ବାଘକୁ ଘଉଡ଼ାଇଲା ଗାଈ!

ବାଘକୁ ଘଉଡ଼ାଇଲା ଗାଈ!

ଜଙ୍ଗଲରେ ଜଳାଭାବ ଆଦି କାରଣ ଯୋଗୁଁ ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁମାନେ ଜନବସତିମୁହାଁ ହେବା କିଛି ନୂଆ କଥା ନୁହେଁ। ତେବେ ଅନ୍ୟ ଜନ୍ତୁ ତୁଳନାରେ ବାଘ ପରି ହିଂସ୍ର ଜୀବ ଜନବସତି ଆଡ଼କୁ ମାଡ଼ି ଆସିଲେ ଚାରିଆଡ଼େ ଆତଙ୍କ ଖେଳିଯାଇଥାଏ। ସଦ୍ୟ ଏକ ଘଟଣାରେ ଏକ ବାଘ ଜନବସତି ଅନ୍ତର୍ଗତ ଏକ ଖୋଲା ପଡ଼ିଆକୁ ଚାଲିଆସି ଦଳେ ଗାଈଗୋରୁଙ୍କୁ ଆକ୍ରମଣ କରିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ସବୁଠୁ ଅଧିକ ରୋଚକ କଥାଟି ହେଉଛି, ବାଘଟି ଏକ ବାଛୁରୀକୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ଏକ ଗାଈ ତାକୁ ଗୋଡ଼ାଇବାରୁ ମହାବଳଟି ସ୍ଥାନ ଛାଡ଼ି ପଳାଇଯାଇଛି। ଏହି ଘଟଣାର ଏକ ଭିଡିଓ କ୍ଳିପିଂ ଏବେ ଗଣମାଧ୍ୟମରେ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି।

publive-image

ଏହି ଭିଡିଓରେ ପ୍ରଥମେ ବାଘଟି ପଡ଼ିଆ ଭିତରେ ପଶି ଏକ ବାଛୁରୀକୁ ଗୋଡ଼ାଇ ଗୋଡ଼ାଇ ଧରି ପକାଉଥିବା ଦେଖାଯାଇଛି। ତେବେ ଏତିକି ବେଳେ ଏକ ଗାଈ ସାହସ ସଞ୍ଚୟ କରି ପଲ ଭିତରୁ ବାହାରି ବାଘ ଆଡ଼କୁ ମାଡ଼ି ଆସିଛି ଏବଂ ନିଜ ଶିଂଘରେ ବାଘକୁ ଆକ୍ରମଣ କରିବାକୁ ପ୍ରୟାସ କରିଛି। ଏହା ଦେଖି ବାଘଟି ବାଛୁରୀକୁ ଛାଡ଼ି ଅନ୍ୟତ୍ର ଦୌଡ଼ି ପଳାଇଯାଇଛି। ଭାରତର କେଉଁ ସ୍ଥାନରେ ଭିଡିଓଟି ଉତ୍ତୋଳିତ ହୋଇଛି, ତାହା ଜଣା ପଡ଼ି ନ ଥିଲେ ମଧ୍ୟ ଏହା ଅପ୍‌ଲୋଡ୍‌ ହେବାର ଅଳ୍ପ ସମୟ ଭିତରେ ତାହାକୁ ୧.୬୩ ଲକ୍ଷ ଦର୍ଶକ ଦେଖିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe