ଇତି ଊଣେଇଶ (ଶିକ୍ଷା) : କଳଙ୍କିତ ଗୁରୁ

Advertisment
ହୋଲିରେ ଲଜ୍ୟା : ଜୟପୁରରେ ନାବାଳିକାଙ୍କୁ ଗଣବଳାତ୍କାର, ନାବାଳକ ସହ ୨ ଗିରଫ

valleycentral.com

ଏବର୍ଷ ବି ଗୁରୁ ଶବ୍ଦରେ ଲାଗିଛି କଳଙ୍କ। ବର୍ଷ ଆରମ୍ଭରୁ ନିମାପଡ଼ା ଥାନା ଛଣିଜଙ୍ଗ ପଞ୍ଚାୟତର ଜଅଁରା ପ୍ରାଥମିକ ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ହାଇସ୍କୁଲ ଶିକ୍ଷକ କଲେଜ ଛାତ୍ରୀଙ୍କୁ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମ ପି ଭି-୮୧ ଗ୍ରାମରେ ଛାତ୍ରୀଙ୍କୁ ଜଣେ ଶିକ୍ଷକଙ୍କ ଦୁଷ୍କର୍ମ ଘଟଣା ପଦାକୁ ଆସିଥିଲା। ଏହାବ୍ୟତୀତ ବରଗଡ଼, କଳାହାଣ୍ଡି, କଟକ, ଗଞ୍ଜାମ ଆଦି ଜିଲ୍ଲାରେ ଶିକ୍ଷକଙ୍କ ଯୌନ ଲାଳସା ଖବର, ଯାଜପୁର ଓ ଗଞ୍ଜାମ ଜିଲ୍ଲାରେ ମଦୁଆ ଶିକ୍ଷକଙ୍କ କାରନାମା କ୍ୟାମେରାରେ କଏଦ୍‌ ହୋଇଛି। ଗୁଜୁରାଟର ଦୁଷ୍କର୍ମକାରୀ ଶିକ୍ଷକ ଓଡ଼ିଶାରେ ଲୁଚିବା ପ୍ରସଙ୍ଗ ଖବରର ଶିରୋନାମା ପାଲଟିଥିଲା।

ତିନି ନୂଆ ବିଶ୍ବବିଦ୍ୟାଳୟ
ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟ, କଳାହାଣ୍ଡିର ଭବାନୀପାଟଣା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କିଛି ସ୍ନାତ‌କ କଲେଜ ଏହି ଦୁଇ ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ। ଭୁବନେଶ୍ବରସ୍ଥିତ ସି.ଭି. ରମଣ ଇଞ୍ଜିନିୟରିଂ କଲେଜ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ସିଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟ, ଓଡ଼ିଶା ବିଲ୍-୨୦୧୯ ବିଧାନସଭାରେ ପାରିତ ହୋଇଛି।

publive-image

ପ୍ରଶ୍ନପତ୍ର ପ୍ରଘଟ
ଏବର୍ଷ ବି ପ୍ରଶ୍ନପତ୍ର ଲିକ୍‌ ପାଇଁ ବଦନାମ ମୁଣ୍ଡାଇଥିଲେ ସରକାର। ବର୍ଷ ଆରମ୍ଭରୁ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ହେବାରୁ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା। ପରବର୍ତୀ ସମୟରେ ଏହି ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବାକୁ ସରକାର ବାଧ୍ୟ ହୋଇଥିଲେ। ମାଟ୍ରିକ୍‌ ପରୀକ୍ଷାର ବିଭିନ୍ନ ବିଷୟ ପ୍ରଶ୍ନପତ୍ର ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିପାଇଁ ନୂଆପଡ଼ା, କୋରାପୁଟ, ଜଗତସିଂହପୁର, ଢେଙ୍କାନାଳ ପ୍ରଭୃତି ଜିଲ୍ଲାର ୧୧ ଜଣ ସୁପରିଟେଣ୍ଡେଣ୍ଟ, ଇନ୍‌ଭିଜିଲେଟର, ପ୍ରଧାନଶିକ୍ଷକ ଓ କ୍ଲର୍କଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସିବିଏସ୍‌ଇ ପ୍ରଶ୍ନପତ୍ରରେ ବି ତ୍ରୁଟି ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe