ଅମ୍ବାନିଙ୍କ ବୋହୂ ହେବାକୁ ଯାଉଥିବା ରାଧିକା ନିର୍ବନ୍ଧରେ ପିନ୍ଧିଥିବା ପୋଷାକ ବିଷୟରେ ଏହି ସବୁ କଥା ଜାଣନ୍ତି କି?

Advertisment
ଅମ୍ବାନିଙ୍କ ବୋହୂ ହେବାକୁ ଯାଉଥିବା ରାଧିକା ନିର୍ବନ୍ଧରେ ପିନ୍ଧିଥିବା ପୋଷାକ ବିଷୟରେ ଏହି ସବୁ କଥା ଜାଣନ୍ତି କି?

ndtv.com

ମୁମ୍ବାଇ: ଦେଶର ଦ୍ବିତୀୟ ବଡ଼ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟ୍‌ଙ୍କ ନିର୍ବନ୍ଧ ସରିଯାଇଛି। ତେବେ ନିର୍ବନ୍ଧ ସରିଯାଇଛି ସତ ହେଲେ ରାଧିକା ମର୍ଚାଣ୍ଟ୍‌ଙ୍କ ପୋଷାକକୁ ନେଇ ଚର୍ଚ୍ଚା ଏବେ ବି ଜାରି ରହିଛି। ନିଜ ନିର୍ବନ୍ଧରେ ରାଧିକା ଏକ ପାରମ୍ପରିକ ରଂଗର ପୋଷାକ ପିନ୍ଧିଥିଲେ। ସେ ମଠା ସହ ସୁନେଲୀ ରଂଗର ଏକ ପୋଷାକ ପିନ୍ଧଥିଲେ।

ସେ ପିନ୍ଧିଥିବା ଆବୁ ଜାନି ସନ୍ଦୀପ ଖୋସଲ୍‌ ଘାଗରାରେ ହାତ ତିଆରି ଏମ୍ରୋଡୋରି କାମ ହୋଇଥିବା ବେଳେ ତାହା ସହ ରାଧିକ ପିନ୍ଧିଥିବା ଅଳଙ୍କାର ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଥିଲା। ସୁନା ଜରି, କାଚ ଏବଂ ରେଶମର ମିଶ୍ରଣରେ ତିଆରି ହୋଇଥିବା ଘାଗରା ସହ ଷ୍ଟୋନ୍‌ ଅଳଙ୍କାରକୁ ଚୟନ କରିଥିଲେ ରାଧିକା।

ନାଲି ରଂଗର ଛୋଟ ବିନ୍ଦି ଲଗାଇଥିବା ବେଳେ ଖୁବ୍ କମ୍‌ ଚଉଡ଼ାର ହୀରା ହାର ଓ କାନଫୁଲ ଲଗାଇ ଏକଦମ ସମ୍ଭ୍ରାନ୍ତ ଦିଶିଥିଲେ ରାଧିକା। ସେ ହୀରାର ହାର, କାନଫୁଲ ସହ, ମଥାମଣି, ଅଣ୍ଟାବିଛା ଓ ତାଙ୍କ ନିର୍ବନ୍ଧ ମୁଦି ପିନ୍ଧିଥିବାର ନଜର ଆସିଥିଲେ।

ଉଭୟ ପରିବାରବର୍ଗଙ୍କ ଉପସ୍ଥିତିରେ ଗୁଜରାଟୀ ହିନ୍ଦୁ ପରିବାର ରୀତିନୀତି ଅନୁସାରେ ଗୋଲ୍‍-ଧନା ଏବଂ ଚୁନ୍‌ରୀ ବିଧି ଆୟୋଜିତ ହୋଇଥିଲା। ଗୋଲ୍‍-ଧନା ହେଉଛି ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ। ଉଭୟ ବର ଓ କନ୍ୟା ପରସ୍ପରକୁ ମୁଦି ପିନ୍ଧା‌ଇଥିଲେ। ଦୁଇ ପରିବାର ପରସ୍ପରକୁ ଉପହାର ପ୍ରଦାନ କରିଥିଲେ। ଅନନ୍ତଙ୍କ ମା’ ନୀତା ଅମ୍ବାନିଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe