ଛିଣ୍ଡା ଜୋତାକୁ ନଅ କୋଟିରେ ନିଲାମ ଲକ୍ଷ୍ୟ!

ଛିଣ୍ଡା ଜୋତାକୁ ନଅ କୋଟିରେ ନିଲାମ ଲକ୍ଷ୍ୟ!

News 1130

ହଳେ ପୁରୁଣା ଛିଣ୍ଡା ଜୋତାକୁ ୧.୨ ମିଲିୟନ୍ ଡଲାର୍ ବା ପାଖାପାଖି ନଅ କୋଟି ଟଙ୍କାରେ ନିଲାମ କରିବାର ଲକ୍ଷ୍ୟ ରଖାଯାଇଛି। ତେବେ ଏହା କୌଣସି ସାଧାରଣ ଜୋତା ନୁହେଁ। କାନାଡିଆନ୍ ଧାବକ ତଥା ଅଲିମ୍ପିଆନ୍ ହ୍ୟାରି ଜେରୋମ୍‍ଙ୍କ ପାଇଁ ଏହି ଜୋତା ତିଆରି ହୋଇଥିଲା। ନାଇକି କମ୍ପାନିର ସହ-ପ୍ରତିଷ୍ଠାତା ବିଲ୍ ବୋଵରମ୍ୟାନ୍ ୧୯୬୦ ଦଶକରେ ଏହି ସ୍ପାଇକ୍ ଜୋତାଗୁଡ଼ିକୁ ନିଜ ହାତରେ ତିଆରି କରିଥିଲେ ଓ ପରବର୍ତ୍ତୀ ଦଶନ୍ଧିରେ ଜୋତାରେ କେତେକ ପରିବର୍ତ୍ତନ କରିଥିଲେ। ଏଥିରେ ନାଇକିର ପରୀକ୍ଷାମୂଳକ ‘ଲୋଗୋ’ ମଧ୍ୟ ରହିଛି।

publive-image Gulf News

ଏହି ବିରଳ ଜୋତା ନାଇକି କମ୍ପାନି ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ତିଆରି ହୋଇଥିବାରୁ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତା ୨୩ ତାରିଖ ‘୨୦୨୦ ଟୋକିଓ ଅଲିମ୍ପିକ୍ସ’ର ଉଦ୍‍ଘାଟନୀ ଉତ୍ସବ ଅବସରରେ ଏଗୁଡ଼ିକୁ ଅନ୍‍ଲାଇନ୍‍ରେ ନିଲାମ କରାଯିବ। ଏହା ୧.୨ ମିଲିୟନ୍ ଡଲାର୍‍ରୁ ଊର୍ଦ୍ଧ୍ବ ଅର୍ଥ ହାସଲ କରିବ ବୋଲି ନିଲାମକାରୀ ସଂସ୍ଥା ତରଫରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe