ବିବାହ ମଣ୍ଡପରେ ସମୟରେ ପହଞ୍ଚିବାକୁ କାର୍‌ ଛାଡ଼ି ମେଟ୍ରୋରେ ଗଲେ ବର

Advertisment
ବିବାହ ମଣ୍ଡପରେ ସମୟରେ ପହଞ୍ଚିବାକୁ କାର୍‌ ଛାଡ଼ି ମେଟ୍ରୋରେ ଗଲେ ବର

କୋଚି: ଗତ ଶନିବାର ନବ ବିବାହିତ ରଞ୍ଜିତ କୁମାରଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିଗଲା। ତାଙ୍କ ବିବାହ ଦିନରେ ଏପରି ଏକ ଘଟଣା ଘଟିଯାଇଛି ଯାହାକୁ ସେ କେବେ ବି ଭୁଲି ପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, କୋଚିଠାରେ ଏକ ମଣ୍ଡପରେ ରଞ୍ଜିତଙ୍କ ବିବାହ ହେବାର ଥାଏ। ତାଙ୍କୁ ପାଲକକଡରୁ ସକାଳ ୬ଟାରୁ ବାହାରି ୧୧ଟା ମଧ୍ୟରେ ବିବାହ ମଣ୍ଡପରେ ପହଞ୍ଚିବାର ଥାଏ। ସେ ଘରୁ ଏକ କାର୍‌ରେ ବାହାରିବା ପରେ ଟ୍ରାଫିକ୍‌ରେ ଫସି ଯିବାରୁ ଗାଡ଼ି ଆଗକୁ ଗଡ଼େଇ ପାରିଲେ ନାହିଁ। ପ୍ରବଳ ଭିଡ଼ ଦେଖିବା ପରେ ସେ ଚିନ୍ତା କଲେ ଯେ ଯଦି ସେ ଏହି ଭଳି ଭାବେ କାର୍‌ରେ ଯାତ୍ରା କରୁଛନ୍ତି ତେବେ ଉଚିତ ସମୟରେ ବିଭା ମଣ୍ଡପରେ ପହଞ୍ଚି ପାରିବେ ନାହିଁ।

publive-image

କଷ୍ଟେ ମଷ୍ଟେ ରଞ୍ଜିତ ନିଜ ପରିବାର ବର୍ଗଙ୍କ ସହ ଯାଇ ଅଲୁଭାରେ ପହଞ୍ଚିଲେ। କନ୍ୟା ପରିବାର ପକ୍ଷରୁ ବାରବାର କଲ୍‌ ଆସିବା ପରେ ସେମାନେ ବାଧ୍ୟ ହୋଇଥିଲେ ବିକଳ୍ପ ଚିନ୍ତା କରିବାକୁ। ତେଣୁ କାର୍‌ ଛାଡ଼ି ରଞ୍ଜିତ କୋଚି ମେଟ୍ରୋରେ ବିବାହ ମଣ୍ଡପ ପର୍ଯ୍ୟନ୍ତ ଯିବା ପାଇଁ ବାଧ୍ୟ ହୋଇଥିଲେ।

ପ୍ରଥମେ ତ ତାଙ୍କୁ ଟିକେଟ୍‌ ମିଳିନଥିଲା। ମାତ୍ର ସେ ନିଜର ସମସ୍ୟା ସଂପର୍କରେ କହିବା ପରେ କୋଚି ମୋଟ୍ରୋ ପକ୍ଷରୁ ତାଙ୍କୁ ଏକ ଟିକେଟ୍‌ ପ୍ରଦାନ କରାଯାଇଥିଲା। ସେମାନେ ମୋଟ୍ରୋରେ ଯାଉଥିବା ବେଳର ଏବେ ଏକ ଭିଡିଓ ଭାଇରାଲ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe