ସବୁଠାରୁ ବୃହଦ୍‌କାୟ ପୁସ୍ତକ

Advertisment
ସବୁଠାରୁ ବୃହଦ୍‌କାୟ ପୁସ୍ତକ

POPSUGAR Middle East

ଆଗ୍ରହୀ ପାଠକମାନେ ଏ ଭଳି ଏକ ବିଶାଳ ପୁସ୍ତକ ପଢ଼ିବା ଲାଗି ମନ ନ ବଳାଇ ପାରନ୍ତି, ମାତ୍ର ବିଶ୍ବର ସବୁଠୁ ବୃହଦ୍‌କାୟ ବହିର ମାନ୍ୟତା ରଖୁଥିବା ଏହି ପୁସ୍ତକ ସମ୍ପର୍କରେ ଜାଣିବା ଲାଗି ଆଗ୍ରହ ପ୍ରକାଶ କରିବେ ନିଶ୍ଚୟ। ‘ଦିସ୍‌ ଦି ପ୍ରଫେଟ ମହମ୍ମଦ’ ନାମକ ଏହି ବହିଟି ମାତ୍ର ୪୨୯ ପୃଷ୍ଠା ସମ୍ବଳିତ ହୋଇଥିଲେ ହେଁ ଏହାର ଓଜନ ହେଉଛି ୩,୩୦୬ ପାଉଣ୍ଡ୍‌ ବା ୧,୫୦୦ କିଲୋଗ୍ରାମ। ୨୦୧୨ ମସିହାରେ ସଂଯୁକ୍ତ ଆରବର ୫୦ ଜଣ ନାଗରିକଙ୍କ ମିଳିତ ଉଦ୍ୟମରେ ନିର୍ମିତ ଏହି ବହିଟିର ଦୈର୍ଘ୍ୟ ହେଉଛି ୨୬.୪୪ ଫୁଟ ଓ ପ୍ରସ୍ଥ ୧୬.୪୦ ଫୁଟ।

ଏମ୍‌ସାହେଦ ଇଣ୍ଟର୍‌ନାସନାଲ୍‌ ଗ୍ରୁପ୍‌ ଦ୍ବାରା ପ୍ରକାଶିତ ଏହି ପୁସ୍ତକରେ ଇସଲାମ୍‌ର ପ୍ରଫେଟ ମହମ୍ମଦଙ୍କ ଜୀବନବ୍ୟାପୀ ଉପଲବ୍‌ଧି ଏବଂ ମାନବ ସମାଜ ଉପରେ ତାହାର ସକାରାତ୍ମକ ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏଥି ସହିତ ମହମ୍ମଦଙ୍କ ପ୍ରତି ଶ୍ରଦ୍ଧା ଥିବା ୧୦ ଲକ୍ଷ ଲୋକଙ୍କର ଦସ୍ତଖତ ଏଥିରେ ସ୍ଥାନ ପାଇଛି। ଏହାର ନିର୍ମାଣରେ ୧୧ ନିୟୁତ ଆରବ ଦିରହାମ୍‌‌ ବା ପ୍ରାୟ ୨୩.୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚାରିଟି ଭାଷାରେ ଏହାର ୧୦ ଲକ୍ଷ କପି ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe