ଶତାବ୍ଦୀ ଏକ୍ସପ୍ରେସ୍‌ରେ ମୁସ୍‌ଲମାନ ଯାତ୍ରୀଙ୍କୁ ସର୍‌ପ୍ରାଇଜ୍‌; ଉପବାସ ଭାଙ୍ଗିବାକୁ ମିଳିଲା ଇଫ୍‌ତାର୍‌

Advertisment
ଶତାବ୍ଦୀ ଏକ୍ସପ୍ରେସ୍‌ରେ ମୁସ୍‌ଲମାନ ଯାତ୍ରୀଙ୍କୁ ସର୍‌ପ୍ରାଇଜ୍‌; ଉପବାସ ଭାଙ୍ଗିବାକୁ ମିଳିଲା ଇଫ୍‌ତାର୍‌

www.india.com

ରାଞ୍ଚି: ହାୱଡ଼ା-ରାଞ୍ଚି ଶତାବ୍ଦୀ ଏକ୍ସପ୍ରେସରେ ଜଣେ ମୁସ୍‌ଲ୍‌ମାନ ଯାତ୍ରୀ ଇଫତାର୍‌ ପାଇବା ପରେ ଖୁସିରେ ଆତ୍ମୋବିଭୋର ହୋଇ ପଡ଼ିଛନ୍ତି। ଯାତ୍ରୀଙ୍କ ନାମ ସାହାନୱାଜ ଅଖତର୍‌। ସେ ଭାରତୀୟ ରେଳବାଇର ଏପରି ସୁବ୍ୟବହାର ପାଇଁ ନିଜର କୃତଜ୍ଞତା ‌ଜଣାଇଛନ୍ତି। ସେ ଇଫ୍‌ତାର୍‌ର ଏକ ଫଟୋ ଉଠାଇ କେଉଁ ପରିସ୍ଥିତିରେ ତାଙ୍କୁ ଟ୍ରେନ୍‌ ପକ୍ଷରୁ ଇଫ୍‌ତାର ମିଳିଥିଲା ତାହାକୁ ଟ୍ବିଟର୍‌ରେ ବଖାଣିଛନ୍ତି। ସେ ଭାରତୀୟ ରେଳବାଇକୁ ଧନ୍ୟବାଦ ବୋଲି ଲେଖି ନିଜର ଟ୍ବିଟର୍‌ ପୋଷ୍ଟ୍‌ ଆରମ୍ଭ କରିଛନ୍ତି।

ମଙ୍ଗଳବାର ଯାତ୍ରୀ ଜଣକ ଟ୍ରେନ୍‌ରେ ଯାଉଥିବା ବେଳେ ଧନୱାଦରେ ତାଙ୍କୁ ତାଙ୍କର ଜଳଖିଆ ପ୍ରଦାନ କରାଯାଇଥିଲା। ମାତ୍ର ତ‌ାଙ୍କର ଉପବାସ ଅଛି ବୋଲି କହି ସେ ସେହି ଜଳଖିଆକୁ ଫେରାଇ ନେଇ ଏକ ଚା ଦେବାକୁ ଅନୁରୋଧ କରିଥିଲେ। ସାହାନୱାଜଙ୍କୁ ବ୍ୟକ୍ତି ଜଣକ ଆପଣଙ୍କ ରୋଜା କି ବୋଲି ପ୍ରଶ୍ନ କରିଥିଲେ। ସାହାନୱାଜ ହଁ ଭରିବାର କିଛି ସମୟ ପରେ ତାଙ୍କୁ ଇଫ୍‌ତାର ପ୍ରଦାନ କରାଯାଇଥିଲା।

ଏ ନେଇ ଆଇଆରସିଟିସିର ସୁପରଭାଇଜର୍‌ ପ୍ରକାଶ କୁମାର ବେହେରା କହନ୍ତି, ‘ଅଖତର୍‌ଙ୍କ ପାଇଁ ଖାଦ୍ୟ ନଜେ କ୍ୟାଟ୍ରିନ୍‌ ମ୍ୟାନେଜର୍‌ ବନାଇଥିଲେ। ସେ ଉପବାସ କରିଛନ୍ତି ବୋଲି ଜାଣିବା ପରେ ତାଙ୍କ ଉପବାସ ଭାଙ୍ଗିବା ପାଇଁ କିଛି ଖାଦ୍ୟ ପରଷିବା ଆମର ମାନବିକତା।’

ଏହି ପୋଷ୍ଟ୍‌ଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କେହି କେହି ଏହାକୁ ପ୍ରଶଂସା କରିଥିବା ବେଳେ ଆଉ କେହି ଲେଖିଛନ୍ତି ଏପରି କାର୍ଯ୍ୟ ପାଇଁ ସେହି ଏକ୍ସପ୍ରେସ୍‌ର କର୍ମଚାରୀଙ୍କୁ ଅଖତର ଧନ୍ୟବାଦ ଦିଅନ୍ତୁ, ଭାରତୀୟ ରେଳକୁ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe