ବଜାରରେ ଲଗ୍‌ଜୁରି କାର୍‌ ଲେକ୍ସସ୍‌ ଏଲ୍‌ଏମ୍‌

Advertisment
ବଜାରରେ ଲଗ୍‌ଜୁରି କାର୍‌  ଲେକ୍ସସ୍‌ ଏଲ୍‌ଏମ୍‌

ଲେକ୍ସସ୍୍‌ର ଲଗ୍‌ଜୁରି କାର ଏଲ୍‌ଏମ୍‌ର ମୂଲ୍ୟ ଭାରତୀୟ ବଜାରରେ ପ୍ରାୟ ୨କୋଟି ଟଙ୍କା ରହିଛି। ଏହା ୨ଟି ଭାରିଆଣ୍ଟ୍‌ରେ ଉପଲବ୍ଧ। ଏଲ୍‌ଏମ୍‌ ୩୫୦ଏଚ୍‌ ୪-ସିଟର୍‌ ଅଲ୍ଟ୍ରା ଲଗ୍‌ଜୁରି ଓ ଏଲ୍‌ଏମ୍‌ ୩୫୦ଏଚ୍‌ ୭-ସିଟର୍‌ ଭିଆଇପି । ଏଥିରେ ମଲ୍ଟି-ସ୍ପୋକ୍‌ ହ୍ବିଲ୍‌, ଉନ୍ନତମାନର ଇଣ୍ଟେରିୟର୍‌ ଡିଜାଇନ୍‌, କ୍ୟାବିନ୍‌ରେ ୪୮ ଇଞ୍ଚର ଅଲ୍ଟ୍ରା-ୱାଇଡ୍‌ ସ୍କ୍ରିନ୍‌, ଏୟାର୍‌ କଣ୍ଡିସନିଂ ସିଟ୍‌, ଓୟାର୍‌ଲେସ୍‌ ଚାର୍ଜିଂ ପ୍ୟାଡ୍‌, ମିନି ରେଫ୍ରିଜରେଟର୍‌, ୫୦ କଲ୍‌ର ଆମ୍ବିଏଣ୍ଟ୍‌ ଲାଇଟ୍‌ ପରି ବୈଶିଷ୍ଟ୍ୟ ଉପଲବ୍ଧ। ଏହାର ୨.୫ ଲିଟର୍‌ ହାଇବ୍ରିଡ୍‌ ଇଞ୍ଜିନ୍‌ ରହିଥିବ‌ା ବେଳେ ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୧୯୦ କି.ମି. ରହିଛି। ଏହା ସୋନିକ୍‌ ଟାଇଟାନିୟମ୍‌, ସୋନିକ୍‌ କ୍ବାର୍ଜ, ଗ୍ରାଫାଇଟ୍‌ ବ୍ଲାକ୍‌ ଗ୍ଲାସ୍‌ ଫ୍ଲେକ୍‌ ଓ ସୋନିକ୍‌ ଆଗେଟ୍‌ ପରି ଚାରିଟି ରଙ୍ଗରେ ଉପଲବ୍ଧ। ଏହାର ବାହ୍ୟ ଓ ଭିତର ପରିପାଟୀ ଦେଖିବାକୁ ଯେମିତି ଆକର୍ଷଣୀୟ ବ୍ୟବହାର ମଧ୍ୟ ସେତିକି ଆରାମଦାୟକ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe