ଅଶଡ଼ ପତ୍ରିକାରେ ଫରାସୀ ମନ୍ତ୍ରୀ!

ଅଶଡ଼ ପତ୍ରିକାରେ ଫରାସୀ ମନ୍ତ୍ରୀ!

‘ପ୍ଲେବୟ’ ନାମକ ପତ୍ରିକାଟି ଅନେକ ଦଶନ୍ଧି ହେଲା ଅଶ୍ଳୀଳ ଚିତ୍ର ଛାପିଆସୁଛି, ଯେଉଁ କାରଣରୁ ଭାରତ ସମେତ ବିଭିନ୍ନ ଦେଶରେ ଏହାର ପ୍ରସାରଣ ନିଷିଦ୍ଧ କରାଯାଇଛି। ଉକ୍ତ ପତ୍ରିକାର ଏପ୍ରିଲ୍ ସଂସ୍କରଣର ପ୍ରଥମ ପୃଷ୍ଠାର ମଡେଲ୍ ଭାବେ ପୋଜ ଦେଇ ଫ୍ରାନ୍‌ସର ଜଣେ ମନ୍ତ୍ରୀ ଏବେ ବିବାଦୀୟ ହୋଇପଡ଼ିଛନ୍ତି। ୪୦ ବର୍ଷୀୟା ମାର୍ଲିନ ସ୍କିଆପ୍ପାଙ୍କୁ ଏଥିପାଇଁ ଅନ୍ୟ ମନ୍ତ୍ରୀମାନେ ସମାଲୋଚନା କରୁଛନ୍ତି। ‘ପ୍ଲେବୟ’ର ପ୍ରଚ୍ଛଦରେ ଛପାଯାଇଥିବା ଚିତ୍ରରେ ମାର୍ଲିନ୍‌ ଧଳା ରଙ୍ଗର ଛୋଟ ପୋଷାକ ପିନ୍ଧିଛନ୍ତି। ପତ୍ରିକାରେ ତାଙ୍କର ଏକ ଦୀର୍ଘ ସାକ୍ଷାତକାର ମଧ୍ୟ ଛପାଯାଇଛି ଯେଉଁଥିରେ ସେ ମହିଳା ଓ ଏଲ୍‌ଜିବିଟିକ୍ୟୁ ଅଧିକାର ସମ୍ପର୍କରେ ନିଜର ଖୋଲା ମତ ରଖିଛନ୍ତି।

ଫ୍ରାନ୍‌ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବର୍ନ କହିଛନ୍ତି ଯେ ମାର୍ଲିନ୍ ‘ପ୍ଲେବୟ’ ଲାଗି ପୋଜ୍ ଦେବା ସମୀଚୀନ ନୁହେଁ। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଫ୍ରାନ୍‌ସ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି। ଏଭଳି ସମୟରେ ମନ୍ତ୍ରୀଙ୍କ ଏହି ଦୁଃସାହସକୁ କେହି ଗ୍ରହଣ କରିପାରୁନାହାନ୍ତି। କିନ୍ତୁ ସଂପୃକ୍ତ ମନ୍ତ୍ରୀ କହିଛନ୍ତି ଯେ ସେ ନାରୀ ସ୍ବାଧୀନତାକୁ ସର୍ବଦା ସମର୍ଥନ କରନ୍ତି। ‘ପ୍ଲେବୟ’ ସମ୍ପାଦକ ମଧ୍ୟ ମନ୍ତ୍ରୀଙ୍କୁ ସମର୍ଥନ କରି ଉଲ୍ଲେଖ କରିଛନ୍ତି ଯେ ପତ୍ରିକାର ପ୍ରଚ୍ଛଦ ମଣ୍ଡନ କରିବାକୁ ମାର୍ଲିନ୍‌ ହେଉଛନ୍ତି ସର୍ବୋତ୍କୃଷ୍ଟ ମନ୍ତ୍ରୀ, କାରଣ ସେ ଜଣେ ନାରୀବାଦୀ। ମାର୍ଲିନ ୨୦୧୭ରେ ଦେଶର ପ୍ରଥମ ଲିଙ୍ଗ ସମାନତା ମନ୍ତ୍ରୀ ରୂପେ ନିଯୁକ୍ତ ହୋଇଥିଲେ। ସେ ମନ୍ତ୍ରୀ ରୂପେ ଝିଅଙ୍କୁ ରାସ୍ତାରେ କମେଣ୍ଟ କରିବା ଓ ହଇରାଣ କରିବାକୁ ଦଣ୍ଡନୀୟ ଅପରାଧରେ ପରିଣତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe