Photograph: (India Today)
ହିମାଚଳପ୍ରଦେଶର ଶିମଳା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଓଶିନ୍ ଶର୍ମା ସାମାଜିକ ଗଣମାଧ୍ୟମରେ ଯେତିକି ସକ୍ରିୟ ସେତିକି ଚର୍ଚ୍ଚିତ। ୨୦୨୦ ବ୍ୟାଚ୍ର ହିମାଚଳପ୍ରଦେଶ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ସେ ସରକାରୀ ଅଫିସର ଭାବେ କାମ କରୁଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମର ଆକର୍ଷଣରେ ଟାଣି ହୋଇ ସେ ଯେଉଁ ଭୁଲ୍ କରିବସିଛନ୍ତି ସେଥିପାଇଁ ଏବେ ତାଙ୍କୁ ନିଜର ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ଥ୍ରେଡ୍ସ ଆଦି ଆକାଉଣ୍ଟ ନିଷ୍କ୍ରିୟ କରିବାକୁ ପଡ଼ିଛି। ୩୨ ବର୍ଷୀୟା ଓଶିନ୍ଙ୍କର ଇନ୍ଷ୍ଟାଗ୍ରାମ୍ରେ ୩.୮୪ ଲକ୍ଷ, ଫେସ୍ବୁକ୍ରେ ୩.୭୧ ଲକ୍ଷ ଓ ‘ଏକ୍ସ’ରେ ଲକ୍ଷାଧିକ ଅନୁଗାମୀ ଅଛନ୍ତି। ସମସ୍ୟା ସେତେବେଳେ ଆରମ୍ଭ ହେଲା ଯେତେବେଳେ ସେ ସାମାଜିକ ଗଣମାଧ୍ୟମରେ ଏକ ଘରୋଇ କମ୍ପାନିର ଜିମ୍ ଉତ୍ପାଦର ପ୍ରଚାର କରି ଏକ ଛୋଟ ଭିଡିଓ ଛାଡ଼ିଲେ।
Tata Railway Station: ଟାଟାନଗର ରେଳ ଷ୍ଟେସନର ନାମ ‘କାଳିମାଟି’ ଥିଲା
ଲୋକମାେନ ପ୍ରଶ୍ନ କଲେ ଯେ ସରକାରଙ୍କ ପାଖରୁ ଦରମା ନେଉଥିବା ଜଣେ ପ୍ରଶାସନିକ ଅଧିକାରୀ କିପରି ଗୋଟିଏ ଉତ୍ପାଦର ବିଜ୍ଞାପନ କରିବାର ଅନୁମତି ପାଇଲେ? ଏ କାମ ପ୍ରଶାସନିକ ସେବା ଆଇନର ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହେଲା। ହିମାଚଳପ୍ରଦେଶର ମୁଖ୍ୟ ଶାସନ ସଚିବ ଏ ସମ୍ପର୍କରେ ଜାଣିଲା ପରେ ତାଙ୍କୁ ନୋଟିସ୍ ଜାରି କରାଯାଇଛି। ଏଥି ସହିତ ଅଧା ରହିଯାଇଛି ଓଶିନ୍ଙ୍କ ଇନ୍ଫ୍ଲୁଏନ୍ସର୍ ହେବାର ସ୍ବପ୍ନ। ସେ ତାଙ୍କର ଭୁଲ୍ ସ୍ବୀକାର କରିଛନ୍ତି ଏବଂ ସାମାଜିକ ଗଣମାଧ୍ୟମ ଆକାଉଣ୍ଟଗୁଡ଼ିକୁ ହଟାଇ ଦେଇଛନ୍ତି।
Paddy: ମଣ୍ଡିରୁ ଉଠୁନି ଧାନ; ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ
ଏହି ଯୁବ ଅଫିସର ଆଗରୁ ବି ନିଜର ସାମାଜିକ ଗଣମାଧ୍ୟମ ମୋହ ଯୋଗଁ ବିବାଦରେ ଛନ୍ଦି ହୋଇଥିଲେ। ୨୦୨୪ ସେପ୍ଟେମ୍ବରରେ ତାଙ୍କୁ ଆକସ୍ମିକ ଭାବେ ବଦଳି କରିଦିଆଯାଇଥିଲା। ଏହାର କାରଣ ବୁଝିବାରୁ ଜଣାପଡ଼ିଥିଲା ଯେ ସେ କାଳେ ନିଜ କାମରେ ଅବହେଳା କରି ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ରହୁଥିଲେ!
Follow Us