କୋଟିପତି ବୁଲା କୁକୁର

କୋଟିପତି ବୁଲା କୁକୁର

Arm Press Media

ଗୁଜରାଟର ଏକ ଗାଁରେ ଏଭଳି ବୁଲା କୁକୁର ରହିଛନ୍ତି ଯେଉଁମାନେ ଅତି ଅୟସପୂର୍ଣ୍ଣ ଜୀବନଯାପନ କରୁଛନ୍ତି। ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଜମିର ବଜାର ମୂଲ୍ୟ ଏବେ ୫ କୋଟି ଟଙ୍କାରୁ ଅଧିକ। ବୁଲା କୁକୁରଙ୍କୁ ଅନେକ ଘୃଣ୍ୟ ଦୃଷ୍ଟିରେ ଦେଖୁଥିବା ବେଳେ ସଂପୃକ୍ତ ଗ୍ରାମବାସୀଙ୍କ ଶ୍ବାନପ୍ରୀତି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗୁଜରାଟର ବନସକଣ୍ଟା ଜିଲ୍ଲା ଅନ୍ତର୍ଗତ ପଲନପୁର ତାଲୁକାର ଅନାମଧ୍ୟେୟ ଗାଁ କୁଶକାଳର ଗ୍ରାମବାସୀ ଗ୍ରାମରେ ଥିବା ବୁଲା କୁକୁରଙ୍କୁ ସେଭଳି ଆଦର କରି ଚାଲିଛନ୍ତି। ୭୦୦ ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁରେ ମୁଖ୍ୟତଃ ଚୌଧରୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଗାଁରେ ପ୍ରାୟ ୧୫୦ଟି ବୁଲା କୁକୁର ରହୁଛନ୍ତି।

ତେବେ କୌଣସି ଗୋଟିଏ କୁକୁର ଯେପରି ଦିନେ ଉପାସ ନରହେ ସେଥିପାଇଁ ଗ୍ରାମବାସୀ ବେଶ ତତ୍ପର। ଏପରିକି ସେମାନେ କୁକୁରମାନଙ୍କୁ ନିୟମିତ ଲଡୁ ପରି ମିଷ୍ଟାନ୍ନ ମଧ୍ୟ ଦେଇ ଚାଲିଛନ୍ତି। ସୂଚନାନୁଯାୟୀ, ଗ୍ରାମର ପୂର୍ବପୁରୁଷମାନେ ଦୟା ପରବଶ ହୋଇ ବୁଲା କୁକୁରଙ୍କ ରକ୍ଷଣାବେକ୍ଷଣ ପାଇଁ ୨୦ ବିଘା ଚାଷଜମି ଦାନ କରିଥିଲେ। ସେଥିରୁ ମିଳୁଥିବା ଆୟରେ ବୁଲା କୁକୁରଙ୍କ ହିତ ସାଧନ ପାଇଁ ଖର୍ଚ୍ଚ କରାଯାଉଛି। ସେହି ଜମି ଏବେ ବି ସେମିତି ଅକ୍ଷୁଣ୍ଣ ରହିଛି ଓ ବୁଲା କୁକୁରଙ୍କ ସେବା ଜାରି ରହିଛି। ସେମାନଙ୍କ ପାଇଁ ସ୍ବତନ୍ତ୍ର ଭୋଜନଶାଳା ଓ ଭୋଜନ କରିବା ପାଇଁ ସ୍ବତନ୍ତ୍ର ପାତ୍ର ମଧ୍ୟ କିଣାଯାଇଛି। ପ୍ରତ୍ୟେକ ବୁଲା କୁକୁର ଯେପରି ପ୍ରତ୍ୟହ ସୁଷମ ଖାଦ୍ୟ ଖାଇପାରିବ, ସେଥିପ୍ରତି ଗ୍ରାମବାସୀ ସଜାଗ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe