ଚିକିତ୍ସା ପାଇଁ କ୍ଲିନିକ୍ ପହଞ୍ଚିଲା ମାଙ୍କଡ଼!

Advertisment
ଚିକିତ୍ସା ପାଇଁ କ୍ଲିନିକ୍ ପହଞ୍ଚିଲା ମାଙ୍କଡ଼!

News18

ମାଙ୍କଡ଼ ସାଧାରଣତଃ ଏକ ଉପଦ୍ରବୀ ଜୀବର ଦୁର୍ନାମ ମୁଣ୍ଡାଇଥାଏ। ମାଙ୍କଡ଼ ଲୋକଙ୍କ ପାଖରୁ ଖାଦ୍ୟ ସାମଗ୍ରୀ ଚୋରି କରିବା, ଘରେ ପଶି ଉତ୍ପାତ କରିବା ଭଳି ଘଟଣା କାହାରିକୁ ଅଗୋଚର ନୁହେଁ। ତେବେ ଏକ ରୋଚକ ଘଟଣାକ୍ରମେ ବିହାରରେ ଏକ ମାଙ୍କଡ଼ ନିଜର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖରେ ଆସି ଚିକିତ୍ସା କରାଇବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିହାରର ସାସାରାମ ସହରରେ ଡାକ୍ତର ଏସ୍‌ଏମ୍‌ ଅହମଦ ନିଜ କ୍ଲିନିକ୍‌ରେ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ହଠାତ୍ ଏକ ଆହତ ମାଙ୍କଡ଼ ନିଜ ଶାବକକୁ ଧରି ତାଙ୍କ ପାଖରେ ପହଞ୍ଚିଥିଲା। ମାଙ୍କଡ଼ଟି ରୋଗୀ ଶଯ୍ୟାରେ ବସି ନିଜ ଦେହର କ୍ଷତ ଦେଖାଇ ଡାକ୍ତରଙ୍କ ସମ୍ମୁଖରେ ଚୁପ୍‌ଚାପ୍‌ ବସିରହିଲା। ଡାକ୍ତର ତତ୍‌କ୍ଷଣାତ୍ ମାଙ୍କଡ଼ଟିର କ୍ଷତ ସ୍ଥାନରେ ମଲମ ଲଗାଇବା ପରେ ବ୍ୟାଣ୍ଡେଜ୍ ବାନ୍ଧିଦେଲେ। ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଖବର ପାଇ ଲୋକେ ଡାକ୍ତର ଅହମଦଙ୍କ କ୍ଲିନିକ୍‌କୁ ଧାଇଁଆସିଲେ। ଡାକ୍ତର ମାଙ୍କଡ଼ର ଚିକିତ୍ସା କରୁଥିବାର ଭିଡିଏ କରି ଲୋକେ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ଏହା ଭାଇରାଲ୍‌ ହୋଇଯାଇଥିଲା। ଚିକିତ୍ସା ସରିବା ପରେ ମାଙ୍କଡ଼ଟି ତା ଛୁଆକୁ ନେଇ କ୍ଲିନିକ୍‌ରୁ ପଳାଇଯାଇଥିଲା। ହନୁମାନ ନିଜେ ତାଙ୍କ ପାଖକୁ ଆସିଲେ ବୋଲି ଡାକ୍ତର ଏସ୍୍‌ଏମ୍‌ ଅହମଦ ନିଜକୁ ସୌଭାଗ୍ୟବାନ ମନେ କରୁଥିବାର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe