ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ, ଏଚ୍ଆଇଭି ପ୍ରତ୍ୟହ ହଜାର ହଜାର ଲୋକଙ୍କୁ ସଂକ୍ରମିତ କରୁଛି। ତେବେ ଏକ ଖୁସି ଖବର ହେଲା ଆମେରିକାର ‘ଏଫ୍ଡିଏ’ ନିକଟରେ ‘ଲିନାକାପାଭିର୍’ ନାମକ ଏଚ୍ଆଇଭି ପ୍ରତିଷେଧକ ଟିକାକୁ ବିକ୍ରି ପାଇଁ ଅନୁମୋଦନ ପ୍ରଦାନ କରିଛି। ବର୍ଷକୁ ଏହାର ଦୁଇଟି ଡୋଜ୍ ନେଲେ ଏଚ୍ଆଇଭି ବିରୋଧରେ ପ୍ରାୟ ସମ୍ପୂର୍ଣ୍ଣ ସୁରକ୍ଷା ମିଳିପାରିବ। ଏହି ଟିକା ‘ଗିଲିଆଡ୍ ସାଇନ୍ସେସ’ ଦ୍ୱାରା ବିକଶିତ ଏବଂ ‘ୟେଜ୍ଟୁଗୋ’ ବ୍ରାଣ୍ଡ ନାମରେ ବିକ୍ରି ହେବ।
ଏହାର ପ୍ରଥମ ନୈଦାନିକ ପରୀକ୍ଷାରେ ଆଫ୍ରିକାର ସାହାରା ଅଞ୍ଚଳରେ ୨,୦୦୦ ମହିଳା ‘ଲିନାକାପାଭିର୍’ ଟିକା ନେବା ପରେ ଶତ ପ୍ରତିଶତ ସଂକ୍ରମଣ ହ୍ରାସ ଦେଖାଦେଇଥିଲା। ସେହିପରି ଦ୍ବିତୀୟ ପରୀକ୍ଷଣରେ ୨,୦୦୦ ବ୍ୟକ୍ତିଙ୍କଠାରେ ଏହା ୯୯.୯ ସଫଳତା ପ୍ରଦର୍ଶନ କରିଥିଲା। ଆମେରିକା ବ୍ୟତୀତ ଅନ୍ୟ ଦେଶରେ ଏହି ଟିକାର ଅନୁମୋଦନ ବିଚାରାଧୀନ ଅଛି। ତେବେ ଏହି ଟିକାର ଗୋଟିଏ ଡୋଜ୍ର ମୂଲ୍ୟ ୨୪ ଲକ୍ଷ ଟଙ୍କା ହୋଇଥିବାରୁ ସଂକ୍ରମଣ ବିପଦ ଥିବା ଲୋକମାନଙ୍କ ପହୁଞ୍ଚରୁ ଏହା ଦୂରେଇ ରହିବାର ଆଶଙ୍କା ରହିଛି।
Follow Us