୫୦ ବର୍ଷ ପରେ ନର୍କର ଦ୍ବାର ବନ୍ଦ

ତୁର୍କମେନିସ୍ତାନରେ ବିଗତ ଅର୍ଦ୍ଧ ଶତାବ୍ଦୀ ଧରି ଜଳି ଆସୁଥିବା ‘ନର୍କର ଦ୍ବାର’ ନିଆଁକୁ ଗତ ସପ୍ତାହରେ ଯଥେଷ୍ଟ ହ୍ରାସ କରାଯାଇଥିବା ଜଣାଯାଇଛି। ସୋଭିଏତ୍ ବୈଜ୍ଞାନିକମାନେ ୧୯୭୧ ମସିହାରେ ତୁର୍କମେନିସ୍ତାନର କାରାକୁମ୍ ମରୁଭୂମିରେ ଭୁଲ୍‌ବଶତଃ ଏକ ଭୂତଳ ଗ୍ୟାସ ଭଣ୍ଡାରରେ ନିଆଁ ଲଗାଇଦେଇଥିଲେ।

special story

special story Photograph: (sambad.in )

ତୁର୍କମେନିସ୍ତାନରେ ବିଗତ ଅର୍ଦ୍ଧ ଶତାବ୍ଦୀ ଧରି ଜଳି ଆସୁଥିବା ‘ନର୍କର ଦ୍ବାର’ ନିଆଁକୁ ଗତ ସପ୍ତାହରେ ଯଥେଷ୍ଟ ହ୍ରାସ କରାଯାଇଥିବା ଜଣାଯାଇଛି। ସୋଭିଏତ୍ ବୈଜ୍ଞାନିକମାନେ ୧୯୭୧ ମସିହାରେ ତୁର୍କମେନିସ୍ତାନର କାରାକୁମ୍ ମରୁଭୂମିରେ ଭୁଲ୍‌ବଶତଃ ଏକ ଭୂତଳ ଗ୍ୟାସ ଭଣ୍ଡାରରେ ନିଆଁ ଲଗାଇଦେଇଥିଲେ। ସେବେଠାରୁ ସେହି ନିଆଁ ଜଳୁଛି ଯେ ଜଳୁଛି। ସେଥିରୁ ପ୍ରଚୁର ପରିମାଣର ମିଥେନ ବାଷ୍ପ ନିର୍ଗତ ହେଉଛି, ଯାହା ଜଳବାୟୁ ପରିବର୍ତ୍ତନକୁ ତୀବ୍ରତର କରିଆସୁଛି।

ତୁର୍କମେନିସ୍ତାନର ଉକ୍ତ ଜ୍ବଳନ୍ତ ଆଭା ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଆସିଛି। ତେବେ ନାନା ଉଦ୍ୟମ ପରେ ଉକ୍ତ ପ୍ରଦୂଷଣକାରୀ ଅଗ୍ନିର ପରିମାଣ ହ୍ରାସ ପାଇ ଏକ-ତୃତୀୟାଂଶ ହୋଇଯାଇଛି। ପୂର୍ବରୁ ଅଗ୍ନିର ଏକ ବିରାଟ ଆଭା କିଛି କିଲୋମିଟର ଦୂରରୁ ଦେଖାଯାଉଥିଲା। ତେବେ ଆଜି ସେଠାରେ ଦହନର ଏକ ଦୁର୍ବଳ ଉତ୍ସ ଦିଶୁଛି। ସେହିପରି ସେଥିରୁ ନିର୍ଗତ ପ୍ରଭୂତ ମିଥେନ୍‌ ବାଷ୍ପ ସଂଗ୍ରହ କରିବା ପାଇଁ ନିଆଁ ଚାରିପାଖରେ ଅନେକ କୂପ ଖନନ କରାଯାଇଛି। ତୁର୍କମେନିସ୍ତାନ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ଗ୍ୟାସ୍ ଭଣ୍ଡାରର ଦେଶ। ସେହିପରି ଗ୍ୟାସ୍ ଲିକ୍ ଯୋଗୁଁ ଏହା ମିଥେନର ସବୁଠାରୁ ବଡ଼ ନିର୍ଗମନକାରୀ ବୋଲି ଅନ୍ତର୍ଜାତୀୟ ଶକ୍ତି ଏଜେନ୍‌ସି କହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe