍ରଥମେ ପିଲାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ସେହି ପୋଷାକ ପିନ୍ଧି ଶିକ୍ଷୟିତ୍ରୀ ଭେରୋନିକ୍‌ ଯେତେବେଳେ ପିଲାଙ୍କୁ ଜୀବ ବିଜ୍ଞାନ ବିଷୟରେ ବୁଝାଇ ଥିଲେ ପିଲାମାନେ ବି ପୂର୍ବ ଅପେକ୍ଷା ଭଲ ଭାବେ ଏହି ବିଷୟବସ୍ତୁକୁ ବୁଝି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe