ଗୁରୁ ଶବ୍ଦର ରହିଛି ଭିନ୍ନ ଭିନ୍ନ ଅର୍ଥ? ଆପଣ ଜାଣନ୍ତି କି କାହିଁକି ପାଳନ ହୁଏ ଗୁରୁ ଦିବସ?

Advertisment

ଆଜି ସେପ୍ଟେମ୍ବର ୫ ତାରିଖ ବା ଗୁରୁ ଦିବସ। ତେବେ ଆପଣ କହିପାରିବେ କି ଗୁରୁ ଶବ୍ଦର ଅର୍ଥ କ’ଣ। ଆପଣ ଜାଣନ୍ତି କି ଗୁରୁ ଦିବସ କାହିଁକି ପାଳନ କରାଯାଏ? ଆଜି ଆମ ଦେଶରେ ସର୍ବତ୍ର ‘ଗୁରୁ ଦିବସ’ ପାଳନ କରାଯାଉଛି।

ଆଜି ସେପ୍ଟେମ୍ବର ୫ ତାରିଖ ବା ଗୁରୁ ଦିବସ। ତେବେ ଆପଣ କହିପାରିବେ କି ଗୁରୁ ଶବ୍ଦର ଅର୍ଥ କ’ଣ। ଆପଣ ଜାଣନ୍ତି କି ଗୁରୁ ଦିବସ କାହିଁକି ପାଳନ କରାଯାଏ? ଆଜି ଆମ ଦେଶରେ ସର୍ବତ୍ର ‘ଗୁରୁ ଦିବସ’ ପାଳନ କରାଯାଉଛି।

New Project (47)

ଆଜି ସେପ୍ଟେମ୍ବର ୫ ତାରିଖ ବା ଗୁରୁ ଦିବସ। ତେବେ ଆପଣ କହିପାରିବେ କି ଗୁରୁ ଶବ୍ଦର ଅର୍ଥ କ’ଣ। ‘ଗୁ’ ଶବ୍ଦର ଅର୍ଥ ହେଲା ‘ଅନ୍ଧାର’ ଓ ‘ରୁ’ ଶବ୍ଦର ଅର୍ଥ ହେଲା ‘ଆଲୋକ’। ଯିଏ ଅନ୍ଧାରରୁ ଆଲୋକକୁ ବାଟ କଢ଼େଇ ନିଅନ୍ତି। ତ‌ାଙ୍କୁ ଗୁରୁ କୁହାଯାଏ। ଜଣେ ବ୍ୟକ୍ତି ଜୀବନରେ ଅନେକ ଗୁରୁ ଥାଆନ୍ତି। ପୁରାଣ ଶାସ୍ତ୍ର ଅନୁସାରେ, ମାଆକୁ ପିଲାର ପ୍ରଥମ ଗୁରୁ ବୋଲି ବିବେଚନା କରଯାଏ। ସେହିପରି ପିତା, ଶିକ୍ଷାଦାତା ଆଦି ଅନେକ ଗୁରୁଙ୍କ ଉପସ୍ଥିତି‌ରେ ହିଁ ମଣିଷ ଜୀବନ ସାର୍ଥକ ହୋଇଥାଏ।

ସଂସ୍କୃତରେ ଏକ ଶ୍ଳୋକ ରହିଛି, ‘‘ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁ ଦେବୋ ମହେଶ୍ଵର,ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ ,ତସ୍ମୈ ଶ୍ରୀ ଗୁରବେ ନମଃ”। ଯାହାର ଅର୍ଥ ହେଉଛି, ‘‘ଗୁରୁ ହେଉଛନ୍ତି ବ୍ରହ୍ମା ବା ସୃଷ୍ଟିକର୍ତ୍ତା, ଗୁରୁ ହେଉଛନ୍ତି ବିଷ୍ଣୁ ବା ପାଳନକର୍ତ୍ତା ଓ ଗୁରୁ ହିଁ ଦେବ ଦେବ ମହାଦେବ ବା ସଂହାରକର୍ତ୍ତା। ଗୁରୁ ସାକ୍ଷାତ୍‌ ପରମବ୍ରହ୍ମଙ୍କ ସ୍ବରୁପ। ‌ସେହି ଗୁରୁଙ୍କ ନିକଟରେ ମୋର ଶତ ପ୍ରମାଣ।’’ ହିନ୍ଦୁ ଧର୍ମରେ ଗୁରୁ କରିବାର ମହତ୍ବ ଢେର୍‌ ଅଧିକ। ଜୀବନର ମାର୍ଗଦର୍ଶନ କରିବା ପାଇଁ ଗୁରୁଙ୍କ ଆବଶ୍ୟକତା ଖୁବ୍ ଅଧିକ ବୋଲି ବିଶ୍ବାସ କରାଯାଏ। 

ତେବେ ଗୀତାରେ ‘ଗୁରୁ’ ଶବ୍ଦକୁ ଭିନ୍ନ ଭାବରେ ବର୍ଣ୍ଣନା କରାଯାଇଛି। ଗୀତାରେ କୁହେ ‘ଗୁ’ର ଅର୍ଥ ହେଉଛି ‘ଗୁଣଯୁକ୍ତ’ ଓ ‘ରୁ’ର ଅର୍ଥ ହେଉଛି ‘ନିରାକାର’। ସେହିପରି ସଂସ୍କୃତରେ ‘ଗୁରୁ’ ଶବ୍ଦର ଅର୍ଥ ହେଉଛି ‘ଭାରୀ’। ‘ଭାରୀ’ର ଅର୍ଥ ହେଉଛି ଓଜନିଆ। ଅର୍ଥାତ ଗୁରୁଙ୍କୁ କେବେ ବି ହାଲୁକାରେ ନେବା ଅନୁଚିତ। ଗୁରୁ ସବୁଠାରୁ ଅଧିକ ସମ୍ମାନର ଅଧିକାରୀ ହୋଇଥାନ୍ତି।

ଗୁରୁ ଶବ୍ଦର ଅର୍ଥ ବିଷୟରେ ତ ଆମେ ଜାଣିଲେ। ହେଲେ ଆପଣ ଜାଣନ୍ତି କି ଗୁରୁ ଦିବସ କାହିଁକି ପାଳନ କରାଯାଏ? ଆଜି ଆମ ଦେଶରେ ସର୍ବତ୍ର ‘ଗୁରୁ ଦିବସ’ ପାଳନ କରାଯାଉଛି। ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ୧୮୮୮ ମସିହା ସେପ୍‌ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ର ମାନ୍ୟତା ମିଳିଛି। ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ସ୍ନେହମମତା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। 

ସେ ୧୯୩୧ରୁ ୧୯୩୬ ଯାଏ ଆନ୍ଧ୍ର ବିଶ୍ବବିଦ୍ୟାଳୟର କୁଳପତି ଆସନ ମଣ୍ଡନ କରିଥିଲେ। ୧୯୩୬ରେ ତାଙ୍କୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରାଚ୍ୟ ଧର୍ମ ଓ ନୀତିଶାସ୍ତ୍ରର ପ୍ରଫେସର ପଦ ପାଇଁ ଆମନ୍ତ୍ରଣ କରାଯାଇଥିଲା ଏବଂ ସେ ୧୬ ବର୍ଷ ଧରି ସେ ଦାୟିତ୍ବରେ ରହିଥିଲେ। ତାଙ୍କର ଦାର୍ଶନିକ ମୂଳଦୁଆ ଅଦ୍ବୈତ ବେଦାନ୍ତରେ ନିହିତ ଥିଲା, ଯାହାକୁ ସେ ସମସାମୟିକ ଲୋକଙ୍କ ବୋଧଗମ୍ୟ ହେବା ପାଇଁ ପୁନଃବ୍ୟାଖ୍ୟା କରିଥିଲେ। ସେ ପାଶ୍ଚାତ୍ୟ ସମାଲୋଚନା ବିରୋଧରେ ସ୍ବର ଉତ୍ତୋଳନ କରି ହିନ୍ଦୁ ଧର୍ମର ଦୃଢ଼ ପ୍ରତିରକ୍ଷା କରିଥିଲେ। ଭାରତ ଓ ପାଶ୍ଚାତ୍ୟ ଜଗତ ମଧ୍ୟରେ ସେତୁ ନିର୍ମାଣକାରୀ ଭାବେ ରାଧାକୃଷ୍ଣନ୍‌ଙ୍କୁ ଗ୍ରହଣ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe