୮ମାସର ଗର୍ଭବତୀ ଥିବା ପତ୍ନୀକୁ ଛାଡ଼ି ଭାରତ ଫେରିବା ପାଇଁ ମନା କଲେ ଏହି ବ୍ୟକ୍ତି

Advertisment
୮ମାସର ଗର୍ଭବତୀ ଥିବା ପତ୍ନୀକୁ ଛାଡ଼ି ଭାରତ ଫେରିବା ପାଇଁ ମନା କଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ୧୨ଦିନ ହେଲାଣି ରୁଷ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି। ଯୁଦ୍ଧ ମଧ୍ୟରେ ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ ସ୍ଥାନାନ୍ତର କରୁଛନ୍ତି। ଏମଧ୍ୟୟରେ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଭାରତୀୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ମୋଦୀ ସରକାର ଅପରେସନ୍ ଗଙ୍ଗା ଚଳାଉଛନ୍ତି। କିନ୍ତୁ ଏହିପରି ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି ଯେଉଁମାନେ ଚାହିଁ ବି ଭାରତ ଆସିବାକୁ ଅସମର୍ଥ ହେଉଛନ୍ତି। ଏମଧ୍ୟରେ ରହିଛନ୍ତି ଭାରତର ଗଗନ। ଗଗନ ତାଙ୍କ ପତ୍ନୀ ପାଇଁ ଭାରତ ଆସିପାରୁନଥିବା କହିଛନ୍ତି।

ତାଙ୍କ କହିବା ମୁତାବକ, ମୁଁ ଜଣେ ଭାରତୀୟ, ସେ ହିସାବରେ ମୁଁ ଭାରତ ଫେରିପାରିବି। ହେଲେ ମୋ ପତ୍ନୀ ୟୁକ୍ରେନ ନାଗରିକ ହୋଇଥିବାରୁ ସେ ଭାରତ ଫେରିପାରିବେ ନାହିଁ। ମୋତେ କୁହାଯାଇଛି ଯେ, କେବଳ ଭାରତୀୟ ଅପରେସନ ଗଙ୍ଗା ଅଧୀନରେ ଯାଇପାରିବେ। ଏବେ ମୋ ପତ୍ନୀ ୮ମାସର ଗର୍ଭବତୀ। ତାଙ୍କୁ ଏବେ ମୁଁ ଏକା ଛାଡ଼ି ଯାଇପାରିବି ନାହିଁ। ଆମେ କିବରୁ ଆସି ଲ୍ବିବରେ ଥିବା ଜଣେ ବନ୍ଧୁଙ୍କ ଘରେ ଅଛୁ। କିଛି ଦିନ ପରେ ଆମେ ପୋଲାଣ୍ଡ ଯିବୁ।

ତେବେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୧୧ଦିନ ବିତିଗଲାଣି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ରୋକିବା ପାଇଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇନାହିଁ। ଏହି କାରଣରୁ ପ୍ରାୟ ୧.୫ ମିଲିୟନ୍ ଲୋକଙ୍କୁ ୟୁକ୍ରେନ ଛାଡିବାକୁ ପଡିଛି। ଦୁଇ ଦେଶ ମଧ୍ୟରେ ଦୁଇ ରାଉଣ୍ଡ ଆଲୋଚନା ମଧ୍ୟ ହୋଇଛି। କିନ୍ତୁ କଥାବାର୍ତ୍ତା ମାଧ୍ୟମରେ ମଧ୍ୟ ଏପର୍ଯ୍ୟନ୍ତ ଶାନ୍ତି ପୁନଃ ସ୍ଥାପିତ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe