ଖୋଲିଲା ବୃହସ୍ପତିର ରଙ୍ଗିନ ପଟିର ରହସ୍ୟ

Advertisment
ଖୋଲିଲା ବୃହସ୍ପତିର ରଙ୍ଗିନ ପଟିର ରହସ୍ୟ

ଆମ ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ତାହାର ରହସ୍ୟମୟ ରଙ୍ଗ, ନିୟମିତ ଝଡ଼ତୋଫାନ ଓ ବିଶାଳ ଆକାର ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ତେବେ ଏହାର ଅନ୍ୟ ଏକ ସ୍ବାତନ୍ତ୍ର୍ୟ ହେଉଛି ଏହାର ପରିବର୍ତ୍ତନଶୀଳ ରଙ୍ଗିନ ପଟି। ଦଶନ୍ଧି ଦଶନ୍ଧି ଧରି ଜ୍ୟୋତିର୍ବିଜ୍ଞାନୀମାନେ ଏହି ରହସ୍ୟ ବାବଦରେ ଅନୁଧ୍ୟାନ କରି ଆସୁଥିଲେ ହେଁ ତାହା ପଛର କାରଣ ଅସମାହିତ ରହିଥିଲା। ନିକଟରେ ଇଂଲାଣ୍ଡ୍‌ ସ୍ଥିତ ଲିଡ୍‌ସ ବିଶ୍ବବିଦ୍ୟାଳୟର ଗବେଷକମାନେ ଏହି ରହସ୍ୟର ଉନ୍ମୋଚନ କରିବାରେ ସଫଳ ହୋଇଛନ୍ତି। ଆମେରିକାର ‘ନାସା’ ଦ୍ବାରା ପ୍ରେରିତ ମହାକାଶଯାନ ‘ଜୁନୋ’ ପଠାଇଥିବା ତଥ୍ୟକୁ ବିଶ୍ଳେଷଣ କରି ଗବେଷକମାନେ ତାହା ଜାଣିପାରିଛନ୍ତି। ସେମାନଙ୍କ ନିର୍ଯାସ ହେଲା, ବୃହସ୍ପତି ଦେହରେ ଅନବରତ ଜାରି ରହିଥିବା ମନ୍ଥନ ଯୋଗୁଁ ଏହାର ଚୁମ୍ବକୀୟ କ୍ଷେତ୍ରରେ ମଧ୍ୟ ନିରନ୍ତର ପରିବର୍ତ୍ତନ ଘଟୁଛି।

ଏହି ବାଷ୍ପୀୟ ଗ୍ରହର ପୃଷ୍ଠଭାଗରୁ ପ୍ରାୟ ୫୦ କି.ମି. ତଳେ ସଂଘଟିତ ଏହି ପରବର୍ତ୍ତଶୀଳ ଚୁମ୍ବକୀୟ ତରଙ୍ଗ ଯୋଗୁଁ ବୃହସ୍ପତିର ପୃଷ୍ଠଦେଶରେ ରଙ୍ଗିନ ପଟି ଦେଖାଦେବା ସହ ତାହାର ରଙ୍ଗ ବଦଳିବାରେ ଲାଗିଛି। ଏଥିଯୋଗୁଁ ପ୍ରତି ଚାରିରୁ ପାଞ୍ଚ ବର୍ଷ ଭିତରେ ରଙ୍ଗିନ ପଟିର ରଙ୍ଗ ସମେତ ସେଠାକାର ପାଣିପାଗ ଆଦି ସବୁକିଛି ବଦଳିଯାଇଥାଏ। ଲିଡ୍‌ସ ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀମାନେ ବର୍ଷ ବର୍ଷ ଧରି ବୃହସ୍ପତିର ଚୁମ୍ବକୀୟ କ୍ଷେତ୍ର ଏବଂ ତାହାର ଦୋଳନକୁ ନିରୀକ୍ଷଣ କରି ସେଥିରେ ଥିବା ‘ଗ୍ରେଟ୍‌ ବ୍ଲୁ ସ୍ପଟ୍‌’ ନାମକ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଅନୁଧ୍ୟାନ କରିଥିଲେ। ତାହା ଧୀରେ ଧୀରେ ପୂର୍ବ ଦିଗକୁ ଗତି କରୁଥିବା ବେଳେ ଏବେ ଟିକେ ଧିମେଇ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe