ଚୀନୀ ମହାକାଶଚାରୀଙ୍କ ଚମତ୍କାର: ମହାକାଶରେ ପ୍ରସ୍ତୁତ ହେଲା ଅମ୍ଳଜାନ ଓ ରକେଟ୍‌ ଜାଳେଣି

ମହାଶୂନ୍ୟରେ ଘୂରି ବୁଲୁଥିବା ଚୀନ୍‌ର ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ‘ତିଆଙ୍ଗଙ୍ଗ୍’ରେ ଚୀନୀ ମହାକାଶଚାରୀମାନେ ଏକ ବିରଳ କୃତିତ୍ବ ହାସଲ କରିଛନ୍ତି। ସେମାନେ କୃତ୍ରିମ ଆଲୋକ ସଂଶ୍ଳେଷଣ...

gddgcv

ମହାଶୂନ୍ୟରେ ଘୂରି ବୁଲୁଥିବା ଚୀନ୍‌ର ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ‘ତିଆଙ୍ଗଙ୍ଗ୍’ରେ ଚୀନୀ ମହାକାଶଚାରୀମାନେ ଏକ ବିରଳ କୃତିତ୍ବ ହାସଲ କରିଛନ୍ତି। ସେମାନେ କୃତ୍ରିମ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଅମ୍ଳଜାନ ଓ ରକେଟ୍‌ ଜାଳେଣି ଉତ୍ପନ୍ନ କରି ଇତିହାସ ସୃଷ୍ଟି କରିଛନ୍ତି। ସେମାନଙ୍କର ଏହି ସଫଳତା ଚୀନ୍‌ର ଭବିଷ୍ୟତ ମହାକାଶ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ଆଉ ପୃଥିବୀରୁ ମହାକାଶକୁ ବାରମ୍ବାର ସମ୍ବଳ ଯୋଗାଣର ଆବଶ୍ୟକତା ରହିବନି ବୋଲି ଆଶା କରାଯାଉଛି। 

ଚୀନ୍‌ର ମହାକାଶ କେନ୍ଦ୍ର ‘ତିଆଙ୍ଗଙ୍ଗ୍’ରେ ବୈଜ୍ଞାନିକମାନେ କୃତ୍ରିମ ପ୍ରକ୍ରିୟାରେ ଅମ୍ଳଜାନ ଓ ରକେଟ୍‌ ଜାଳେଣି ଉତ୍ପନ୍ନ କରିବା ପରେ ପୃଥିବୀରୁ ମହାକାଶକୁ ଆଉ ବାରମ୍ବାର ସମ୍ବଳ ଯୋଗାଣ କରିବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି

ସମ୍ପ୍ରତି ତିଆଙ୍ଗଙ୍ଗ୍ ଅଭିମୁଖେ ମହାକାଶ ଯାନ ‘ସେଞ୍ଝାଉ-୧୯’ରେ ଯାଇଥିବା ମହାକାଶଚାରୀମାନେ ଉଦ୍ଭିଦର ଆଲୋକ ସଂଶ୍ଳେଷଣ ପରି ପ୍ରାକୃତିକ ପ୍ରକ୍ରିୟା ଅନୁରୂପ କୃତ୍ରିମ ପଦ୍ଧତିରେ ଜଳ ଓ ଅଙ୍ଗାରକାମ୍ଳ ବ୍ୟବହାର କରି ଅମ୍ଳଜାନ ସମେତ ରକେଟ୍‌ ଜାଳେଣି ପାଇଁ ଆବଶ୍ୟକ ହାଇଡ୍ରୋକାର୍ବନ୍‌ ପ୍ରସ୍ତୁତ କରିପାରିଛନ୍ତି। ସେମାନଙ୍କର ଏହି ରାସାୟନିକ ପ୍ରକ୍ରିୟାରେ ଖୁବ୍‌ କମ୍‌ ଶକ୍ତି ବିନିଯୋଗ ହେଉଥିବାରୁ ତାହା ଭବିଷ୍ୟତର ମହାକାଶ ଅଭିଯାନ ପାଇଁ ଏକ ସ୍ଥାୟୀ ସମାଧାନ ବୋଲି କୁହାଯାଉଛି। ମହାକାଶଚାରୀମାନେ ଏକ ସେମିକଣ୍ଡକ୍ଟର୍ ଉତ୍‌ପ୍ରେରକ ଓ ଡ୍ରୟାର୍ ସଦୃଶ ଏକ ସଂକ୍ଷିପ୍ତ ଯନ୍ତ୍ରାଂଶ ବ୍ୟବହାର କରି ଅଙ୍ଗାରକାମ୍ଳ ଓ ଜଳର ମିଶ୍ରଣରୁ ଅମ୍ଳଜାନ ଓ ହାଇଡ୍ରୋକାର୍ବନ୍-ଭିତ୍ତିକ ଜାଳେଣି ପ୍ରସ୍ତୁତ କରିପାରିଛନ୍ତି। 

ସୂଚନାଯୋଗ୍ୟ, ୨୦୩୫ ମସିହା ସୁଦ୍ଧା ଚନ୍ଦ୍ରର ଦକ୍ଷିଣମେରୁରେ ଏକ ଘାଟି ନିର୍ମାଣ ପାଇଁ ଚୀନୀ ବୈଜ୍ଞାନିକମାନେ ଯୋଜନା କରିଛନ୍ତି। ଚୀନ୍‌ର ଏହି ବହୁ ଆକାଂକ୍ଷିତ ଅଭିଯାନରେ ମହାକାଶଚାରୀଙ୍କ ପାଇଁ ଶ୍ବାସକ୍ରିୟାଯୋଗ୍ୟ ଅମ୍ଳଜାନ ଓ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକ ପରିମାଣର ରକେଟ ଜାଳେଣି ସୁବିଧାରେ ଉପଲବ୍‌ଧ ହୋଇପାରିବ ବୋଲି ଚୀନୀ ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି। ଏଥି ସହିତ ଏହି ପଦ୍ଧତିରେ ବ୍ୟବହୃତ ଉତ୍‌ପ୍ରେରକ ବଦଳରେ ଅନ୍ୟ କୌଣସି ଧରଣର ଉତ୍‌ପ୍ରେରକ ସାମିଲ କରି ପ୍ରତିକ୍ରିୟାରୁ ମିଥେନ୍‌ ଓ ଫର୍ମିକ୍ ଅମ୍ଳ ସୃଷ୍ଟି କରାଯାଇପାରିବ ବୋଲି ବୈଜ୍ଞାନିକମାନେ ବିଶ୍ବାସ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe