ଯାତ୍ରାର ଚର୍ଚ୍ଚିତ ଖଳନାୟକ କାହ୍ନା

Advertisment

ଏବର ଚର୍ଚ୍ଚିତ ଯୁବ ଖଳନାୟକଙ୍କ ମଧ୍ୟରେ କାହ୍ନା ଅନ୍ୟତମ। କାହ୍ନା ୨୦୦୬ ମସିହାରେ ଶିବାନୀ ଗଣନାଟ୍ୟରେ ଯୋଗ ଦେଇଥିଲେ। ପରେ ପରେ ଇଷ୍ଟର୍ଣ୍ଣ ବ୍ଲୁ, ମଞ୍ଜରୀ ଓ ପାର୍ବତୀ ଗଣନାଟ୍ୟରେ ଅଭିନୟ କରି ଚଳିତ ବର୍ଷ ଯାତ୍ରା ସିଂହବାହିନୀରେ ଅଭିନୟ କରୁଛନ୍ତି।

ଏବର ଚର୍ଚ୍ଚିତ ଯୁବ ଖଳନାୟକଙ୍କ ମଧ୍ୟରେ କାହ୍ନା ଅନ୍ୟତମ। କାହ୍ନା ୨୦୦୬ ମସିହାରେ ଶିବାନୀ ଗଣନାଟ୍ୟରେ ଯୋଗ ଦେଇଥିଲେ। ପରେ ପରେ ଇଷ୍ଟର୍ଣ୍ଣ ବ୍ଲୁ, ମଞ୍ଜରୀ ଓ ପାର୍ବତୀ ଗଣନାଟ୍ୟରେ ଅଭିନୟ କରି ଚଳିତ ବର୍ଷ ଯାତ୍ରା ସିଂହବାହିନୀରେ ଅଭିନୟ କରୁଛନ୍ତି।

fhjfhjj

ଏବର ଚର୍ଚ୍ଚିତ ଯୁବ ଖଳନାୟକଙ୍କ ମଧ୍ୟରେ କାହ୍ନା ଅନ୍ୟତମ। କାହ୍ନା ୨୦୦୬ ମସିହାରେ ଶିବାନୀ ଗଣନାଟ୍ୟରେ ଯୋଗ ଦେଇଥିଲେ। ପରେ ପରେ ଇଷ୍ଟର୍ଣ୍ଣ ବ୍ଲୁ, ମଞ୍ଜରୀ ଓ ପାର୍ବତୀ ଗଣନାଟ୍ୟରେ ଅଭିନୟ କରି ଚଳିତ ବର୍ଷ ଯାତ୍ରା ସିଂହବାହିନୀରେ ଅଭିନୟ କରୁଛନ୍ତି। ତାଙ୍କର ସଫଳ ନାଟକ ମଧ୍ୟରେ ରହିଛି ‘ଛତା ଚିହ୍ନରେ ଭୋଟ ଦିଅ’,‘ରାଜଧାନୀ ଝିଅ ରାଜନନ୍ଦିନୀ’, ‘ରାମ ବନବାସ କାହାଣୀ ଶେଷ’, ‘ରଙ୍ଗିଲା ରାଧିକା ରଜନୀଗନ୍ଧା’, ‘ରୂପ ରାଇଜର ରୂପ ସୁନ୍ଦରୀ’, ‘ରଙ୍ଗ ଲଗେଇଛି ରଙ୍ଗ ନଗରୀ’, ‘ଆଖି ତୋର ଲୁହ ମୋର’, ‘ଗାନ୍ଧୀ ଭୂମିକାରେ କହ୍ନେଇ ଦାଶ’, ‘ପାକିସ୍ତାନ ଝିଅ ଭାରତ ବୋହୂ’ ଇତ୍ୟାଦି। ନିର୍ଦ୍ଦେଶକ କିଶୋର ଖଣ୍ଡୁଆଳ, ବିନୋଦ ରାଉତ, ଆଶୁତୋଷ ମହାପାତ୍ର, ଲାଲା ବୀରେନ୍ ରାୟଙ୍କ ନିର୍ଦ୍ଦେଶନା ଓ ପ୍ରଚେଷ୍ଟାରେ ଏତେ ବାଟ ଆସିଥିବା ସ୍ବୀକାର କରନ୍ତି କାହ୍ନା। ଚଳିତ ବର୍ଷ ଓଡ଼ିଶାର ନୂଆ ଅନୁଷ୍ଠାନ ଯାତ୍ରା ସିଂହବାହିନୀରେ ସେ ‘ବଡ଼ ବେଦରଦୀ କଳା ସାଆନ୍ତ’, ‘ସବୁ ପ୍ରେମ ଗଳ୍ପ ଅଧାରୁ ସରେ’, ‘ରହିଯା ସାଥୀ ରାତିକ ପାଇଁ’ରେ ଅଭିନୟର କମାଲ ଦେଖାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଯାତ୍ରାଜଗତର ଲୋକପ୍ରିୟ ନାୟିକା ଟିକି ତାଙ୍କର ସହଧର୍ମିଣୀ।

ଅନେକ ସମୟରେ ଖଳନାୟକର ଅଭିନୟ ଦେଖି ଯାତ୍ରା ମଞ୍ଚକୁ ଦର୍ଶକମାନେ ପାଣି ବୋତଲ ଓ ଚେୟାର୍ ଫୋପାଡ଼ିଥାନ୍ତି। ଏହାଦ୍ୱାରା ବେଳେବେଳେ କଳାକାର ଆହତ ହେଉଛନ୍ତି। ଏହାକୁ ନେଇ ସେ କହିଛନ୍ତି, ‘‘ଆମେ ନାଟକର ଆବଶ୍ୟକତା ଅନୁଯାୟୀ ଅଭିନୟ କରୁଛୁ, ଏଥିରେ ଉତ୍ତ୍ୟକ୍ତ ହେବାର ଆବଶ୍ୟକତା ନାହିଁ। ନାଟକ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହାଣୀକୁ ବୁଝନ୍ତୁ। ସମାଜ ପାଇଁ ବାର୍ତ୍ତା କ’ଣ ଅଛି ତାହା ଗ୍ରହଣ କରନ୍ତୁ।’’
-ନାରାୟଣ କୁମାର ରାଉତରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe