ସଡ଼କ ଦୁର୍ଘଟଣାରେ ପତ୍ନୀଙ୍କୁ ହରାଇବା ପରେ ବଦଳିଗଲା ସନ୍ଦୀପଙ୍କ ଜୀବନ! ର‍୍ୟାପ୍‌ରେ ଦେଉଛନ୍ତି ସଚେତନତା ବାର୍ତ୍ତା, ମାଗଣାରେ ବାଣ୍ଟୁଛନ୍ତି ହେଲ୍‌ମେଟ୍‌

ସଡ଼କ ଦୁର୍ଘଟଣାରେ ପତ୍ନୀଙ୍କୁ ହରାଇବା ପରେ ବଦଳିଗଲା ସନ୍ଦୀପଙ୍କ ଜୀବନ! ର‍୍ୟାପ୍‌ରେ ଦେଉଛନ୍ତି ସଚେତନତା ବାର୍ତ୍ତା, ମାଗଣାରେ ବାଣ୍ଟୁଛନ୍ତି ହେଲ୍‌ମେଟ୍‌

(Photo | ANI Twitter)

ନୂଆଦିଲ୍ଲୀ: ଦିଲ୍ଲୀ ଟ୍ରାଫିକ ପୁଲିସ୍‌ର ହେଡ୍‌ କନଷ୍ଟେବଲ୍‌ ସନ୍ଦୀପ ଶାହି ଲୋକଙ୍କୁ ସଡ଼କ ସଚେତନତା ବାର୍ତ୍ତା ଦେବା ପାଇଁ ଏକ ନିଆରା ଉପାୟ ଆପଣେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛନ୍ତି। ସେ ର‍୍ୟାପ୍‌ ଗାଇ ଗାଇ ଲୋକମାନଙ୍କୁ ଟ୍ରାଫିକ୍‌ ନିୟମ ମାନିବା ପାଇଁ କହୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହେଲ୍‌ମେଟ୍‌ ପିନ୍ଧିବା, ନିଶାରେ ଗାଡ଼ି ନ ଚଳାଇବା, କମ୍‌ ସ୍ପିଡ୍‌ରେ ଗାଡ଼ି ଚଳାଇବା ଆଦି କଥାକୁ ଗୁରୁତ୍ୱ ଦେଇ ର‍୍ୟାପ୍‌ ବନାଇଛନ୍ତି ସନ୍ଦୀପ।

କେବଳ ସେତିକି ନୁହେଁ, ଏହି କନ୍‌ଷ୍ଟେବଲ୍‌ ଜଣକ ଆହୁରି ମଧ୍ୟ ଏକ ମହାନ କାମ ପାଇଁ ଚର୍ଚ୍ଚା ପାଲଟିଛନ୍ତି। ସେ ତାଙ୍କ ନିଜ ଟଙ୍କାରୁ ହେଲ୍‌ମେଟ୍‌ କିଣି ରାସ୍ତାରେ ବିନା ହେଲ୍‌ମେଟ୍‌ରେ ଯାଉଥିବା ବାଇକ୍‌ ଚାଳକଙ୍କୁ ଉପହାର ଦେଉଛନ୍ତି। ଏଯାବତ୍‌ ସେ ସମୁଦାୟ ୭୦୦ ହେଲ୍‌ମେଟ୍‌ ଲୋକଙ୍କୁ ବାଣ୍ଟି ସାରିଲେଣି ବୋଲି ଜାଣିବାକୁ ମିଳିିଛି।

ଶାହିଙ୍କ ପତ୍ନୀ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିବା ପରେ ଶାହି ନିଜ ଜୀବନକୁ ସଡ଼କ ସଚେତନତା ବାର୍ତ୍ତା ପ୍ରଦାନ କରିବାରେ ଉତ୍ସର୍ଗ କରି ଦେଇଛନ୍ତି। ତାଙ୍କର ଲକ୍ଷ୍ୟ ହେଉଛି ହଜାର ହଜାର ଲୋକଙ୍କୁ ସଡ଼କ ଦୁର୍ଘଟଣାରୁ ବଞ୍ଚାଇବା। ସାମାନ୍ୟ ଅସଚେତନତା ହେତୁ କାହାରି ଜୀବନ ଚାଲିନଯାଉ ବୋଲି ଗଣମାଧ୍ୟମରେ ମନ୍ତବ୍ୟ ଦେଇ କହନ୍ତି ସନ୍ଦୀପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe