ସବୁଠାରୁ ଶୀର୍ଣ୍ଣକାୟ ଅଟ୍ଟାଳିକା

ସବୁଠାରୁ ଶୀର୍ଣ୍ଣକାୟ ଅଟ୍ଟାଳିକା

ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣରେ ନ୍ୟୁୟର୍କ ସହର ଆଉ ପାଦେ ଅଗ୍ରସର ହୋଇଛି। ଏଠାରେ ନିର୍ମିତ ହୋଇଛି ପୃଥିବୀର ସବୁଠା‌ରୁ ଶୀର୍ଣ୍ଣ ଅଟ୍ଟାଳିକା। ଅଟ୍ଟାଳିକାର ନାମ ହେଉଛି ଷ୍ଟେନୱେ ଟାୱର୍‌। ଏହା ଏତେ ପତଳା ଯେ ଉଚ୍ଚତା ଏବଂ ଚଉଡ଼ା ମଧ୍ୟରେ ଅନୁପାତ ହେଉଛି ୨୪:୧। ଷ୍ଟେନୱେ ଟାୱର୍‌ର ଉଚ୍ଚତା ୧୪୨୮ ଫୁଟ। ୱାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର୍‌ ଏବଂ ସେଣ୍ଟ୍ରାଲ ପାର୍କ ଟାୱର୍‌ ପଛକୁ ଏହା ନ୍ୟୁୟର୍କର ତୃତୀୟ ଉଚ୍ଚତମ ଅଟ୍ଟାଳିକା। ୨୦୧୩ ମସିହା ଠାରୁ ଏହାର ନିର୍ମାଣ‌ କରିବାଲାଗି ଯୋଜନା କରାଯାଇଥିଲା। ଦୀର୍ଘ ୯ ବର୍ଷ ପରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ୮୪ ମହଲା ବିଶିଷ୍ଟ ଟାୱର୍‌ରେ ୬୦ଟି ଆପାର୍ଟ‌ମେଣ୍ଟ ରହିଛି।

ଆମେରିକୀୟ ସୁବର୍ଣ୍ଣ ଯୁଗ ଠାରୁ ପ୍ରେରଣା ନେଇ ଏହି ଟାୱର୍‌ରେ ଟେରାକୋଟା ଟାଇଲ ଏବଂ ବ୍ରୋଞ୍ଜର ବ୍ୟବହାର କରାଯାଇଛି। ବର୍ତ୍ତମାନ ଏହି ଆପାର୍ଟମେଣ୍ଟଗୁଡ଼ିକର ବିକ୍ରି ଚାଲିଛି। ଏଗୁଡ଼ିକର ମୂଲ୍ୟ ଭାରତୀୟ ମୁଦ୍ରାରେ ୫୯ କୋଟି ଟଙ୍କାରୁ ଆରମ୍ଭ ହେଉଛି। ଏହି ଅଟ୍ଟାଳିକାର ଉପର ମହଲାରେ ଥିବା ଆପାର୍ଟମେଣ୍ଟର ମୂଲ୍ୟ ସର୍ବାଧିକ, ଯାହା ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୫୦୪ କୋଟି ଟଙ୍କା ବ୍ୟୟ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe