ସବୁଠାରୁ ନିର୍ବୋଧ ଘଣ୍ଟା!

Advertisment
ସବୁଠାରୁ ନିର୍ବୋଧ ଘଣ୍ଟା!

ସ୍ମାର୍ଟଫୋନ୍ ନିର୍ମାତାମାନେ ବୈଶିଷ୍ଟ୍ୟପୂର୍ଣ୍ଣ ଇଲେକ୍ଟ୍ରୋନିକ୍‌ସ ଉପକରଣ ନିର୍ମାଣ କରି ବଜାରକୁ ଛାଡ଼ିବାର ପ୍ରତିଯୋଗିତାରେ ଲାଗିରହିଛନ୍ତି। ଏହି ସମୟରେ ଜାପାନର ଏକ କମ୍ପାନି ‘ସ୍ମାର୍ଟ’ ଯୁଗର ସବୁଠାରୁ ନିର୍ବୋଧ ଘଣ୍ଟା ନିର୍ମାଣ କରିଛି ଯାହାର ନାମ ‘ଷ୍ଟୋନ୍ ଵାଚ୍’ ବା ପଥର ଘଣ୍ଟା। ଏହାକୁ ପୃଥିବୀର ସବୁଠାରୁ ମୂର୍ଖ ଘଣ୍ଟା କୁହାଯାଇପାରେ କାରଣ ଏହା ଅନ୍ୟାନ୍ୟ ସ୍ମାର୍ଟଵାଚ୍ ଭଳି ହୃଦ୍‌ସ୍ପନ୍ଦନର ବେଗ, ଦୈନିକ କ୍ୟାଲୋରି ଖର୍ଚ୍ଚ ଦେଖାଇବା ତ ଦୂରର କଥା, ଏଥିରେ ସମୟ ସୁଦ୍ଧା ଦେଖିବାର ସୁବିଧା ନାହିଁ।

publive-image

ଏହା କେବଳ ଏକ କଳା ଚକମକିଆ ପ୍ଲାଷ୍ଟିକ୍ ଖଣ୍ଡ ଯାହାକୁ ହାତରେ ବାନ୍ଧି ଘଣ୍ଟାର ଭ୍ରମ ସୃଷ୍ଟି କରିହେବ। ‘ଟାମା-କ୍ୟୁ’ ନାମକ କମ୍ପାନି ଏହାକୁ ଏକ ଖେଳଣା ସାମଗ୍ରୀ ଭାବେ ଜାପାନ ବଜାରକୁ ଛାଡ଼ିଛି। ଏହାର ମୂଲ୍ୟ ୪୦୦ ୟେନ୍ ବା ପ୍ରାୟ ୨୫୩ ଟଙ୍କା। ଯେଉଁମାନେ ସ୍ମାର୍ଟଫୋନ୍ ନିଶା ଛାଡ଼ିବାକୁ ଚାହାନ୍ତି ସେମାନେ ଏହି ଘଣ୍ଟାକୁ ‘ଆକ୍ରିଫୋନ୍’ ସହିତ ବ୍ୟବହାର କରିପାରିବେ। ସୂଚନାଯୋଗ୍ୟ ଯେ ‘ଆକ୍ରିଫୋନ୍’ ଦେଖିବାକୁ ଅବିକଳ ଏକ ସ୍ମାର୍ଟଫୋନ୍ ଭଳି, କିନ୍ତୁ ଏହା ମଧ୍ୟ କେବଳ ଏକ ପ୍ଲାଷ୍ଟିକ୍ ଖଣ୍ଡ ମାତ୍ର। ବାସ୍ତବରେ ସ୍ମାର୍ଟ ନ ହୋଇ ସ୍ମାର୍ଟ ଦିଶିବାର ଏଭଳି ସୁଲଭ ଉପାୟ ଆଉ କ’ଣ ହୋଇପାରେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe