ଉଦ୍ଭିଦର ଆକାର ୧୮୦ ବର୍ଗ କିଲୋମିଟର!

Advertisment
ଉଦ୍ଭିଦର ଆକାର  ୧୮୦ ବର୍ଗ କିଲୋମିଟର!

The Indian Express

ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟ ଓ ଫ୍ଳିଣ୍ଡର୍ସ ବିଶ୍ବବିଦ୍ୟାଳୟର ଗବେଷକମାନେ ନିକଟରେ ବିଶ୍ବର ବୃହତ୍ତମ ବୃକ୍ଷକୁ ଠାବ କରିଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆର ସାର୍କ ଉପସାଗର ଉପକୂଳରେ ଅଗଭୀର ଜଳରାଶିରେ ମାଡ଼ିଥିବା ‘ପୋସିଡୋନିଆ ଅଷ୍ଟ୍ରେଲିସ’ ନାମକ ଏକ ପ୍ରକାର ସାମୁଦ୍ରିକ ତୃଣ ହିଁ ଏହି ବିରଳ ଉଦ୍ଭିଦ ବୋଲି ସେମାନେ ଦାବି କରିଛନ୍ତି। ପାଣି ଭିତରେ ୧୮୦ ବର୍ଗ କି.ମି. ବା ପ୍ରାୟ ୭୦ ବର୍ଗ ମାଇଲରୁ ଅଧିକ ବ୍ୟାପିଥିବା ଏହି ସପୁଷ୍ପକ ଉଦ୍ଭିଦଟି ଅତି କମ୍‌ରେ ୪,୫୦୦ ବର୍ଷର ପୁରୁଣା ବୋଲି ସେମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ସ୍ପଷ୍ଟ କରିଛନ୍ତି।

ଉକ୍ତ ଉଦ୍ଭିଦଟି ନିଜଠାରେ ମନକୁ ମନ କ୍ଳୋନିଂ ବା ଅବିକଳ ପ୍ରତିରୂପ ସୃଷ୍ଟି କରି ଏପରି ବ୍ୟାପିଥିବା ଜଣାଯାଇଛି। ପ୍ରକୃତରେ ସଂପୃକ୍ତ ଗବେଷକମାନେ କେଉଁ ସବୁ ସାମୁଦ୍ରିକ ତୃଣ ବଂଶ ବିସ୍ତାର କରି ଚାଲିଛନ୍ତି, ସେଗୁଡ଼ିକର ଜୈବ ବିବିଧତା ଅନୁଧ୍ୟାନ କରୁଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏତେ ବିଶାଳ ଅଞ୍ଚଳରେ ବ୍ୟାପିଥିବା ‘ପୋସିଡୋନିଆ ଅଷ୍ଟ୍ରେଲିସ’ର ଶାଖାଗୁଡ଼ିକ ଗୋଟିଏ ମଞ୍ଜିରୁ ସୃଷ୍ଟ ହୋଇଥିବା ଜଣାପଡ଼ିବା ପରେ ସେମାନେ ଆଶ୍ଚର୍ଯ୍ୟାନ୍ବିତ ହୋଇପଡ଼ିଥିଲେ। ତେବେ ଏହି ସାମୁଦ୍ରିକ ତୃଣର ଏପରି ଶାଖା ପ୍ରତିରୂପ ସୃଷ୍ଟି ପ୍ରକ୍ରିୟା ଦୀର୍ଘ ୪,୫୦୦ ବର୍ଷ ଧରି ଜାରି ରହିଥିବା ତାହାର ଜୈବିକ ଅନୁକ୍ରମ ପରୀକ୍ଷାରୁ ଜଣାପଡ଼ିଥିଲା। ସେଥିପାଇଁ ତାହା ଏପରି ବିଶାଳ ଅଞ୍ଚଳରେ ବ୍ୟାପିବା ସହ ବିଶ୍ବର ବୃହତ୍ତମ ବୃକ୍ଷର ମାନ୍ୟତା ହାସଲ କରିଥିବା ଗବେଷକମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe