ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପ୍ରଦର୍ଶନ କିଛି ଦିନ ହେଲା ଖରାପ ରହି ଆସୁଛି | ଏହି କାରଣରୁ ସେ ଟେଷ୍ଟ କ୍ରିକେଟର ଅଧିନାୟକ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି | ଗତ ଦୁଇ ବର୍ଷ ହେଲାଣି ବିରାଟ ଶତକ ହାସଲ କରିପାରିନାହାନ୍ତି | କେବଳ ଏହି କାରଣ ପାଇଁ ବିରାଟ କୋହଲି ଅଧିନାୟକତ୍ୱ ହରାଇଛନ୍ତି। ବିରାଟଙ୍କ ଏଭଳି ସ୍ଥିତି ଦେଖି ବର୍ତ୍ତମାନ ପାକିସ୍ତାନର କିମ୍ବଦନ୍ତୀ ଦ୍ରୁତ ବୋଲର ଶୋଏବ ଅଖତର ବିରାଟ କୋହଲିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିରାଟ ଶୀଘ୍ର ବିବାହ କରିଥିବାରୁ ଏଭଳି ହେଉଥିବା କହିଛନ୍ତି ଶୋଏବ |
ସେ କହିଛନ୍ତି ଯେ, ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ପଛର କାରଣ ହେଉଛି ତାଙ୍କର ଶୀଘ୍ର ବିବାହ | ବିବାହର ଚାପ ହିଁ ବିରାଟଙ୍କ ଉପରେ ବହୁତ ଚାପ ପକାଇଛି। କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରେ ବିରାଟଙ୍କୁ ବିବାହ କରିବାର ଥିଲା | ହେଲେ ସେ ଶୀଘ୍ର ବିବାହ କରି ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି |
zeenewsଗତକାଲି ମଧ୍ୟ ବିରାଟଙ୍କ ବିରୋଧରେ 'ଲବି' ଚାଲିଥିବା କହିଥିଲେ ଶୋଏବ | ସେ କହିଥିଲେ ଯେ, ବିରାଟଙ୍କ ପାଇଁ ଟି-୨୦ ବିଶ୍ୱକପ ଚାଲିଥିବା ସମୟ ଖୁବ କଠିନ ଥିଲା। ମୁଁ ଦୁବାଇରେ ଥିଲି ଏବଂ ମୁଁ ଜାଣିଥିଲି ଯେ ଯଦି ସେ ଟି -୨୦ ବିଶ୍ୱକପ ନଜିତନ୍ତି ତେବେ ଏହା ତାଙ୍କ ପାଇଁ ଏକ ବଡ ସମସ୍ୟା ହେବ ଏବଂ ତାହା ହିଁ ଘଟିଥଲା। ତାଙ୍କ ବିରୋଧରେ ଲବି ଚାଲିଛି ଏବଂ ତାଙ୍କ ବିପକ୍ଷରେ ଅନେକ ଲୋକ ସ୍ବର ଉଠାଇଛନ୍ତି। ଏହି କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସେ କୌଣସି ଦାୟିତ୍ବ ଭାର ନେଉନଥିବାରୁ ମୁଁ ଚାହୁଁଛି ସେ ଏବେ କ୍ରିକେଟକୁ ଉପଭୋଗ କରନ୍ତୁ। ସେ ମହାନ ଏବଂ ସେ ଏହା ଜାଣିବା ଉଚିତ୍। ସେ ଲୋକମାନଙ୍କ ଭୁଲକୁ ଭୁଲିଯାଇ କ୍ଷମା କରିବା ଉଚିତ୍।
Follow Us