ଶିକ୍ଷକ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ

ନୂଆ ଶିକ୍ଷାନୀତିରେ ଆଦ୍ୟ ଶୈଶବର ଚରିତ୍ର ଗଠନରେ ସଂସ୍କାର, ମୂଳଭିତ୍ତିକ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ତେବେ ଆମେ ଏଥିଲାଗି ପ୍ରସ୍ତୁତ ନାହୁଁ। ରାଜ୍ୟରେ ଅଙ୍ଗନବାଡ଼ିର ଯାହା ରୂପରେଖ ରହିଛି ସେଥିରେ ପିଲାଙ୍କ ବିକାଶ ସମ୍ଭବ କି?

ffsxcxcf

ନୂଆ ଶିକ୍ଷାନୀତିରେ ଆଦ୍ୟ ଶୈଶବର ଚରିତ୍ର ଗଠନରେ ସଂସ୍କାର, ମୂଳଭିତ୍ତିକ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ତେବେ ଆମେ ଏଥିଲାଗି ପ୍ରସ୍ତୁତ ନାହୁଁ। ରାଜ୍ୟରେ ଅଙ୍ଗନବାଡ଼ିର ଯାହା ରୂପରେଖ ରହିଛି ସେଥିରେ ପିଲାଙ୍କ ବିକାଶ ସମ୍ଭବ କି? ଯେଉଁ ଶିକ୍ଷକମାନେ ଶିଶୁବାଟିକାରେ ପଢ଼ାଇବେ, ସେମାନେ କେତେ ଦକ୍ଷ ତାହା ଜାଣିବା ଦରକାର। ଆମ ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତିକୁ ନିରୂପଣ କରି ଏହାର ସମାଧାନ କରିପାରିଲେ ଜାତୀୟ ଶିକ୍ଷାନୀତି-୨୦୨୦ ଲାଭପ୍ରଦ ହେବ ବୋଲି ଅତିଥି ବକ୍ତାମାନେ ମତ ଦେଇଛନ୍ତି। ‘ନୂଆ ଶିକ୍ଷା ପଦ୍ଧତି ଓ ଆମ ପ୍ରସ୍ତୁତି’ ଶୀର୍ଷକ ଆଲୋଚନାରେ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଯୋଗଦେଇ କହିଲେ, ଜାତୀୟ ଶିକ୍ଷାନୀତି-୨୦୨୦ ଲାଗି କରିବା ପୂର୍ବରୁ ବିଭିନ୍ନ ଶିକ୍ଷକ ସଂଗଠନ, ଅନୁଷ୍ଠାନ ସହିତ ସରକାର ଆଲୋଚନା କରିବାର ଆବଶ୍ୟକତା ରହିଥିଲା। ବର୍ତ୍ତମାନର ପରିସ୍ଥିତିରେ ଶିକ୍ଷକ ନିଯୁକ୍ତି, ଶିକ୍ଷକ ପ୍ରଶିକ୍ଷଣ ତଥା ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ବ ଦିଆଯାଉନାହିଁ।

ସବୁ ପିଲାଙ୍କୁ ସମାନ ସୁବିଧା ଉପଲବ୍ଧ କରାଇବା ଲାଗି ତୃଣମୂଳସ୍ତରରେ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାର ଆବଶ୍ୟତା ରହିଛି। ଶିକ୍ଷାବିତ୍‌ ସତ୍ୟକାମ ମିଶ୍ର କହିଲେ, ସହରାଞ୍ଚଳରେ ସ୍କୁଲଗୁଡ଼ିକରେ ଯେଉଁ ସବୁ ଆଧୁନିକ ବ୍ୟବସ୍ଥାରେ ପାଠପଢ଼ା ହେଉଛି, ଉପାନ୍ତ ଅଞ୍ଚଳରେ ତାହା ଦେଖିବାକୁ ମିଳୁନାହିଁ। ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ହେଉଛନ୍ତି ଶିକ୍ଷକ। ତାଲିମପ୍ରାପ୍ତ ଶିକ୍ଷକଙ୍କ ଅଭାବରୁ ଶିକ୍ଷାନୀତିର ପ୍ରୟୋଗ ଦିଗରେ ବେସରକାରୀ ସ୍କୁଲଠାରୁ ସରକାରୀ ସ୍କୁଲ ପଛରେ ପଡ଼ିଯାଉଛି। ଫଳରେ ସରକାରୀ ସ୍କୁଲର ପିଲାଙ୍କ ଉପରେ ଉଚ୍ଚଶିକ୍ଷାରେ ଗୁରୁତର ପ୍ରଭାବ ପଡ଼ୁଛି। ଏଣୁ ନବମ, ଦଶମ ଶ୍ରେଣୀରୁ ହିଁ ଷ୍ଟ୍ରିମ୍‌ ଲାଗି କରିବା ଜରୁରି। ୟୁନିଟ୍‌-୮ ଡିଏଭି ସ୍କୁଲ ଅଫ ବିଜିନେସ୍‌ ଆଣ୍ଡ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ ଡିଏନ୍‌ ମିଶ୍ର କହିଲେ, ନୂଆ ଶିକ୍ଷାନୀତି ଲାଗୁ ହେଲେ ପିଲାଙ୍କ ଦକ୍ଷତା ଓ ସାମର୍ଥ୍ୟ ନିଶ୍ଚୟ ବଢ଼ିବ। ଅନ୍ୟପିଲାଙ୍କ ସହିତ ପ୍ରତିଯୋଗିତାକୁ ଓହ୍ଲାଇବା ପାଇଁ ଶିକ୍ଷାନୀତି ଲାଗୁ ହେବା ଜରୁରି। ଦିନକୁ ଦିନ ଶିକ୍ଷାନୁଷ୍ଠାନ ବଢ଼ିବାରେ ଲାଗିଛି। ମାତ୍ର ସେହି ଅନୁପାତରେ ଶିକ୍ଷକ ନିଯୁକ୍ତି ହେଉନାହାନ୍ତି। ଦକ୍ଷ ଶିକ୍ଷକ ଓ ଆନୁଷଙ୍ଗିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଦ୍ବାରା ସରକାରୀ ସ୍କୁଲର ପିଲାମାନେ ମଧ୍ୟ ବେସରକାରୀ ଶିକ୍ଷାନୁଷ୍ଠାନର ପିଲାଙ୍କ ସହିତ ପ୍ରତିଯୋଗିତା କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe