ଚଳନ୍ତିକା: ଅଧୁରା ସ୍ବପ୍ନର ମହଲ ଡିଜ୍‌ନି ରାଜମହଲ

Advertisment

ଡିଜ୍‌ନି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ‘ରାଜମହଲ’ ଅନେକ ଦର୍ଶକଙ୍କର ବେଶ୍‌ ପ୍ରିୟ। ସୌନ୍ଦର୍ଯ୍ୟ ବିଜଡ଼ିତ ତଥା ବିଳାସପୂର୍ଣ୍ଣ ଏଭଳି ପ୍ରାସାଦରେ ରହିବାକୁ କିଏ ବା ନ ଚାହେଁ! ସବୁବେଳେ ନ ହେଲା ନାହିଁ, କେବେ କେମିତି ଛୁଟି ମିଳିଲେ ଏଭଳି ରାଜମହଲରେ ସମୟ କଟାଇବାର ଯଦି ସୁଯୋଗଟିଏ ମିଳନ୍ତା

ଡିଜ୍‌ନି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ‘ରାଜମହଲ’ ଅନେକ ଦର୍ଶକଙ୍କର ବେଶ୍‌ ପ୍ରିୟ। ସୌନ୍ଦର୍ଯ୍ୟ ବିଜଡ଼ିତ ତଥା ବିଳାସପୂର୍ଣ୍ଣ ଏଭଳି ପ୍ରାସାଦରେ ରହିବାକୁ କିଏ ବା ନ ଚାହେଁ! ସବୁବେଳେ ନ ହେଲା ନାହିଁ, କେବେ କେମିତି ଛୁଟି ମିଳିଲେ ଏଭଳି ରାଜମହଲରେ ସମୟ କଟାଇବାର ଯଦି ସୁଯୋଗଟିଏ ମିଳନ୍ତା

WRW3ER

ଡିଜ୍‌ନି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ‘ରାଜମହଲ’ ଅନେକ ଦର୍ଶକଙ୍କର ବେଶ୍‌ ପ୍ରିୟ। ସୌନ୍ଦର୍ଯ୍ୟ ବିଜଡ଼ିତ ତଥା ବିଳାସପୂର୍ଣ୍ଣ ଏଭଳି ପ୍ରାସାଦରେ ରହିବାକୁ କିଏ ବା ନ ଚାହେଁ! ସବୁବେଳେ ନ ହେଲା ନାହିଁ, କେବେ କେମିତି ଛୁଟି ମିଳିଲେ ଏଭଳି ରାଜମହଲରେ ସମୟ କଟାଇବାର ଯଦି ସୁଯୋଗଟିଏ ମିଳନ୍ତା; ସତରେ ଖୁବ୍‌ ଭଲ ହୁଅନ୍ତା ନା! ଧନାଢ଼୍ୟ ତଥା ସମ୍ଭ୍ରାନ୍ତଶ୍ରେଣୀୟ ପର୍ଯ୍ୟଟକଙ୍କ ଏଭଳି ଅଭିଳାଷକୁ ପୂରଣ କରିବାକୁ ତୁର୍କୀର ରିଅଲ ଇଷ୍ଟେଟ୍‌ କମ୍ପାନି ସାରୋଟ ଗ୍ରୁପ୍‌ ଉତ୍ତର-ପଶ୍ଚିମ ତୁର୍କୀର ସ୍ପା-ଟାଉନ୍‌ ମୁଦୁର୍ନୁରେ ଏକ ସୁନ୍ଦର ଡିଜ୍‌ନି ସହର ଗଢ଼ିବା ଆରମ୍ଭ କରିଥିଲା। ଏହି ସ୍ଥାନକୁ ‘ବୁର୍ଜ-ଅଲ୍‌- ବାବାସ୍’ କୁହାଯାଉଥିବା ବେଳେ ଏବେ ଏହା ଏକ ଭୂତ ସହରରେ ପରିଣତ ହୋଇଛି। ଅର୍ଦ୍ଧନିର୍ମିତ ଧୂସର-ନୀଳ ରଙ୍ଗର ଛୋଟ ଛୋଟ ରାଜମହଲକୁ ନେଇ ଗଠିତ ଏକ ନିର୍ଜନ ସହର। 

ତେବେ ଏତେ ରାଜମହଲକୁ ନେଇ ଗଠିତ ଏହି ସ୍ଥାନ ଏବେ ‘ଭୂତ ସହର’ ଭାବେ ପରିଚିତ। ଏପରି ହେଲା କାହିଁକି? ବାସ୍ତବରେ, ବୁର୍ଜ-ଅଲ୍‌-ବାବାସ୍‌ ପ୍ରାରମ୍ଭରେ ଏକ ବିଳାସପୂର୍ଣ୍ଣ ରିଅଲ୍‌ ଇଷ୍ଟେଟ୍‌ ପ୍ରକଳ୍ପ ଥିଲା। ୨୦୧୪ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପରିବେଶବିତ୍‌ ଓ ସଂରକ୍ଷଣବାଦୀଙ୍କ ବାରମ୍ବାର ଅଭିଯୋଗ ଫଳରେ ଏହାର ନିର୍ମାଣକାର୍ଯ୍ୟ ବନ୍ଦ ହୋଇଥିଲା। ପରେ ସାରୋଟ୍‌ ଗ୍ରୁପ ଅତ୍ୟଧିକ ଧା‌ରକରଜ‌େର ବୁଡ଼ି ଦେବାଳିଆ ହୋଇଯିବା ପରେ ୨୦୧୮ ମସିହା ଆଡ଼କୁ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ଏହାପରେ କରୋନା ମହାମାରୀ ଏହି ସ୍ବପ୍ନିଳ ଡିଜ୍‌ନିଲ୍ୟାଣ୍ଡ ନିର୍ମାଣ ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପକାଇଥିଲା।

ଏହି ଅର୍ଦ୍ଧନିର୍ମିତ ଡିଜ୍‌ନିଲ୍ୟାଣ୍ଡ ନିର୍ମାଣ ଲାଗି ୨୦୦ ମିଲିୟନ୍‌ ଡଲାର୍‌ ଖର୍ଚ୍ଚ ହୋଇସାରିଥିବା ବେଳେ ୨୫୦ ଏକର ଜମିରେ ୭୩୨ଟି ଭିଲ୍ଲା ଓ ଗୋଟିଏ ସ୍ପା ରିସୋର୍ଟ  ହେବାର ଯୋଜନା ଥିଲା। ଏହି ଡିଜ୍‌ନି ଶୈଳୀର ରାଜମହଲ ବସବାସ ଲାଗି ଉଦ୍ଦିଷ୍ଟ ହୋଇଥିବା ‌େବଳେ ଏହାର ଚାରିପାଖରେ ଦୋକାନବଜାର, ଅବକାଶ ଗୃହ ଓ ତୁର୍କୀ ଶୈଳୀରେ ସ୍ନାନାଗାର ନିର୍ମାଣ ହେବାର ଥିଲା। ଏହା ନିର୍ମାଣ ସରିଥିଲେ କମ୍ପାନି ଗୋଟିଏ ଭିଲ୍ଲା ସହ ଏକ ସୁଇମିଂପୁଲ୍‌, ବିଶାଳ ସ୍ନାନଗୃହ ଆଦି ବିକ୍ରି କରିବାର ଯୋଜନାରେ ଥିଲା। ଭିଲ୍ଲା ସହ ଏସବୁର ମିଶିତ ପ୍ୟାକେଜ୍‌ ୫ ଲକ୍ଷ ୪୨ ହଜାର ଡଲାର୍‌ରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲା କମ୍ପାନି। ଏବେ ଏହି ଡିଜ୍‌ନିଲ୍ୟାଣ୍ଡ ଅର୍ଦ୍ଧନିର୍ମିତ ହୋଇ ପଡ଼ି ରହିଥିବା ବେ‌ଳେ ବାହାରୁ ଦେଖିଲେ ଏହା ସମ୍ପୂର୍ଣ୍ଣ ହୋଇସାରିଥିବା ଭଳି ଦେଖାଯାଏ। କିନ୍ତୁ ଭିଲ୍ଲା ତିଆରି କାମ ଶେଷ ହୋଇ ନଥିବା ବେଳେ ଏହି ଟାଉନ୍‌ରେ ରାସ୍ତା ମଧ୍ୟ ନିର୍ମାଣ ହୋଇନାହିଁ। ଏବେ ଏହି ସ୍ଥାନ ଏକ ପର୍ଯ୍ୟଟନୀ ଆକର୍ଷଣରେ ପରିଣତ ହୋଇଥିବା ବେ‌େଳ ସାରୋଟ୍‌ ଗ୍ରୁପ ଏହାକୁ ଦିନେ ନିଶ୍ଚୟ ସମ୍ପୂର୍ଣ୍ଣ କରିବ ବୋଲି ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe