Ravana Temple: Ravana Puja: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାବଣ ମନ୍ଦିର: ରାବଣ ପୂଜା

ରାମାୟଣର ଏକ ବହୁଚର୍ଚ୍ଚିତ ଚରିତ୍ର ରାବଣ। ପୁରାଣରେ ସେ ଯେପରି ଏକ ଅଧର୍ମ ଚରିତ୍ର ଭାବରେ ଚିତ୍ରିତ, ସେହିପରି ଜଣେ ଜ୍ଞାନୀ, ବେଦବିତ୍‌, ପ୍ରଚଣ୍ଡ ଶିବଭକ୍ତ ବ୍ରାହ୍ମଣ ଭାବରେ ମଧ୍ୟ ବର୍ଣ୍ଣିତ। ତେଣୁ ଶ୍ରୀଲଙ୍କାରେ ରାବଣ ସର୍ବତ୍ର ପୂଜିତ।

sdfhfshfhffh

ରାମାୟଣର ଏକ ବହୁଚର୍ଚ୍ଚିତ ଚରିତ୍ର ରାବଣ। ପୁରାଣରେ ସେ ଯେପରି ଏକ ଅଧର୍ମ ଚରିତ୍ର ଭାବରେ ଚିତ୍ରିତ, ସେହିପରି ଜଣେ ଜ୍ଞାନୀ, ବେଦବିତ୍‌, ପ୍ରଚଣ୍ଡ ଶିବଭକ୍ତ ବ୍ରାହ୍ମଣ ଭାବରେ ମଧ୍ୟ ବର୍ଣ୍ଣିତ। ତେଣୁ ଶ୍ରୀଲଙ୍କାରେ ରାବଣ ସର୍ବତ୍ର ପୂଜିତ। କିନ୍ତୁ ଭାରତରେ ରାବଣ ସର୍ବଦା ଅଧର୍ମର ପ୍ରତୀକ ଭାବରେ ପରିଗଣିତ। ଅଧର୍ମ ଉପରେ ଧର୍ମର ବିଜୟ ଭାବରେ ଆଶ୍ବିନ ଶୁକ୍ଳ ଦଶମୀକୁ ପାଳନ କଲାବେଳେ, ଅଧର୍ମର ପ୍ରତୀକ ଭାବରେ ରାବଣର କୁଶପୁତ୍ତଳିକା ଦାହ କରାଯାଏ। ତଥାପି ଭାରତରେ ମଧ୍ୟ ଏପରି କେତେକ ସ୍ଥାନ ‌ରହିଛି ଯେଉଁଠି ରାବଣ ଜଣେ ଜ୍ଞାନୀ, ଶିବଭକ୍ତ ଓ ବେଦବିଦ୍ ବ୍ରାହ୍ମଣ ଭାବରେ ପୂଜିତ ହୁଏ। ତେଣୁ ତାର କୁଶପୁତ୍ତଳିକା ଦାହ କରାଯାଏ ନାହିଁ।

ଭାରତର ପ୍ରାୟ ସାତଟି ପ୍ରଧାନ ସ୍ଥାନରେ ରାବଣକୁ ଏକ ସମ୍ମାନନୀୟ ବ୍ୟକ୍ତି ଭାବରେ ଗଣାଯାଉଥିବାରୁ ସେଠାରେ ରାବଣପୋଡ଼ି ଉତ୍ସବ ପାଳନ କରାଯାଏ ନାହିଁ। ହିମାଚଳ ପ୍ରଦେଶର କାଂଗ୍ରାଠାରେ ବୈଜନାଥ ଶିବଲିଙ୍ଗ ଅଛି। ଏହା ଏକ ଶିବ ମନ୍ଦିର ହେଲେ ମଧ୍ୟ ରାବଣ ସହିତ ଏହାର ଘନିଷ୍ଠ ସଂପର୍କ ରହିଛି। କିଂବଦନ୍ତି ଅନୁସାରେ ରାବଣ ଏଠାରେ ଭୀଷଣ ତପସ୍ୟା କରି ନିଜର ଦଶମୁଣ୍ଡକୁ ବଳି ଦେଇ ଶିବଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇଥିଲା। ତେଣୁ କାଂଗ୍ରା ଅଞ୍ଚଳରେ ରାବଣପୋଡ଼ି ହୁଏ ନାହିଁ। ସେଠାରେ ଲୋକବିଶ୍ବାସ ରହିଛି ଯେ ରାବଣକୁ ଜଳାଇଲେ ଶିବ ଅସନ୍ତୁଷ୍ଟ ହେବେ। ଉତ୍ତରପ୍ରଦେଶର କାନପୁରର ଶିବଲା ଅଞ୍ଚଳରେ ରହିଛି ଏକ ରାବଣ ମନ୍ଦିର। ଏଠାରେ ଦଶହରାରେ ରାବଣକୁ ପୂଜା କରାଯାଏ। ଏହି ମନ୍ଦିର ପ୍ରାୟ ୧୫୮ ବର୍ଷର ପୁରୁଣା। ଏହା ଏପରି ଏକ ମନ୍ଦିର, ଯାହା ବର୍ଷର ୩୬୪ ଦିନ ବନ୍ଦ ରହେ ଏବଂ ଦଶହରା ଦିନ ହିଁ ଖୋଲାଯାଏ। କଥିତ ଅଛି, ୧୮୬୮ ମସିହାରେ ତତ୍କାଳୀନ ମହାରାଜା ଛିନ୍ନମସ୍ତାଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ ଏବଂ ସେଠାରେ ପ୍ରାୟ ୫ ଫୁଟ ଉଚ୍ଚର ରାବଣ ମୂର୍ତ୍ତି ମାଆଙ୍କର ପ୍ରହରୀ ରୂପେ ପ୍ରତିଷ୍ଠା କରାଯାଇଥିଲା। ବିଜୟା ଦଶମୀ ଦିନ ଛିନ୍ନମସ୍ତାଙ୍କ ପୂଜା ଓ ଆରତି ହୁଏ। ଶ୍ରଦ୍ଧାଳୁମାନେ ‌େସାରିଷ ତେଲର ଦୀପ ଓ ଲାଉ ଫୁଲରେ ଦଶାନନଙ୍କୁ ପୂଜା କରନ୍ତି। କଥିତ ଅଛି, ଏପରି କଲେ ଶ୍ରଦ୍ଧାଳୁଙ୍କର ଗ୍ରହଦୋଷ କଟିଯାଏ।

ମଧ୍ୟପ୍ରଦେଶର ମଣ୍ଡାସୁର ଏବଂ ବିଦିଶାରେ ରାବଣ ଏକ ସମ୍ମାନନୀୟ ବ୍ୟକ୍ତିତ୍ବ। କୁହାଯାଏ, ଏହା ମନ୍ଦୋଦରୀଙ୍କର ଜନ୍ମସ୍ଥାନ। ତେଣୁ ମଣ୍ଡାସୁର ଓ ବିଦିଶାରେ ରାବଣକୁ ଜାମାତା ଭାବରେ ଗ୍ରହଣ କରାଯାଏ। ଖନିପୁରରେ ରାବଣର ଏକ ୩୫ ଫୁଟ ଉଚ୍ଚର ମୂର୍ତ୍ତି ରହିଥିବା ବେଳେ, ବିଦିଶାରେ ରାବଣର ଏକ ୧୦ ଫୁଟ ଉଚ୍ଚର ମୂର୍ତ୍ତି ରହିଛି। ଏହା ନିକଟରେ ରାବଣଗ୍ରାମ ନାମରେ ଏକ ଅଞ୍ଚଳ ଅଛି। ସେଠାର ସ୍ତ୍ରୀଲୋକମାନେ ‌ଜ୍ବାଇଁ ଭାବି ରାବଣ ସମ୍ମୁଖରେ ମୁଣ୍ଡରେ ଲୁଗା ଦେଇ ଯାଆନ୍ତି। ‌େସଠାର ବ୍ରାହ୍ମଣମାନେ ନିଜକୁ ରାବଣର ବଂଶଧର ବୋଲି ମନେକରନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଥିବା କୁମ୍ଭାଭିଷେକ ମନ୍ଦିର ସଂପର୍କରେ କୁହାଯାଏ, ଏହି ମନ୍ଦିର ରାବଣର ଇଚ୍ଛାରେ ନିର୍ମିତ। ତେଣୁ ଏଠାରେ ରାବଣପୋଡ଼ି ପାଳନ କରାଯାଏ ନାହିଁ। ମହାରାଷ୍ଟ୍ରର ଗଡ଼ଚିରୋଲିର ଗଣ୍ଡ ଜନଜାତିମାନେ ରାବଣକୁ ନିଜର ଇ‌ଷ୍ଟଦେବ ‌ଭାବରେ ମାନନ୍ତି। ତେଣୁ ସେମାନେ ରାବଣକୁ ପୂଜା କରନ୍ତି। ସେମାନେ ରାବଣପୋଡ଼ି ଉତ୍ସବ କରନ୍ତି ନାହିଁ। ରାଜସ୍ଥାନର ମାଣ୍ଡୋଭ ଓ ହିମାଚଳ ପ୍ରଦେଶର କୁଲୁଠାରେ ମଧ୍ୟ ରାବଣର ପ୍ରତିମୂର୍ତ୍ତି ପୋଡ଼ାଯାଏ ନାହିଁ। ତେବେ ଏପରି କେତେକ ଅଞ୍ଚଳ ଅଛି ଯେଉଁଠି ଶକ୍ତିର ପ୍ରତୀକ ଭାବରେ ଦିନରେ ରାବଣକୁ ପୂଜା କରାଯାଏ ଏବଂ ରାତିରେ ଅଧର୍ମର ପ୍ରତୀକ ଭାବରେ ତା’ର କୁଶପୁତ୍ତଳିକା ଦାହ କରାଯାଏ। ଅଧର୍ମର ପ୍ରତୀକ ରାବଣକୁ ବଧ କରି, ଜ୍ଞାନ ଓ ବ୍ରହ୍ମତ୍ବର ପ୍ରତୀକ ରାବଣ ପାଇଁ ରାମଚନ୍ଦ୍ର ମଧ୍ୟ ବ୍ରହ୍ମହତ୍ୟା ପାପଯୁକ୍ତ ହୋଇଥିଲେ। ତେଣୁ ସେ ପ୍ରାୟଶ୍ଚିତ କରିଥିଲେ। କର୍ଣ୍ଣାଟକର କୋଲାର ସହରରେ ମଧ୍ୟ ଲଙ୍କେଶ୍ବର ମହୋତ୍ସବ ପାଳନ କରାଯାଏ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe