ବୁଝାଇ ବୁଝାଇ ନୟାନ୍ତ ହେଲେ ପରିବାର ଲୋକ, ରାତି ପାହି ସକାଳ ହେଲା; ଅସୁସ୍ଥ ବରକୁ ବାହା ହେଲେନି କନ୍ୟା

Advertisment
ବୁଝାଇ ବୁଝାଇ ନୟାନ୍ତ ହେଲେ ପରିବାର ଲୋକ, ରାତି ପାହି ସକାଳ ହେଲା; ଅସୁସ୍ଥ ବରକୁ ବାହା ହେଲେନି କନ୍ୟା

କାନପୁର: ଉତ୍ତରପ୍ରଦେଶର କାନପୁରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା। ନିଜର ଅସୁସ୍ଥତା ହେତୁ ଜଣେ ଯୁବକଙ୍କୁ ବିବାହ ମଣ୍ଡପରୁ ବାହା ନହୋଇ ଶିଶୁପାଳ ହୋଇ ଘରକୁ ଫେରିବାକୁ ପଡ଼ିଛି। ବର ଜଣକ ବରଣମାଳା‌ ପର୍ଯ୍ୟନ୍ତ ଠିକ୍‌ ଥିବା ବେଳେ ଅଚାନକ ତାଙ୍କ ମୁଣ୍ଡ ବୁଲେଇବାରୁ ଅଚେତ ହୋଇ ପଡ଼ି ଯାଇଥି‌ଲେ। ଯାହାପରେ ତାଙ୍କୁ ବିବାହ କରିବାକୁ କନ୍ୟା ସ୍ପଷ୍ଟ ଭ‌ାବେ ମନା କରି ଦେଇଥିଲେ।

ବର ଜଣକ ଅଚାନକ ପଡ଼ିଯିବାକୁ ଉପସ୍ଥିତ ଲୋକ ତାଙ୍କ ଉପରେ ପାଣି ଛିଞ୍ଚି, ପାଣି ପିଆଇ ତାଙ୍କୁ ସୁସ୍ଥ କରିଥି‌ଲେ। ହେଲେ ପରେ ତାଙ୍କୁ ଆଉ ବାହା ହେବାକୁ ରାଜି ହୋଇନଥିଲେ କନ୍ୟ‌ା। ଉଭୟ ପରିବାର ଲୋକ କନ୍ୟାଙ୍କୁ ବୁଝାଇ ବୁଝାଇ ନୟାନ୍ତ ହୋଇପଡ଼ିଲେ। ରାତି ପାହି ଆସି ସକାଳ ହେଲା, ହେଲେ ବି ନିଜ ନିଷ୍ପତ୍ତିରେ ଅଟଳ ରହିଲେ ଝିଅରୁ ବୋହୂ ହେବାକୁ ଥିବା ଯୁବତୀ ଜଣକ। ଶେଷରେ ନିରାଶ ହୋଇ ବରଯାତ୍ରୀଙ୍କୁ ଧରି ବରକୁ ଘରକୁ ଫେରିଯିବାକୁ ପଡ଼ିଲା।

ଏହି ଘଟଣାଟି ମୁସାନଗର ଥାନାର ଚପରଘାଟା ଗ୍ରାମର। ଏହି ଗ୍ରାମ୍‌ର ଝିଅ ସପ୍‌ନାଙ୍କ ବିବାହ ଧର୍ମପୁରର ବାସିନ୍ଦା ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା। ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ଶନିବାର ସଂଧ୍ୟାରେ ବରଯାତ୍ରୀ ଆସି କନ୍ୟାଙ୍କ ଘରେ ପହଞ୍ଚିଥିଲେ। ବରଯାତ୍ରୀଙ୍କ ସ୍ବାଗତ ବଡ଼ ଧୁମ୍‌ଧ‌ାମ୍‌ରେ ହେଲା। ଏହାପରେ ବରଣମାଳା ସମୟ ଆସିଲା ଓ ଦୁଇ ଘେରା ବୁଲିବା ପରେ ବର ମୁଣ୍ଡ ବୁଲାଇବାରୁ ତଳେ ପଡ଼ିଗଲେ। ତା’ପରେ ବିବାହ ଭାଙ୍ଗି ଦେଇଥିଲେ କନ୍ୟା।

କନ୍ୟାର ପରିବାର ଲୋକ ତାଙ୍କୁ ଅନେକ ବୁଝାଇବା ପରେ ବି ସେ ବୁଝି ନଥିଲେ। ନିଜ ଝିଅକୁ ବୁଝାଇବାରେ ଅସମର୍ଥ ହେବାରୁ ‌ଶେଷ‌ରେ ସେମାନେ ବରପକ୍ଷ ଲୋକଙ୍କ ସହ କଥା ହୋଇ ଆପୋସ ଭାବେ ବାହାଘର ବନ୍ଦ କରିଦେଲେ। ବିନା କନ୍ୟାରେ ଘରକୁ ଫେରିଲେ ବର ଘର ଲୋକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe