ସଂଖ୍ୟାଧିକ ସିମ୍ ରଖିଲେ ତଣ୍ଡ!

Advertisment
ସଂଖ୍ୟାଧିକ ସିମ୍ ରଖିଲେ ତଣ୍ଡ!

ଫୋନ୍ ଦ୍ବାରା ହେଉଥିବା ବିିଭିନ୍ନ ପ୍ରକାର ଠକାମିରେ ରୋକ ଲଗାଇବା ସହ ଟେଲିକମ୍ ପରିଚାଳନାକୁ ସୁନିୟନ୍ତ୍ରିତ କରିବା ପାଇଁ ଭାରତ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଟେଲିଯୋଗାଯୋଗ ଆଇନ-୨୦୨୩ ଅନୁଯାୟୀ, ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସଂଖ୍ୟାରୁ ଅଧିକ କାର୍ଡ ରଖିଥିଲେ ତଣ୍ଡ ଗଣିବାକୁ ପଡ଼ିବ। ଜଣେ ବ୍ୟକ୍ତି ନିଜ ନାମରେ ସର୍ବାଧିକ ୯ଟି ସିମ୍ କାର୍ଡ ନେବାର ପ୍ରାବଧାନ ଥିବା ବେଳେ ଜାମ୍ମୁକାଶ୍ମୀର, ଆସାମ ଓ ଉତ୍ତରପୂର୍ବ ଇଲାକା ପରି ସମ୍ବେଦନଶୀଳ ଅଞ୍ଚଳରେ ଏହି ସଂଖ୍ୟା ୬ରେ ସୀମିତ। ପ୍ରଥମ ଥର ପାଇଁ ଏହି ନିୟମ ଉଲ୍ଲଂଘନ କଲେ ୫୦ ହଜାର ଟଙ୍କା ଯାଏ ଜରିମାନା ଏବଂ ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୨ ଲକ୍ଷ ଟଙ୍କା ଯାଏ ତଣ୍ଡ ଗଣିବାକୁ ପଡ଼ିବ।

ସେହିପରି ସଂଖ୍ୟାଧିକ କାର୍ଡ ମାଧ୍ୟମରେ ଠକେଇ କରୁଥିବା ବ୍ୟକ୍ତିଙ୍କ ପାଇଁ ୩ ବର୍ଷ ଯାଏ କାରାଦଣ୍ଡ ସହ ୫୦ ଲକ୍ଷ ଟଙ୍କା ଯାଏ ଜରିମାନା ବ୍ୟବସ୍ଥା ରହିଛି। ଅନ୍ୟ କେହି ଆପଣଙ୍କ ନାମରେ ସିମ୍ ରଖିଥିବାର ଆଶଙ୍କା କରୁଥିଲେ www.sancharsathi.gov.in ପୋର୍ଟାଲ୍‌କୁ ଯାଇ ନିଜ ନାମରେ କେତୋଟି ସିମ୍ ରହିଛି ଜାଣିପାରିବେ। ନିଜ ନାମରେ ଅଜଣା ନମ୍ବରର ସିମ୍ ଥିଲେ, ତୁରନ୍ତ ଅଭିଯୋଗ କରିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe