ଫେରୁଛି ନାଭିକୀୟ ଶକ୍ତିର ଯୁଗ!

Advertisment

ଏକ ଦଶନ୍ଧି ତଳେ ମନେ ହେଉଥିଲା ନାଭିକୀୟ ଶକ୍ତି ଶିଳ୍ପ ସମଗ୍ର ବିଶ୍ବରେ ସ୍ଥାୟୀ ପତନ ଦେଇ ଗତି କରୁଛି। ସୁରକ୍ଷା ଉଦ୍‌ବେଗ, ନିର୍ମାଣ ଓ ପରିଚାଳନା ଖର୍ଚ୍ଚ ଏବଂ ତେଜସ୍କ୍ରିୟ ଆବର୍ଜନା ନେଇ ଅନିଶ୍ଚିତତା ଯୋଗୁଁ...

ଏକ ଦଶନ୍ଧି ତଳେ ମନେ ହେଉଥିଲା ନାଭିକୀୟ ଶକ୍ତି ଶିଳ୍ପ ସମଗ୍ର ବିଶ୍ବରେ ସ୍ଥାୟୀ ପତନ ଦେଇ ଗତି କରୁଛି। ସୁରକ୍ଷା ଉଦ୍‌ବେଗ, ନିର୍ମାଣ ଓ ପରିଚାଳନା ଖର୍ଚ୍ଚ ଏବଂ ତେଜସ୍କ୍ରିୟ ଆବର୍ଜନା ନେଇ ଅନିଶ୍ଚିତତା ଯୋଗୁଁ...

dgjggj

ଏକ ଦଶନ୍ଧି ତଳେ ମନେ ହେଉଥିଲା ନାଭିକୀୟ ଶକ୍ତି ଶିଳ୍ପ ସମଗ୍ର ବିଶ୍ବରେ ସ୍ଥାୟୀ ପତନ ଦେଇ ଗତି କରୁଛି। ସୁରକ୍ଷା ଉଦ୍‌ବେଗ, ନିର୍ମାଣ ଓ ପରିଚାଳନା ଖର୍ଚ୍ଚ ଏବଂ ତେଜସ୍କ୍ରିୟ ଆବର୍ଜନା ନେଇ ଅନିଶ୍ଚିତତା ଯୋଗୁଁ ଏହି ଅପେକ୍ଷାକୃତ ସୁଲଭ ବିଦ୍ୟୁତ୍‌ ଶକ୍ତି ଉତ୍ସକୁ ଛାଡ଼ି ବିଭିନ୍ନ ଦେଶ ଅନ୍ୟାନ୍ୟ ସବୁଜ ବିକଳ୍ପଗୁଡ଼ିକରେ ମନୋନିବେଶ କରୁଥିଲେ। ତେବେ ବର୍ତ୍ତମାନର ପରିସ୍ଥିତିରେ ପୁଣି ଥରେ ନାଭିକୀୟ ଶକ୍ତି ଧ୍ୟାନର କେନ୍ଦ୍ରକୁ ଫେରିଆସିଛି। ଏହାର ଦୁଇଟି ମୁଖ୍ୟ କାରଣ ମଧ୍ୟରୁ ଗୋଟିଏ ହେଉଛି, ଏଆଇ ଲୋଡୁଥିବା ପ୍ରଚୁର ବିଦ୍ୟୁତ୍‌ ଶକ୍ତି ଆହରଣ ପାଇଁ ମାଇକ୍ରୋସଫ୍‌ଟ, ଗୁଗଲ୍‌ ଓ ଆମାଜନ ପରି ବୈଷୟିକ କମ୍ପାନି ନାଭିକୀୟ ଶକ୍ତିରେ ନିବେଶ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ଅନ୍ୟ କାରଣଟି ହେଉଛି ଧନୀ ରାଷ୍ଟ୍ରମାନଙ୍କ ଉପରେ କାର୍ବନ ନିର୍ଗମନ ହ୍ରାସ ଲାଗି କ୍ରମଶଃ ବଢୁଥିବା ଚାପ। 
୧୯୫୦ ଦଶକରେ ବିଜୁଳି ଉତ୍ପାଦନ ପାଇଁ ନାଭିକୀୟ ଶକ୍ତି ଶିଳ୍ପ ବିକଶିତ ହେବା ପରେ ପ୍ରାୟ ସବୁ ଦେଶ ଏହା ପ୍ରତି ଆକୃଷ୍ଟ ହୋଇଥିଲେ। ନାଭିକୀୟ ଶକ୍ତି କେନ୍ଦ୍ରରେ ପରମାଣୁ ବୋମାରୁ ଜାତ ପ୍ରଚୁର ଶକ୍ତିକୁ ନିୟନ୍ତ୍ରିତ କରି ଲକ୍ଷ ଲକ୍ଷ ଘରକୁ ବିଜୁଳି ଯୋଗାଇବା ସମ୍ଭବ। 

ଏକ କିଲୋଗ୍ରାମ୍‌ କୋଇଲାରୁ ଯେତିକି ଶକ୍ତି ଉତ୍ପନ୍ନ ହୁଏ, ଏକ କିଲୋଗ୍ରାମ୍‌ ୟୁରାନିଅମ୍ ଇନ୍ଧନରୁ ତାହାର ୨୦,୦୦୦ ଗୁଣ ଶକ୍ତି ଉତ୍ପନ୍ନ ହୋଇଥାଏ। ତେବେ ଚେର୍ନୋବିଲ୍‌ ଓ ଫୁକୁସିମା ପ୍ଲାଣ୍ଟରେ ଦୁର୍ଘଟଣା ପରେ ନାଭିକୀୟ ଶକ୍ତି ଲୋକଙ୍କୁ ଶଙ୍କିତ କରିଥିଲା। ତଥାପି ​ଜଳବାୟୁ ପରିବର୍ତ୍ତନ ମୁକାବିଲାର ଅସ୍ତ୍ର ରୂପେ ଏବେ ପୁଣି ଥରେ ନାଭିକୀୟ ଶକ୍ତିର ପ୍ରୟୋଗ କରାଯାଉଛି

ଏକ କିଲୋଗ୍ରାମ୍‌ କୋଇଲାରୁ ଯେତିକି ଶକ୍ତି ଉତ୍ପନ୍ନ ହୁଏ, ଏକ କିଲୋଗ୍ରାମ୍‌ ୟୁରାନିଅମ୍ ଇନ୍ଧନରୁ ତାହାର ୨୦,୦୦୦ ଗୁଣ ଅଧିକ ଶକ୍ତି ଉତ୍ପନ୍ନ ହେଉଥିବାରୁ ଏହାର ଆକର୍ଷଣ ସ୍ବାଭାବିକ ଭାବେ ଦୁର୍ବାର ମନେ ହୋଇଥାଏ। ତେବେ ୧୯୮୬ରେ ଚେର୍ନୋବିଲ୍ ନ୍ୟୁକ୍ଲିଅର୍‌ ପାଵାରପ୍ଲାଣ୍ଟରେ ଦୁର୍ଘଟଣା ଓ ସେଠାରୁ ସମଗ୍ର ୟୁରୋପରେ ରେଡିଓଆକ୍‌ଟିଭ୍ ସଂକ୍ରମଣ ଘଟଣା ଏହି ଶକ୍ତିର ବିପଦ ସମ୍ପର୍କରେ ଅବଗତ କରାଇଥିଲା। ପୁଣି ୨୦୧୧ରେ ଜାପାନର ଫୁକୁସିମା ଡାଇଚି ନ୍ୟୁକ୍ଲିଅର୍‌ ପ୍ଲାଣ୍ଟରେ ଆଉ ଏକ ଦୁର୍ଘଟଣା ନାଭିକୀୟ ଶକ୍ତି ପ୍ରତି ସମସ୍ତଙ୍କୁ ଶଙ୍କିତ କରିଦେଇଥିଲା। ଏହା ପରେ ଜର୍ମାନି ପରି ଦେଶ ନାଭିକୀୟ ଶକ୍ତିର ବିନିଯୋଗରୁ ସଂପୂର୍ଣ୍ଣ ଦୂରେଇଯିବାକୁ ନିଷ୍ପତ୍ତି ନେଇଥିଲେ। ଫଳସ୍ବରୂପ ୨୦୧୧ରୁ ୨୦୨୦ ମଧ୍ୟରେ ୪୮ ଗିଗାଵାଟ୍‌ ସ୍ବଚ୍ଛ ଶକ୍ତି ଉତ୍ପାଦନ ହ୍ରାସ ପାଇଥିଲା। କିନ୍ତୁ ଚୀନ ଭଳି ଦେଶ ଏହି ସମୟରେ ନାଭିକୀୟ ଶକ୍ତି କେନ୍ଦ୍ର ସଂଖ୍ୟା ବୃଦ୍ଧିରେ ଲାଗି ପଡ଼ିଥିଲା। ଏବେ ସେଠାରେ ୫୫ଟି ନ୍ୟୁକ୍ଲିଅର୍‌ ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ ଅଛି ଏବଂ ୨୩ଟି ନିର୍ମାଣାଧୀନ ଅଛି। ସେହିପରି ୨୦୨୪ ମସିହା ଇତିହାସର ସବୁଠାରୁ ଉତ୍ତପ୍ତ ବର୍ଷ ହେବାକୁ ଯାଉଥିବାବେଳେ କାର୍ବନ୍ ନିର୍ଗମନ ହ୍ରାସ ପାଇଁ ସବୁ ଦେଶ ଉପରେ ଚାପ ବଢ଼ିବାରେ ଲାଗିଛି। ଫଳସ୍ବରୂପ ନିକଟରେ ସମାପ୍ତ ହୋଇଥିବା କପ୍‌୨୯ ସମ୍ମିଳନୀରେ ଦକ୍ଷିଣ କୋରିଆ, ଫ୍ରାନ୍‌ସ, ଯୁକ୍ତରାଷ୍ଟ୍ର ଆମେରିକା ସମେତ ୩୧ଟି ଦେଶ ୨୦୫୦ ସୁଦ୍ଧା ନାଭିକୀୟ ଶକ୍ତି କ୍ଷମତା ତିନିଗୁଣ ବଢ଼ାଇବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଭାରତରେ କାର୍ଯ୍ୟକ୍ଷମ ୨୪ଟି ନାଭିକୀୟ ଶକ୍ତି କେନ୍ଦ୍ରରୁ ୮ ଗିଗାଵାଟ୍‌ ଶକ୍ତି ଉତ୍ପନ୍ନ ହେଉଛି। ୨୦୩୨ ସୁଦ୍ଧା ଆଉ ସାତଟି କେନ୍ଦ୍ର ନିର୍ମାଣ ସଂପୂର୍ଣ୍ଣ କରି ଏହି କ୍ଷମତାକୁ ୨୦ ଗିଗାଵାଟ୍‌କୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। 

ବିଭିନ୍ନ ମହତ୍ତ୍ବାକାଂକ୍ଷୀ ଯୋଜନା ସତ୍ତ୍ବେ ଏବେ ମଧ୍ୟ ନାଭିକୀୟ ଶକ୍ତି ସମ୍ପର୍କରେ ଜନମତ ବହୁଧା ବିଭାଜିତ ରହିଛି। ଗୋଟିଏ ଗୋଷ୍ଠୀ ଜଳବାୟୁ ଲକ୍ଷ୍ୟ ହାସଲ ପାଇଁ ଏହି ପ୍ରଯୁକ୍ତି ଅପରିହାର୍ଯ୍ୟ ବୋଲି କହୁଥିବାବେଳେ ଅନ୍ୟ ଗୋଷ୍ଠୀ ମତରେ ଏଥିରୁ ନିର୍ଗତ ତେଜସ୍କ୍ରିୟ ଆବର୍ଜନା ଲକ୍ଷ ଲକ୍ଷ ବର୍ଷ ଧରି ହାନିକାରକ ଅବସ୍ଥାରେ ରହୁଥିବାରୁ ତାହାର ବିପଦକୁ ଅଣଦେଖା କରାଯାଇପାରିବ ନାହିଁ। ତେଜସ୍କ୍ରିୟ ଆବର୍ଜନାକୁ ସୁରକ୍ଷିତ ଭାବେ ଗଭୀର ମାଟି ଭିତରେ ପୋତିବା ଦ୍ବାରା ଏହି ସମସ୍ୟାର ସମାଧାନ ଲାଗି ଉଦ୍ୟମ ହେଉଥିଲେ ହେଁ ପରିବେଶବିତ୍‌ ଓ ନାଭିକୀୟ ଶକ୍ତି-ବିରୋଧୀମାନେ ଏଥିରେ ସନ୍ତୁଷ୍ଟ ନୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe