www.newindianexpress.com
କରିମନଗର: ନିକଟରେ ତେଲେଙ୍ଗାନାର ଜଣେ ଧାନ ଚାଷୀ ପରିବା ଚାଷ କରି ଖୁବ୍ ଲାଭବାନ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ପ୍ରୋତ୍ସାହନ ଚାଷ ବ୍ୟବସ୍ଥା ଅନୁଯାୟୀ, ଧାନ ବଦଳରେ ପନିପରିବା ଚାଷ କରି ଏହି ୪୩ ବର୍ଷିୟ ଚାଷୀ ଜଣକ ସାଧାରଣ ପଦ୍ଧତିରେ ଚାଷ କରିଥିଲେ ବି ତାଙ୍କ ପରିଶ୍ରମର ସୁଫଳ ଦେଖିବାକୁ ମିଳିଛି। ଚାଷୀ ଜଣକ ହେଉଛନ୍ତି ଭଙ୍ଗାଲା ରବିନ୍ଦର ରେଡ୍ଡୀ ।
ନିଜ ଚାଷକୁ ନେଇ ରେଡ୍ଡୀ କହନ୍ତି, ‘ମୁଁ ପ୍ରତ୍ୟେକ ଋତୁରେ ମୋର ଦେଢ଼ ଏକର ଜମିରେ ଧାନ ଚାଷ କରୁଥିଲି। ଯଦିଓ ଆମେ ଦିନରାତି କାମ କରୁ, ଋତୁ ଶେଷରେ ସମସ୍ତ ଖର୍ଚକୁ ବାଦ୍ ଦେଇ ଆମକୁ କେବଳ ୩୦ ହଜାର ଟଙ୍କା ଲାଭ ମିଳିଥାଏ, ଯାହାକି ଯଥେଷ୍ଟ ହୋଇନଥାଏ।’
UPL
ମାତ୍ର ରବିନ୍ଦରଙ୍କ କହିବାନୁଯାୟୀ ଏବେ ସେ ପନିପରିବା ଚାଷ କରିବା ଆରମ୍ଭ କରିବା ପରେ ତାଙ୍କ ପରିବାର ଆତ୍ମନିର୍ଭରଶୀଳ ହୋଇଛନ୍ତି ଏବଂ ବର୍ତ୍ତମାନ ୧.୫୦ ଲକ୍ଷରୁ କମ୍ ରୋଜଗାର କରୁନାହାଁନ୍ତି। ତାଙ୍କ ପତ୍ନୀ ମମତା ଏବଂ ଅନ୍ୟ ତିନିଜଣଙ୍କ ସହ ରବିନ୍ଦର ଗୁଣ୍ଡଲାପାଲି ଗ୍ରାମରେ ତାଙ୍କ ଚାଷ ଜମିରେ ଏକ ସୁନ୍ଦର ପନିପରିବା ବଗିଚା ନିର୍ମାଣ କରିଛନ୍ତି। ଯେଉଁଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ଚାରି ଟନ୍ ପନିପରିବା ବିକ୍ରି ହୋଇସାରିଛି।
ଧାନ ବିକ୍ରୟରେ ଅନିଶ୍ଚିତତା ହେତୁ ମୁଁ ଧାନ ଚାଷ ବଦଳରେ ପନିପରିବା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲି। ଯଦିଓ ମୁଁ ପ୍ରଥମେ ଡରି ଯାଇଥିଲି, ତଥାପି ଏହି ନିଷ୍ପତ୍ତି ଆଶୀର୍ବାଦ ପ୍ରମାଣିତ ହୋଇଛି ବୋଲି ରବିନ୍ଦର ଗଣମାଧ୍ୟମରେ ଜଣାଇଛନ୍ତିି।
Follow Us