ଗୁଳି ଚୋଟ ଖାଇବା ସତ୍ତ୍ୱେ ଏଟିଏମ୍‌ ଡକାୟତି ପଣ୍ଡ କରିଥିବା ବୁଢ଼ା ଜଗୁଆଳି

ଗୁଳି ଚୋଟ ଖାଇବା ସତ୍ତ୍ୱେ ଏଟିଏମ୍‌ ଡକାୟତି ପଣ୍ଡ କରିଥିବା ବୁଢ଼ା ଜଗୁଆଳି

Image Courtesy of India Today

ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଗତ ମଜ୍‌ରା ଦାବାସ୍‌ରେ ଗୋଟିଏ ଏସ୍‌ବିଆଇ ଏଟିଏମ୍‌ ଜଗନ୍ତି ଜଣେ ବୁଢ଼ା ମଣିଷ। ଜଣେ ସୁପର୍‌ ହିରୋ ଠାରୁ କୌଣସି ଗୁଣରେ ତୁଚ୍ଛ ନୁହନ୍ତି ବୋଲି ତାଙ୍କ କାର୍ଯ୍ୟ ପ୍ରମାଣିତ କରିଛି।

ଗତକାଲି ଦୁଇ ବାଇକ୍‌ ଆରୋହୀ ଅପରାଧୀ ସେ ବୁଢ଼ା ମଣିଷ ଜଗୁଥିବା ଏସ୍‌ବିଆଇ ଏଟିମ୍‌ରୁ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ଉଭୟ ଚୋରଙ୍କ ହାତରେ ଥିଲା ଅସ୍ତ୍ର।

ସମ୍ପ୍ରତି ଏଏନ୍‌ଆଇ ଦ୍ୱାରା ରିଲିଜ୍‌ ହୋଇଥିବା ସିସିଟିଭି ଫୁଟେଜ୍‌ରେ ଦେଖା ଯାଉଛି, କେମିତି ସେ ଆକ୍ରମଣକାରୀମାନେ ଏଟିଏମ୍‌ ପାର୍ଶ୍ୱରେ ଅଟକିଲେ, କେମିତି ସେ ନିରୀହ ଜଗୁଆଳିର ଗୋଡ଼ରେ ଗୁଳି ମାରିଲେ ଏବଂ ଏଟିଏମ୍‌ ଭିତରେ ପଶିବାକୁ ଉଦ୍ୟମ କଲେ।

Courtesy: ANI

କିନ୍ତୁ, ସେମାନେ ବିଫଳ ହେଲେ। ଗୁଳି ଖାଇ ମଧ୍ୟ ବୁଢ଼ା ମଣିଷଟି ଏଟିଏମ୍‌ ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମରତ ସେ ଆକ୍ରମଣକାରୀକୁ ଅଟକାଇବା ସହ ବନ୍ଧୁକ ଧରି ତାଙ୍କୁ ଗୋଟିଏ ପଟକୁ ଠେଲି ଦେଇଥିଲେ। ତା’ପରେ ସେ ଚୋର ଶୂନ୍ୟକୁ ଗୁଳି ଚଳାଇ ସହାୟତା ପାଇଁ ଡାକ ପକାଇଥିଲା ଏବଂ ତାଙ୍କର ସହଯୋଗୀ ଏଟିଏମ୍‌ ମଧ୍ୟକୁ ପ୍ରବେଶ କରୁଥିବା ଦେଖାଯାଇଥିଲା।

ଏଟିଏମ୍‌ ମଧ୍ୟରେ ଅନ୍ୟ ଜଣେ ଲୋକ ଉପସ୍ଥିତ ଥିବା କଥା ଜାଣି ପାରି ଅପରାଧୀମାନେ ପଳାଇନ କରିବାକୁ ଉଦ୍ୟମ କରିଥିଲେ। ଜଣେ ଆକ୍ରମଣକାରୀଙ୍କ ଦ୍ୱାରା ଘୋଷରା ଖାଉଥିବା ଅବସ୍ଥାରେ ସେ ଜଗୁଆଳି ଜଣକ ଅଧିକ କ୍ଷତି ନ କରିବାକୁ ସେମାନଙ୍କୁ ବୁଝାଉଥିବାର ଦେଖାଯାଉଛି। ଜଣେ ଚୋର ତାଙ୍କର ବନ୍ଧୁକଟିକୁ ଧରି ପକାଇବାରୁ ଜଗୁଆଳି ବୁଢ଼ା ନିଜର କରପତ୍ର ଯୋଡୁଥିବାର ଦୃଶ୍ୟ ମଧ୍ୟ ଦେଖାଯାଉଛି।
ତାଙ୍କର ବନ୍ଧୁକ ନେଇ ଚୋରଦ୍ୱୟ ସେ ସ୍ଥାନରୁ ଚମ୍ପଟ୍‌ ମାରିବା ପରେ ବୁଢ଼ା ଜଗୁଆଳି ଯନ୍ତ୍ରଣାରେ ଛଟପଟ ହୋଇ ଏଟିଏମ୍‌ ସମ୍ମୁଖରେ ଲୋଟି ପଡୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe