ସର୍ବାଧିକ ହ୍ରଦର ଦେଶ

Advertisment
ସର୍ବାଧିକ ହ୍ରଦର ଦେଶ

World Atlas

ପୃଥିବୀର ସର୍ବାଧିକ ସଂଖ୍ୟକ ହ୍ରଦକୁ ଧାରଣ କରିଥିବା କାନାଡାକୁ ହ୍ରଦର ଦେଶ ଭାବେ ବିବେଚନା କରାଯାଏ। ସାଧାରଣତଃ ଚାରିପାଖେ ସ୍ଥଳଭାଗ ପରିବେଷ୍ଟିତ ଅଗଭୀର ଜଳଉତ୍ସକୁ ହ୍ରଦ ଭାବେ ଗ୍ରହଣ କରାଯାଏ। ଆକାର ଓ ପରିବେଶକୁ ଭିତ୍ତି କରି ବେଳେ ବେଳେ ହ୍ରଦକୁ ସାଗର ବା ପୋଖରୀର ପରିଚୟ ମିଳିଥାଏ। ସୂଚନାନୁଯାୟୀ, ୟୁରୋପ ଓ ଏସିଆ ମହାଦେଶରେ ରହିଥିବା ୩,୭୦,୦୦୦ ବର୍ଗ କିଲୋମିଟର ପରିମିତ କାସ୍ପୀୟ ସାଗର ପୃଥିବୀର ବୃହତ୍ତମ ହ୍ରଦ ହୋଇଥିବା ବେଳେ ଚୀନ୍‌ର ଲିଓନିଂ ପ୍ରଦେଶ ସ୍ଥିତ ବେନ୍‌କ୍ସି ହ୍ରଦର କ୍ଷେତ୍ରଫଳ ମାତ୍ର ୧୫ ବର୍ଗ ମିଟର। ସେହିପରି ପୃଥିବୀର ବିଭିନ୍ନ ଉଚ୍ଚତାରେ ହ୍ରଦମାନ ଅବସ୍ଥିତ।

ସେହି କ୍ରମରେ ବଲିଭିଆ ଓ ପେରୁ ପର୍ବତମାଳାରେ ସମୁଦ୍ର ପତ୍ତନର ୧୨,୫୦୦ ଫୁଟ ବା ୩,୮୧୦ ମିଟର ଉଚ୍ଚରେ ଅବସ୍ଥିତ ଟିଟିକାକା ହ୍ରଦକୁ ଉଚ୍ଚତମ ହ୍ରଦର ମାନ୍ୟତା ମିଳିଥିବା ବେଳେ ଇସ୍ରାଏଲ ଓ ଜୋର୍ଡାନ ମଧ୍ୟରେ ସମୁଦ୍ର ପତ୍ତନର ୧,୩୦୦ ଫୁଟ ବା ୩୯୫ ମିଟର ତଳେ ଥିବା ମୃତ ସାଗର (ଡେଡ୍‌ ସି’)କୁ ନିମ୍ନତମ ହ୍ରଦ କୁହାଯାଏ। ସେହିପରି ରୁଷିଆର ବୈକାଲ ହ୍ରଦ ହେଉଛି ସବୁଠୁ ଗଭୀରତମ (୨ କି.ମି.) ହ୍ରଦ। ଏହିପରି ଭାବରେ ପୃଥିବୀରେ ପ୍ରାୟ ୧୪ ଲକ୍ଷ ୨୦ ହଜାର ସଂଖ୍ୟକ ହ୍ରଦ ବିଦ୍ୟମାନ। ତେବେ ତାହାର ପ୍ରାୟ ୬୦ ପ୍ରତିଶତ ହ୍ରଦ କେବଳ କାନାଡାରେ ରହିଛି। ସେମାନଙ୍କ ମଧ୍ୟରେ ୩ ବର୍ଗ କି.ମି. କ୍ଷେତ୍ରଫଳ ବିଶିଷ୍ଟ ୩୧,୫୭୨ଟି ହ୍ରଦ ରହିଥିବା ବେଳେ ସମଗ୍ର କାନାଡାର ୯ ପ୍ରତିଶତ ହିଁ ମଧୁରଜଳରେ ପରିପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe